Advertisment

ସହିଦ ପୁଅ ପାଇଁ କାଲି ପଡ଼ିଥିଲା କାନ୍ଦବୋବାଳି, ହେଲେ ଆଜି..

ଛପରା:ଗତକାଲି ଖବର ମିଳିଥିଲା ପୁଅ ସହିଦ ହୋଇଯାଇଛି।  ଖେଳି ଯାଇଥିଲା ଶୋକର ଲହରି ।  ପରିବାର ଲୋକଙ୍କ କାନ୍ଦରେ ଭିଜୁଥିଲା ଘର ଅଗଣା।  ହେଲେ ଆଜି ସେଇ ଘରେ ଖୁସିର ଜୁଆର। କାରଣ  ଆଜି ସକାଳୁ ଖବର ଆସିଛି ଛପରାର ଲାଲ୍‌ ସୁନିଲ ରାୟ ସୀମାରେ ସହିଦ୍‌ ହୋଇନାହାନ୍ତି। ସେ ଠିକ୍‌ଠାକ୍‌ ଅଛନ୍ତି। ଇଣ୍ଡୋ-ଚୀନ ବର୍ଡରରେ ଉତ୍ତେଜନା ଲାଗି ରହିଛି। ଏଥିରେ ୨୦ ଜଣ ଭାରତୀୟ ସେନା ସହିଦ ହୋଇଛନ୍ତି। ଗତକାଲି ସୁନିଲଙ୍କ ପରିବାରକୁ ଖବର ମିଳିଲା, […]

ସହିଦ ପୁଅ ପାଇଁ କାଲି ପଡ଼ିଥିଲା କାନ୍ଦବୋବାଳି, ହେଲେ ଆଜି..

bihar

Advertisment

ଛପରା:ଗତକାଲି ଖବର ମିଳିଥିଲା ପୁଅ ସହିଦ ହୋଇଯାଇଛି।  ଖେଳି ଯାଇଥିଲା ଶୋକର ଲହରି ।  ପରିବାର ଲୋକଙ୍କ କାନ୍ଦରେ ଭିଜୁଥିଲା ଘର ଅଗଣା।  ହେଲେ ଆଜି ସେଇ ଘରେ ଖୁସିର ଜୁଆର। କାରଣ  ଆଜି ସକାଳୁ ଖବର ଆସିଛି ଛପରାର ଲାଲ୍‌ ସୁନିଲ ରାୟ ସୀମାରେ ସହିଦ୍‌ ହୋଇନାହାନ୍ତି। ସେ ଠିକ୍‌ଠାକ୍‌ ଅଛନ୍ତି।

Advertisment

ଇଣ୍ଡୋ-ଚୀନ ବର୍ଡରରେ ଉତ୍ତେଜନା ଲାଗି ରହିଛି। ଏଥିରେ ୨୦ ଜଣ ଭାରତୀୟ ସେନା ସହିଦ ହୋଇଛନ୍ତି। ଗତକାଲି ସୁନିଲଙ୍କ ପରିବାରକୁ ଖବର ମିଳିଲା, ତାଙ୍କ ପୁଅ ସହିଦ୍‌ ହୋଇଯାଇଛନ୍ତି। ହେଲେ ଆଜି ସକାଳୁ ସେ ଠିକ୍‌ଠାକ୍‌ ଥିବା ଜଣାପଡ଼ିବା ସହ ସୁନିଲ ନିଜେ ମଧ୍ୟ ପରିବାର ଲୋକଙ୍କ ସହ କଥାବାରର୍ତ୍ତା ହୋଇଥିଲେ।

ସେନା ଅଧିକାରୀ ସୂଚନା ଦେଇ କହିଥିଲେ, ଭୁଲବଶତଃ  ସଠିକ୍‌ ଖବର ଦେଇପାରି ନ ଥିଲୁ। ଲଦ୍ଦାଖରେ ସୁନିଲ ଠିକ୍‌ଠାକ ଅଛନ୍ତି। ଏହି ଖବର ଶୁଣିବା ପରେ ବିହାରର ପରସା ଗାଁରେ ଖୁସିର ଲହରି ଖେଳି ଯାଇଛି।

Advertisment

ଲଦ୍ଦାଖର ଗଲୱାନ ଅଞ୍ଚଳରେ ଭାରତ-ଚୀନ ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ୨୦ ଯବାନ ସହିଦ ହେବା ପରେ ଚୀନ୍‌ର ଏପରି ଧୋକାବାଜିକୁ ନେଇ ସାରା ଦେଶରେ ଚୀନ୍‌ ବିରୋଧୀ ମନୋଭାବ ତେଜିଛି । ଏଠି କହିରଖିବକୁ ୧୯୬୨ ପରେ ଭାରତ-ଚୀନ ମଧ୍ୟରେ ଏଐତେ ବଡ ସଂଘର୍ଷ ଘଟିବା ସହ ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ଚୀନର ଏହି ଧୋକାବାଜିର ଜବାବ ଦେବାପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି। ଆନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ପେଇଂଚୀନକୁ  ଅଲଗା କରିବା ପାଇଁ ପ୍ରୟାସ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ:ଅଟକ ରଖିଥିବା ଭାରତର ୧୦ ଯବାନଙ୍କୁ ଛାଡ଼ିଲା ଚୀନ!

Sunil Rai Odisha Indo China Border Clash India China Border Fight Update India China Border Fight India-China Border Tension
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ