Advertisment

ମଣିପୁରରେ ରାଜନୈତିକ ଅସ୍ଥିରତା: ବୈଜୟନ୍ତ ଓ ମନୋଜଙ୍କୁ ଦାୟିତ୍ୱ

ଇମ୍ଫାଲ: ମଣିପୁରରେ ରାଜନୈତିକ ଅସ୍ଥିରତା ଦୂର ଲାଗି ତତ୍ପର ହୋଇପଡ଼ିଛି ବିଜେପି। ବିଧାୟକଙ୍କ ବିଦ୍ରୋହକୁ ନେଇ ମୁଖ୍ୟମନ୍ତ୍ରୀ ବିରେନ ସିଂହ ସରକାର ପ୍ରତି ସୃଷ୍ଟି ହୋଇଥିବା ବିପଦ ଦୂର ଲାଗି ଦଳ ଜୋରଦାର ଉଦ୍ୟମ ଆରମ୍ଭ କରିଛି। ଏଥିଲାଗି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ନେତା ତଥା ପୂର୍ବତନ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ଇମ୍ପାଲ ପଠାଯାଇଛି। ଦୁଇ ନେତା ମୁଖ୍ୟମନ୍ତ୍ରୀ ସିଂ, ଦଳୀୟ ବିଧାୟକ ଓ ସହଯୋଗୀ ଦଳଙ୍କ ସହ ଆଲୋଚନା କରିବା […]

author-image
Ranjeet Kumar Jena
ମଣିପୁରରେ ରାଜନୈତିକ ଅସ୍ଥିରତା: ବୈଜୟନ୍ତ ଓ ମନୋଜଙ୍କୁ ଦାୟିତ୍ୱ

BAIJAYANTPANDA

ଇମ୍ଫାଲ: ମଣିପୁରରେ ରାଜନୈତିକ ଅସ୍ଥିରତା ଦୂର ଲାଗି ତତ୍ପର ହୋଇପଡ଼ିଛି ବିଜେପି। ବିଧାୟକଙ୍କ ବିଦ୍ରୋହକୁ ନେଇ ମୁଖ୍ୟମନ୍ତ୍ରୀ ବିରେନ ସିଂହ ସରକାର ପ୍ରତି ସୃଷ୍ଟି ହୋଇଥିବା ବିପଦ ଦୂର ଲାଗି ଦଳ ଜୋରଦାର ଉଦ୍ୟମ ଆରମ୍ଭ କରିଛି। ଏଥିଲାଗି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ନେତା ତଥା ପୂର୍ବତନ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ଇମ୍ପାଲ ପଠାଯାଇଛି।

Advertisment

ଦୁଇ ନେତା ମୁଖ୍ୟମନ୍ତ୍ରୀ ସିଂ, ଦଳୀୟ ବିଧାୟକ ଓ ସହଯୋଗୀ ଦଳଙ୍କ ସହ ଆଲୋଚନା କରିବା ସହ ମତଭେଦ ଦୂର ଲାଗି ଉଦ୍ୟମ କରିବେ। ଗତ ଜୁନ୍ ୧୭ ତାରିଖରେ ବିଜେପିର ୩, NPPର ୪, TMCର ଜଣେ ଓ ଜଣେ ସ୍ୱାଧୀନ ବିଧାୟକ ବିରେନ୍ ସିଂ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲେ।

ତେବେ ପରେ ୪ NPP ବିଧାୟକ ପୁଣି ସରକାରଙ୍କୁ ସମର୍ଥନ ଘୋଷଣା କରିଥିଲେ। ଏହାସତ୍ତ୍ୱେ ସରକାର ପ୍ରତି ବିପଦ ଟଳି ନାହିଁ। ଖାସ୍ କରି ମନ୍ତ୍ରିପଦକୁ ନେଇ ବିଜେପି ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ତେଣୁ ଦଳୀୟ କନ୍ଦଳର ସମାଧାନ ଲାଗି କେନ୍ଦ୍ର ନେତୃବୃନ୍ଦ ଦୁଇ ବରିଷ୍ଠ ନେତାଙ୍କୁ ମଣିପୁର ପଠାଇଛନ୍ତି।

Advertisment

ନିକଟରେ ମୁଖ୍ୟମନ୍ତ୍ରୀ ବିରେନ୍ ସିଂହ ମଧ୍ୟ ଦିଲ୍ଲୀ ଆସି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିବା ସହ ସାଂଗଠନିକ ବ୍ୟାପାର ନେଇ ଆଲୋଚନା କରିଥିଲେ।

Advertisment
Advertisment