Advertisment

ମର୍ଣ୍ଣିଂ ୱାକ୍‌ ବେଳେ ବିଜେପି ନେତାଙ୍କୁ ଗୁଳି କଲେ ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁକାଶ୍ମୀର ପୁଣି ଜଣେ ବିଜେପି ନେତାଙ୍କ ଉପରେ ଗୁଳି ଚଳାଇଲେ ଆତଙ୍କବାଦୀ। ବୁଡଗାମର ପଛୁଆ ବର୍ଗ ମୋର୍ଚ୍ଚାର ଜିଲ୍ଲା ବିଜେପି ସଭାପତି ଅବ୍ଦୁଲ ହମିଦ ନଜରଙ୍କୁ ଗୁଳି କରିଛନ୍ତି ଆତଙ୍କବାଦୀ। ଗୁରୁତର ଅବସ୍ଥାରେ ତାଙ୍କୁ ମହାରାଜା ହରିସିଂହ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବୁଡଗାମ ଏଏସ୍‌ପି ଆମୋଡ ନାଗପୁରେ ସୂଚନା ଦେଇଛନ୍ତି। ୩୮ ବର୍ଷୀୟ ଅବ୍ଦୁଲଙ୍କ ଘର ମୋହେନ୍ଦପୁରାରେ। ସେ ସକାଳେ ମର୍ଣ୍ଣିଂ ୱାକ କରୁଥିବା ବେଳେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି ପୁଲିସ […]

ମର୍ଣ୍ଣିଂ ୱାକ୍‌ ବେଳେ ବିଜେପି ନେତାଙ୍କୁ ଗୁଳି କଲେ ଆତଙ୍କବାଦୀ

kshmir

Advertisment

ଶ୍ରୀନଗର: ଜାମ୍ମୁକାଶ୍ମୀର ପୁଣି ଜଣେ ବିଜେପି ନେତାଙ୍କ ଉପରେ ଗୁଳି ଚଳାଇଲେ ଆତଙ୍କବାଦୀ। ବୁଡଗାମର ପଛୁଆ ବର୍ଗ ମୋର୍ଚ୍ଚାର ଜିଲ୍ଲା ବିଜେପି ସଭାପତି ଅବ୍ଦୁଲ ହମିଦ ନଜରଙ୍କୁ ଗୁଳି କରିଛନ୍ତି ଆତଙ୍କବାଦୀ। ଗୁରୁତର ଅବସ୍ଥାରେ ତାଙ୍କୁ ମହାରାଜା ହରିସିଂହ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବୁଡଗାମ ଏଏସ୍‌ପି ଆମୋଡ ନାଗପୁରେ ସୂଚନା ଦେଇଛନ୍ତି। ୩୮ ବର୍ଷୀୟ ଅବ୍ଦୁଲଙ୍କ ଘର ମୋହେନ୍ଦପୁରାରେ। ସେ ସକାଳେ ମର୍ଣ୍ଣିଂ ୱାକ କରୁଥିବା ବେଳେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି ପୁଲିସ ସୂଚନା ଦେଇଛି।

Advertisment

ପୂର୍ବରୁ କୁଲଗାମରେ ଜଣେ ବିଜେପି ସରପଞ୍ଚ ସଜଦ ଅହମଦ ଖାଣ୍ଡେଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ। ସେହିଭଳି ଜୁଲାଇ ମାସରେ ବାନ୍ଦିପୋରାରେ ଠାରେ ବିଜେପି ସଭାପତି ୱାସିମ ବାରୀ ଓ ତାଙ୍କ ପରିବାରକୁ ହତ୍ୟା କରିଥିଲେ ଆତଙ୍କବାଦୀ।ଶେଖ୍‌ ୱାସୀମ ବାରୀ ବାନ୍ଦିପୋରାର ଜିଲ୍ଲା ବିଜେପି ଅଧ୍ୟକ୍ଷ ଥିଲେ। ରାତି ପ୍ରାୟ ୯ଟା ସମୟରେ ସେ ତାଙ୍କ ଦୋକାନରେ ଥିବା ବେଳେ ଆତଙ୍କବାଦୀମାନେ ସିଧାସଳଖ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।

ଏହି ଆକ୍ରମଣରେ ବାରୀଙ୍କ ଭାଇ ଉମର ଏବଂ ବାପା ବଶୀର ଅହମଦ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ବାନ୍ଦିପୋରା ଜିଲ୍ଲା ହସ୍‌ପିଟାଲକୁ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

Advertisment

କାଶ୍ମୀର ଆଇଜିଙ୍କ କହିବାନୁସାରେ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ୮ ଜଣ ସୁରକ୍ଷାକର୍ମୀ ଯୋଗାଇ ଦିଆଯାଇଥିଲା। କିନ୍ତୁ ଘଟଣା ସମୟରେ କେହି ବି ଉପସ୍ଥିତ ନଥିବାରୁ ସେମାନଙ୍କୁ ପରେ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ