Advertisment

ଆଜି ବସିବ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ। ଏହି ବୈଠକରେ ୧୦୦ରୁ ଅଧିକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଗୃହମନ୍ତ୍ରୀ ରାଜନାଥ ସିଂ ଏବଂ ନୀତିନ ଗଡକରୀଙ୍କ ସମେତ ଅନେକ ବରିଷ୍ଠ ନେତା ବୈଠକରେ ସାମିଲ ହେବେ। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୯୧ ଲୋକସଭା ଆସନ ସହ ଆଉ କିଛି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା […]

ଆଜି ବସିବ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

bbsr

Advertisment

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ। ଏହି ବୈଠକରେ ୧୦୦ରୁ ଅଧିକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଗୃହମନ୍ତ୍ରୀ ରାଜନାଥ ସିଂ ଏବଂ ନୀତିନ ଗଡକରୀଙ୍କ ସମେତ ଅନେକ ବରିଷ୍ଠ ନେତା ବୈଠକରେ ସାମିଲ ହେବେ।

Advertisment

ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୯୧ ଲୋକସଭା ଆସନ ସହ ଆଉ କିଛି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି।

ଏହା ପୂର୍ବରୁ ଓଡ଼ିଶାରେ ଗତକାଲି ପ୍ରାର୍ଥୀ ଚୟନ ନେଇ ପ୍ରଥମ ଥର ପାଇଁ ନିର୍ବାଚନ କମିଟି ବୈଠକରେ ବିଜେପିର ତୁଙ୍ଗ ନେତା ମାନସ ମନ୍ଥନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ ଲୋକସଭା ଓ ୨୮ ବିଧାନସଭା ପାଇଁ କାହାକୁ କେଉଁଠୁ ପ୍ରାର୍ଥୀ କରାଯିବ ତାହା ଏକପ୍ରକାର ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି।  ଆଜି କେନ୍ଦ୍ରୀୟ ନିର୍ବାଚନ ବୈଠକରେ ଏ ସମ୍ପର୍କରେ ବିଶେଷ ଭାବେ ଆଲୋଚନା ହୋଇ ମୋହର ବାଜିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ