/odishatv-khabar/media/post_attachments/uploadimage/library/16_9/16_9_0/corona-4_1622942467.jpg)
corona
ଭୋପାଳ : କରୋନା ଭ୍ୟାକ୍ସିନେସନ ସେଣ୍ଟରରେ ବିଜେପି ନେତ୍ରୀଙ୍କ ଜନ୍ମଦିନ ପାଳନ । ସାରା ଦେଶରୁ କରୋନା କହର ସମ୍ପୂର୍ଣ୍ଣ ରୂପେ ଶେଷ ହୋଇନଥିବା ବେଳେ ଜନତାଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ସର୍ବସାଧାରଣରେ ନିନ୍ଦା କରାଯାଇଛି । ମହାମାରୀକୁ ହରାଇବା ପାଇଁ ସାରା ଦେଶରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏପରିସ୍ଥଳେ ଭ୍ୟାକ୍ସିନେସନ୍ ସେଣ୍ଟରରେ ଜନ୍ମଦିନ ପାଳନ କେତେଦୂର ଯୁକ୍ତିଯୁକ୍ତ ? ମଧ୍ୟପ୍ରଦେଶର ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ନେଇ ଅନେକ ଆଲୋଚନା କରାଯାଉଛି ।
Indore | In a viral video (pic 1), BJP leader was seen celebrating her birthday at a COVID vaccination centre.
Our workers celebrated my birthday out of happiness. I apologise to my ward members for this: BJP leader Madhuri Jaiswal#MadhyaPradeshpic.twitter.com/OinGFQIpak
— ANI (@ANI) June 5, 2021
ମଧ୍ୟପ୍ରଦେଶ ଇନ୍ଦୋରରେ ଏହି ଭିଡିଓ ଭାଇରାଲ ହେଉଛି । ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି ବିଜେପି ନେତ୍ରୀ ମାଧୁରୀ ଜୟସ୍ରୁଅଲ କୋଭିଡ ଭ୍ୟାକ୍ସିନେସନ କେନ୍ଦ୍ରରେ ଧୁମଧାମରେ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ଜନ୍ମଦିନ ପାଳନ ଅବସରରେ ସେଠାରେ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଅଛନ୍ତି । ମାଧୁରୀ କେକ୍ କାଟିବା ସହ ସମସ୍ତଙ୍କୁ କେକ ଖୁଆଉ ଥଇବାରୁ ଦେଖିବାକୁ ମିଳୁଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜନ୍ମଦିନ ପାଳନ ସମୟରେ କାହାରି ମୁହଁରେ ମାସ୍କ ନଥିିବା ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ ଏହି ସମୟରେ ସାମାଜିକ ଦୂରତ୍ୱର ଧଜିଆ ଉଡ଼ିଛି । ଏହି ପୂରା ଘଟଣାର ଭିଡିଓ ଭାଇରାଲ ହୋଇସାରିଛି ।
କରୋନା କାଳରେ ଏପରି ଦାୟିତ୍ୱହୀନ କାମ ପାଇଁ ସମାଲୋଚନାର ଶିକାର ହୋଇଛନ୍ତି ମାଧୁରୀ । ଭାଇରାଲ୍ ଭିଡିଓକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ଅନ୍ୟପଟେ ଏହି ଭଭିଡିଓକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ମାଧୁରୀ । ନିଜ ଭୁଲ ହୃଦୟଙ୍ଗମ କରି ଭୁଲ ମାଗିଛନ୍ତି । ସେ କହିଛନ୍ତି, କାର୍ଯକର୍ତ୍ତା ମୋ ଜନ୍ମଦିନ ଉତ୍ସବ ଆୟୋଜନ କରିଥିଲେ । ଏଥିପାଇଁ ମୁଁ ନିଜ ୱାର୍ଡର ଜନତାଙ୍କୁ ଭୁଲ ମାଗୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)