Advertisment

ବିକ୍ରମଜିତ୍ କନୱରପାଲଙ୍କ କରୋନାରେ ମୃତ୍ୟୁ

ମୁମ୍ବାଇ: ବର୍ତ୍ତମାନ କରୋନା ଭାଇରସ୍ ପ୍ରଭାବ ସାଘାଂତିକ ଭାବେ ବଢିବାରେ ଲାଗିଛି। ସେ ସାଧାରଣ ଲୋକ ହୁଅନ୍ତୁ ବା କୋଟିପତି କରୋନା କବଳରୁ କେହି ରକ୍ଷା ପାଉ ନାହାନ୍ତି। ଏହି ସମୟରେ ସିନେମା ଜଗତରୁ ପୁଣି ଥରେ ଶୋକ ଖବର ଆସିଛି। ବଲିଉଡ ତଥା ଟେଲିଭିଜନର ଲୋକପ୍ରିୟ ଅଭିନେତା ବିକ୍ରମଜିତ କାନୱରପାଲଙ୍କ ଦେହାନ୍ତ ହୋଇଛି। ତାଙ୍କର ଚିକିତ୍ସା ଗତ କିଛି ଦିନ ଧରି ଚାଲିଥିଲା ​​କିନ୍ତୁ ସେ କୋଭିଡ ଯୁଦ୍ଧରେ ହାରି ଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ […]

author-image
Pramod Behera
ବିକ୍ରମଜିତ୍ କନୱରପାଲଙ୍କ କରୋନାରେ ମୃତ୍ୟୁ

Untitled-1

ମୁମ୍ବାଇ: ବର୍ତ୍ତମାନ କରୋନା ଭାଇରସ୍ ପ୍ରଭାବ ସାଘାଂତିକ ଭାବେ ବଢିବାରେ ଲାଗିଛି। ସେ ସାଧାରଣ ଲୋକ ହୁଅନ୍ତୁ ବା କୋଟିପତି କରୋନା କବଳରୁ କେହି ରକ୍ଷା ପାଉ ନାହାନ୍ତି। ଏହି ସମୟରେ ସିନେମା ଜଗତରୁ ପୁଣି ଥରେ ଶୋକ ଖବର ଆସିଛି। ବଲିଉଡ ତଥା ଟେଲିଭିଜନର ଲୋକପ୍ରିୟ ଅଭିନେତା ବିକ୍ରମଜିତ କାନୱରପାଲଙ୍କ ଦେହାନ୍ତ ହୋଇଛି। ତାଙ୍କର ଚିକିତ୍ସା ଗତ କିଛି ଦିନ ଧରି ଚାଲିଥିଲା ​​କିନ୍ତୁ ସେ କୋଭିଡ ଯୁଦ୍ଧରେ ହାରି ଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା।

Advertisment

publive-image

ଅନେକ ଟିଭି ସିରିଏଲ ଓ ଚଳଚ୍ଚିତ୍ରରେ ପାର୍ଶ୍ଵ ଭୂମିକାରେ ଅଭିନୟ ପାଇଁ ବିକ୍ରମଜିତ୍ କାନୱରପାଲ ବେଶ ଜଣାଶୁଣା। ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ନିର୍ମାତା ଅଶୋକ ପଣ୍ଡିତ ଏହି ଦୁଃଖଦ ଖବରକୁ ନିଶ୍ଚିତ କରିଛନ୍ତି।

publive-image

ଅଶୋକ ପଣ୍ଡିତ ତାଙ୍କ ଟ୍ୱିଟରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, 'କୋଭିଡ କାରଣରୁ ମେଜର ବିକ୍ରମଜିତ୍ କନୱରପାଲଙ୍କ ମୃତ୍ୟୁ ଖବର ଶୁଣି ସେ ଅତ୍ୟନ୍ତ ଦୁଃଖିତ। ସେ ଅନେକ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ କାମ କରୁଥିବା ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଥିବା ଶ୍ରୀ ପଣ୍ଡତ କହିଥିବା ବେଳେ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Advertisment

publive-image

ବିକ୍ରମଜିତ୍ କନୱରପାଲଙ୍କ ମୃତ୍ୟୁ ବିଷୟରେ ସୂଚନା ପାଇବା ପରେ ଲୋକମାନେ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରୁଛନ୍ତି। କାଷ୍ଟିଂ ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ର ନିର୍ମାତା ମୁକେଶ ଛାବ୍ରା ମଧ୍ୟ ବିକ୍ରମଜିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ତାଙ୍କ ଫଟୋ ସହିତ ଟୁଇଟ୍ କରିଛନ୍ତି, RIP ।

publive-image

ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ଲେଖିଛନ୍ତି – “ମେଜର ବିକ୍ରମଜିତ୍ କନୱରପାଲଙ୍କ ଦେହାନ୍ତ ହୋଇଛି। ଏହି ମହାମାରୀ ତାଙ୍କୁ ଆମଠାରୁ ଦୂରେଇ ନେଇଗଲା। ମୁଁ ତାଙ୍କ ସହିତ ଅନେକ ଚଳଚ୍ଚିତ୍ର କରିଥିଲି।“ ସେ ଆହୁରି ଲେଖିଛନ୍ତି- “ଆମେ ହରାଇଥିବା ପ୍ରତ୍ୟେକ ଜୀବନ କେବଳ ଗୋଟିଏ ସଂଖ୍ୟା ନୁହେଁ। ଆମେ ଏହାକୁ ଏକ ସଂଖ୍ୟାରେ ସୀମିତ ହେବାକୁ ଦେଇ ପାରିବୁ ନାହିଁ। ତାଙ୍କର ଆତ୍ମାକୁ ​​ଶାନ୍ତି ମିଳୁ।“

publive-image

ଅଭିନେତା ଅଶ୍ୱିନ୍ ମୁଶ୍ରାନ୍ ଲେଖିଛନ୍ତି - “ବିକ୍ରମଜିତ୍ କନୱାରପାଲ ଆମ ଗହଣରୁ ଚାଲିଯାଇଛନ୍ତି। ତାଙ୍କ ସହ ମୋର ପ୍ରଥମ ସାକ୍ଷାତ ୨୦୦୩–୨୦୦୪ରେ ଏକ ଅଡିସନ୍ ଲାଇନରେ ଛିଡା ହୋଇଥିବା ବେଳେ ହୋଇଥିଲା। ଆମେ ଅନେକ ଥର ପରସ୍ପର ମଧ୍ୟରେ ଟକରା ଟକରି ହୋଇଛୁ କିନତୁ ସଂପର୍କକୁ ସୁଦୃଢ ରଖିଥିଲୁ। ବିଦାୟ ମେଜର… ଆମେ ଅନ୍ୟ କୌଣସି ସ୍ଥାନରେ ଭେଟିବା”

publive-image

ବିକ୍ରମଜିତ୍ କନୱରପାଲଙ୍କ ଜନ୍ମ ହିମାଚଳ ପ୍ରଦେଶର ଜଣେ ସେନା ଅଧିକାରୀଙ୍କ ଘରେ ହୋଇଥିଲା। ଭାରତୀୟ ସେନାବାହିନୀରୁ ଅବସର ନେବା ପରେ ବିକ୍ରମଜିତ୍  ୨୦୦୩ରେ ଅଭିନୟ ଆରମ୍ଭ କରିଥିଲେ। ସେ ଫିଲ୍ମ 'ପେଜ୍-୩', 'ରକେଟ୍ ସିଂ', ସେଲ୍ସମ୍ୟାନ୍ ଅଫ୍ ଦି ଇୟର 'ଆରକ୍ଷଣ', 'ମର୍ଡର ୨', '୨ ଷ୍ଟେଟ୍ସ' ଓ 'ଦ ଗାଜି ଆଟାକ୍' ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

publive-image

ଯଦି ଟିଭିର କଥା ଉଠେ ତେବେ ତାଙ୍କୁ 'ଦିୟା ଅର ବାତି ହମ', 'ୟେ ହେ ଚାହତେ', 'ଦିଲ ହି ତୋ ହେ' ଓ 'ଅନିଲ କପୁର ୨୪' ରେ ଦେଖିବାକୁ ମିଳିଥିଲା।

Advertisment
Advertisment