Advertisment

ମମତାଙ୍କୁ ଆକ୍ରମଣ ନେଇ ବିଜେପି-ଟିଏମ୍‌ସି ବାକ୍‌ଯୁଦ୍ଧ: ସିବିଆଇ ତଦନ୍ତ ଦାବି କଲା ବିଜେପି

କୋଲକାତା: ଆକ୍ରମଣ ଯୋଗୁଁ ଅସୁସ୍ଥ ଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ନିର୍ବାଚନ ପ୍ରଚାର ବାତିଲ କରିଛନ୍ତି।  ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ରାଲି ଓ ନିର୍ବାଚନୀ କାର୍ଯ୍ୟକ୍ରମକୁ ମମତା ବାତିଲ କରିଛନ୍ତି । ଗତକାଲି ପୂର୍ବ ମେଦିନିପୁର ଜିଲ୍ଲାର ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀ ଅଧିନ ବିରୁଲିଆ ବଜାରରେ ମମତାଙ୍କୁ ଆକ୍ରମଣ କରାଯାଇଥିବା  ଅଭିଯୋଗ ହୋଇଥିଲା ଏଥିରେ ତାଙ୍କ ପାଦରେ ଆଘାତ ଲାଗିଥିବାରୁ ସେ SSKM ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଡାକ୍ତର […]

ମମତାଙ୍କୁ ଆକ୍ରମଣ ନେଇ ବିଜେପି-ଟିଏମ୍‌ସି ବାକ୍‌ଯୁଦ୍ଧ: ସିବିଆଇ ତଦନ୍ତ ଦାବି କଲା ବିଜେପି

mamta

Advertisment

କୋଲକାତା: ଆକ୍ରମଣ ଯୋଗୁଁ ଅସୁସ୍ଥ ଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ନିର୍ବାଚନ ପ୍ରଚାର ବାତିଲ କରିଛନ୍ତି।  ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ରାଲି ଓ ନିର୍ବାଚନୀ କାର୍ଯ୍ୟକ୍ରମକୁ ମମତା ବାତିଲ କରିଛନ୍ତି । ଗତକାଲି ପୂର୍ବ ମେଦିନିପୁର ଜିଲ୍ଲାର ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀ ଅଧିନ ବିରୁଲିଆ ବଜାରରେ ମମତାଙ୍କୁ ଆକ୍ରମଣ କରାଯାଇଥିବା  ଅଭିଯୋଗ ହୋଇଥିଲା ଏଥିରେ ତାଙ୍କ ପାଦରେ ଆଘାତ ଲାଗିଥିବାରୁ ସେ SSKM ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଡାକ୍ତର ତାଙ୍କୁ ଦୁଇ ଦିନ ଅବଜରଭେସନରେ ରଖିଥିବାରୁ ସେ ଏବେ ହସ୍ପିଟାଲରେ ରହିବେ।

Advertisment

ଆକ୍ରମଣ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ପୂର୍ବ ମେଦିନିପୁର ଜିଲ୍ଲାପାଳ ବିଭୁ ଗୋଏଲ୍ ଓ ଏସ୍‌ପି ପ୍ରବୀଣ ପ୍ରକାଶ ଘଟଣାସ୍ଥଳ ବିରୁଲିଆ ବଜାରରେ ପହଞ୍ଚି ତଦନ୍ତ କରିଛନ୍ତି । ମମତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବା କହିଛନ୍ତି ଟିଏମ୍‌ସି ବିଧାୟକ ପରେଶ ପାଲ୍। ସକାଳେ SSKM ହସ୍ପିଟାଲ ଯାଇ ମମତାଙ୍କୁ ଭେଟିବା ପରେ ପରେଶ କହିଛନ୍ତି ଯେ, ମମତାଙ୍କ ଗୋଡ଼ରେ ଭୀଷଣ ଆଘାତ ଲାଗିଛି।

ଅନ୍ୟପକ୍ଷରେ ଘଟଣାକୁ ନେଇ ଟିଏମ୍ସିର ଏକ ପ୍ରତିନିଧି ଦଳ କୋଲକାତାରେ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି । ବିଜେପିର ଏକ ପ୍ରତିନିଧି ଦଳ ମଧ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଘଟଣାର ନିରପେକ୍ଷ ଓ ଉପଯୁକ୍ତ ତଦନ୍ତ ଦାବି କରିବେ ବୋଲି ସୂଚନା ମିଳିଛି। ଏହାସହ ଦୁଇ ଜଣ ବରିଷ୍ଠ ବିଜେପି ନେତା ତଥାଗତ ରାଏ ଓ ଶମିକ ଭଟ୍ଟାଚାର୍ଯ୍ୟ ହସ୍ପିଟାଲ ଯାଇ ମମତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଘଟଣାକୁ ନେଇ ଟିଏମ୍‌ସି ରାଜନୀତି କରୁଛି ବୋଲି ବିଜେପି ନେତା ତଥା ପଶ୍ଚିମବଙ୍ଗ ପ୍ରଭାରୀ କୈଳାସ ବିଜୟବର୍ଗୀୟ ଅଭିଯୋଗ କରିଛନ୍ତି ।

Advertisment

ତେବେ ସମଗ୍ର ଘଟଣା ପାଇଁ ବିଜେପି ଉପରେ ଦୋଷ ଲଦିଛି ଟିଏମ୍‌ସି। କେନ୍ଦ୍ର ସରକାରଙ୍କ ଇସାରାରେ ପଶ୍ଚିମବଙ୍ଗର ବରିଷ୍ଠ ଆଇପିଏସ୍ ଅଧିକାରୀ କାମ କରୁଛନ୍ତି । ଏଣୁ ମମତାଙ୍କ ସୁରକ୍ଷା ଢିଲା କରାଯାଇଥିଲା ବୋଲି ଟିଏମ୍‌ସି ଅଭିଯୋଗ କରିଛି । ସେପଟେ ଘଟଣାକୁ ନେଇ ବିଜେପି ଓ ଟିଏମ୍‌ସି ପକ୍ଷରୁ ବିରୁଲିଆରେ ବିକ୍ଷୋଭ କରାଯାଇଛି। ଏ ନେଇ ଟିଏମସି ନେତା ଶେକ୍‌ ସୁଫିଆନ ପୋଲିସରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଛି।

ଅନ୍ୟପକ୍ଷେ ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ବିଜେପି ଦାବି କରିଛି। ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ ମମତା ଡ୍ରାମା କରୁଥିବା ଅଭିଯୋଗ କରିଛନ୍ତି। ଏଥିସହ ଘଟଣାର ଭିଡିଓ ଫୁଟେଜ ସାର୍ବଜନୀନ କରିବାକୁ ବିଜେପି ଦାବି କରିଛି। ଘୋଷ କହିଛନ୍ତି,  ଜେଡ୍‌ ପ୍ଲସ ସୁରକ୍ଷା ବଳୟରେ ଥିବା ବ୍ୟକ୍ତିଙ୍କୁ କେମିତି ଆକ୍ରମଣ କରାଗଲା, ତା’ହା ନିଶ୍ଚିତ ତଦନ୍ତର ବିଷୟ। ରାଜ୍ୟ ସରକାର ସତ୍ୟ ଜାଣିବାକୁ ହେଲେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ କହିଛନ୍ତି।

Advertisment
West Bengal Election 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ