Advertisment

କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଗୁଜରାଟ ଭଳି ରାଜସ୍ଥାନରେ ଅପରେସନ କମଲ ହେବ କି?

ନୂଆଦିଲ୍ଲୀ: କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଗୁଜରାଟ ଭଳି ରାଜସ୍ଥାନରେ ଅପରେସନ କମଲ ହେବ କି? ଏଭଳି ଆଶଙ୍କାକୁ ନେଇ ରାଜ୍ୟ କଂଗ୍ରେସ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଚିନ୍ତାରେ ପଡ଼ିଯାଇଛନ୍ତି। ଜୁନ୍ ୧୯ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ୨ ଜଣ ପ୍ରାର୍ଥୀ ଛିଡ଼ା କରିଥିବାରୁ, ଦ୍ୱିତୀୟ ପ୍ରାର୍ଥୀ ଜିତିବା ଲାଗି ବିଜେପି ଘୋଡ଼ା ବେପାର କରିବାକୁ ଯୋଜନା କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାସହ କଂଗ୍ରେସ ନିଜର ବିଧାୟକଙ୍କୁ ନେଇ ଗୋଟିଏ […]

କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଗୁଜରାଟ ଭଳି ରାଜସ୍ଥାନରେ ଅପରେସନ କମଲ ହେବ କି?

congress

Advertisment

ନୂଆଦିଲ୍ଲୀ: କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଗୁଜରାଟ ଭଳି ରାଜସ୍ଥାନରେ ଅପରେସନ କମଲ ହେବ କି? ଏଭଳି ଆଶଙ୍କାକୁ ନେଇ ରାଜ୍ୟ କଂଗ୍ରେସ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଚିନ୍ତାରେ ପଡ଼ିଯାଇଛନ୍ତି। ଜୁନ୍ ୧୯ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ୨ ଜଣ ପ୍ରାର୍ଥୀ ଛିଡ଼ା କରିଥିବାରୁ, ଦ୍ୱିତୀୟ ପ୍ରାର୍ଥୀ ଜିତିବା ଲାଗି ବିଜେପି ଘୋଡ଼ା ବେପାର କରିବାକୁ ଯୋଜନା କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାସହ କଂଗ୍ରେସ ନିଜର ବିଧାୟକଙ୍କୁ ନେଇ ଗୋଟିଏ ରେସର୍ଟରେ ରଖିଛି। ସେପଟେ କଂଗ୍ରେସର ଏ ଅଭିଯୋଗକୁ ବିଜେପି ଖଣ୍ଡନ କରିବା ସହ, ଦଳୀୟ ବିଧାୟକଙ୍କୁ କଂଗ୍ରେସ ଭରସା କରିପାରୁନି ବୋଲି ପାଲଟା ଅଭିଯୋଗ କରିଛି।

Advertisment

publive-image

ଜୁନ୍ ୧୯ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି କଂଗ୍ରେସ ବିଧାୟକଙ୍କୁ ପ୍ରଲୋଭନ ଦେଖାଇବା ସହ କିଣିବାକୁ ଉଦ୍ୟମ କରୁଛି ବୋଲି ଗେହଲୋଟ୍ ଅଭିଯୋଗ କରିଛନ୍ତି। ଏପରିକି ଜଣେ ଜଣେ ବିଧାୟକଙ୍କୁ ୨୫ କୋଟି ଟଙ୍କା ଯାଚିଛି ବୋଲି ଗେହଲୋଟ୍ କହିଛନ୍ତି। ଗୋଟିଏ ପଟେ କରୋନା ମହାମାରୀବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ସରକାରର ପତ୍ତନ ଷଡ଼ଯନ୍ତ୍ର ରଚନା କରି ଗଣତନ୍ତ୍ରକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି। ଏସବୁ ସତ୍ତ୍ୱେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ବିଜୟ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ କହିଛନ୍ତି।

ତେବେ ନିର୍ବାଚନ ପାଇଁ ବିଜେପି ଅପରେସନ କମଲ କରୁଥିବା ଆଶଙ୍କା କରି ଦଳର ସମସ୍ତ ବିଧାୟକ ଓ ସହଯୋଗୀ ବିଧାୟକଙ୍କୁ ନେଇ ଜୟପୁର ଉପକଣ୍ଠ ଏକ ରେସର୍ଟରେ ରଖିଛି କଂଗ୍ରେସ। ଦଳର ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ଏବଂ ବିବେକ ବନସାଲ ମଧ୍ୟ ବିଧାୟକଙ୍କ ସହ ହୋଟେଲରେ ରହୁଛନ୍ତି। ଏହାସହ ଦଳର ମୁଖ୍ୟ ସଚତେକ ମହେଶ ଯୋଶୀ ଆଣ୍ଟି କରପ୍‌ସନ ବ୍ୟୁରୋର ଡିଜିଙ୍କୁ ଚିଠି ଲେଖି ବିଜେପିର ଘୋଡ଼ା ବେପାର ସଂପର୍କରେ ଅବଗତ କରାଇଛନ୍ତି। ହେଲେ କଂଗ୍ରେସର ଅଭିଯୋଗକୁ ବିଜେପି ଖଣ୍ଡନ କରିଛି। ଦଳ କେବେ ବି ଘୋଡ଼ା ବେପାରରେ ବିଶ୍ୱାସ କରେନାହିଁ ବୋଲି ବିଜେପି ନେତା କହିଛନ୍ତି। ବରଂ କଂଗ୍ରେସ ନିଜର ବିଧାୟକଙ୍କୁ ଭରସା କରିପାରୁନଥିବାରୁ ସେମାନଙ୍କୁ ନେଇ ରେସର୍ଟରେ ରଖିଛି ବୋଲି ବିଜେପି ନେତା କହିଛନ୍ତି।

Advertisment

publive-image

ଜୁନ୍ ୧୯ରେ ରାଜସ୍ଥାନରୁ ୩ଟି ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ କ୍ଷମତାସୀନ କଂଗ୍ରେସ ୨ଜଣ ପ୍ରାର୍ଥୀ ଦେଇଛି। କଂଗ୍ରେସ ସାଧାରଣ ସଂପାଦକ କେ. ସି. ବେଣୁଗୋପାଳ ଓ ବରିଷ୍ଠ କଂଗ୍ରେସ ନେତା ନିରଜ ଡାଙ୍ଗିଙ୍କୁ ଛିଡ଼ା କରିଛି ଦଳ। ସେପଟେ ବିଜେପି ମଧ୍ୟ ୨ ଜଣ ପ୍ରାର୍ଥୀ ଦେଇଛି। ୨୦୦ ଆସନ ବିଶିଷ୍ଟ ବିଧାନସଭାରେ ଏବେ ୧୯୭ ଜଣ ସଦସ୍ୟ ରହିଛନ୍ତି। ତେବେ ରାଜ୍ୟସଭା ନିର୍ବାଚନ ଗଣିତ ଅନୁସାରେ ଜଣେ ପ୍ରାର୍ଥୀ ଜିତିବା ଲାଗି ୫୧ ଜଣ ବିଧାୟକଙ୍କ ଭୋଟ୍ ଆବଶ୍ୟକ। ଏହି ଅନୁସାରେ କଂଗ୍ରେସର ୧୦୭ ଜଣ ବିଧାୟକ ଥିବାରୁ ଦଳ ଅନାୟସରେ ୨ ଜଣ ପ୍ରାର୍ଥୀଙ୍କୁ ନିର୍ବାଚିତ କରିପାରିବ।

ସେପଟେ ବିଧାନସଭାରେ ୭୨ ବିଧାୟକ ଥିବା ବିଜେପି ରାଜେନ୍ଦ୍ର ଗେହଲୋଟ୍ ଓ କାର ସିଂହ ଲଖାଓ୍ୱତଙ୍କୁ ପ୍ରାର୍ଥୀ କରିଛି। ପ୍ରଥମ ପ୍ରାର୍ଥୀ ରାଜେନ୍ଦ୍ର ଗେହଲୋଟ ୫୧ଟି ଭୋଟ୍ ନେଇ ନିର୍ବିଘ୍ନରେ ବିଜୟୀ ହେଉଥିବାବେଳେ ଲଖାଓ୍ୱତଙ୍କ ପାଇଁ ଦଳ ଘୋଡ଼ା ବେପାର କରିପାରେ ବୋଲି କଂଗ୍ରେସ ଆଶଙ୍କା କରୁଛି।

Advertisment
Rajasthan Rajasthan Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ