bjp-tmc
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ସବୁ କଳ୍ପନା ଜଳ୍ପନା ଅନ୍ତ ଘଟାଇ ଶୁଭେନ୍ଦୁ ଅଧିକାରୀଙ୍କୁ ନନ୍ଦୀଗ୍ରାମରୁ ପ୍ରାର୍ଥୀ କରିଛି ଦଳ। ୨୦୧୧ରୁ ଶୁଭେନ୍ଦୁ ଏହି ଆସନରୁ ଟିଏମସି ଟିକେଟ୍ରେ ଜିତି ଆସୁଥିଲେ। ହେଲେ ଗତବର୍ଷ ଡିସେମ୍ବର ସେ ଟିଏମ୍ସି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।
ତେବେ ଶୁଭେନ୍ଦୁ ଏଥର ନନ୍ଦୀଗ୍ରାମରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଶଙ୍କା କରି ତାଙ୍କୁ ଟକ୍କର ଦେବାକୁ ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଛାଡ଼ି ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ୍ ୧ ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ନନ୍ଦୀଗ୍ରାମ ପାଇଁ ଭୋଟିଂ ଆରମ୍ଭ ହେବ।
ଆଜି ଦିଲ୍ଲୀ ମୁଖ୍ୟାଳୟରେ ବିଜେପିର ସାଧାରଣ ସମ୍ପାଦକ ଅରୁଣ ସିଂହ ଏହି ୭ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ନିର୍ବାଚନ କମିଟିର ଅନୁମୋଦନ କ୍ରମେ ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ୫୭ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୩୦ଟି ଆସନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୪ଟି ଜିଲ୍ଲାର ୩୦ଟି ଆସନ ପାଇଁ ନିର୍ବାଚନ ହେବ। ଏହି ୬୦ଟି ଆସନରୁ ୫୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି।
ମାର୍ଚ୍ଚ ୨୭ ତାରିଖ ଠାରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବାକୁ ଥିବା ବେଳେ ଏପ୍ରିଲ୍ ୨ ତାରିଖ ଠାରୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବ। ୨୯୪ ସିଟ୍ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମୋଟ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ସେହିପରି ମେ ୨ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।
କିଛିଦିନ ପୂର୍ବେ ନିର୍ବାଚନ ଲଢ଼ିବା ନେଇ ଶୁଭେନ୍ଦୁ ଅଧିକାରୀ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ସେ କୌଣସି ସ୍ପେଶିଆଲ୍ ଶିଟ୍ କି ସ୍ୱତନ୍ତ୍ର ଆଥିତେୟତା ଚାହାନ୍ତି ନାହିଁ। ଆଉ ଆଜି ନନ୍ଦୀଗ୍ରାମରୁ ପ୍ରାର୍ଥୀ ହେବା ପରେ ମମତାଙ୍କୁ ଦେଢ଼ ଲକ୍ଷ ଭୋଟ୍ ବ୍ୟବଧାନରେ ପରାସ୍ତ କରିବେ ବୋଲି ଶୁଭେନ୍ଦୁ ଚ୍ୟାଲେଞ୍ଜ ଦେଇଛନ୍ତି।
ଏପଟେ ଶୁଭେନ୍ଦୁ ନନ୍ଦୀଗ୍ରାରୁ ପ୍ରାର୍ଥୀ ହେବା ପରେ ଏହାକୁ ନେଇ ଟ୍ୱିଟ୍ କରିଛନ୍ତି ରାଜ୍ୟ ବିଜେପି ସହ ପ୍ରଭାରୀ ଅମିତ ମାଲଭ୍ୟ। ସେ ଟ୍ୱିଟ୍ କରି ଲେଖିଛନ୍ତି “ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ନନ୍ଦୀଗ୍ରାମରୁ ପ୍ରାର୍ଥୀ କରିଛି। ଖୁବ୍ଶୀଘ୍ର ଲଜ୍ଜାଜନକ ଭାବେ ପରାଜୟ ହୋଇଥିବା ମୁଖ୍ୟମନ୍ତ୍ରୀ ତାଲିକାରେ ମମତାଙ୍କ ନାଁ ସାମିଲ୍ ହେବ। ଏଥିପାଇଁ ଢୋଲ ପିଟିବା ଆରମ୍ଭ ହେଇଯାଉ।”
ଅନ୍ୟପଟେ ପୂର୍ବ ମେଦିନିପୁର ଜିଲ୍ଲାର ମୋୟନା ବିଧାନସଭା ନିର୍ବାଚନ ମଣ୍ଡଳିରୁ ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡାଙ୍କୁ ପ୍ରାର୍ଥୀ କରିଛି ଦଳ।
କିଏ କେଉଁଠାରୁ ନିର୍ବାଚନ ଲଢ଼ିବେ ଜାଣନ୍ତୁ-
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bjp-1_1627367857.jpg)