/odishatv-khabar/media/post_attachments/uploadimage/library/16_9/16_9_0/chirag_1623654223.jpg)
chirag
ପାଟନା : ବିଦ୍ରୋହ ରାଜନୀତି ଆରମ୍ଭ । ବିହାର ରାଜନୀତିରେ ନାଟକୀୟ ମୋଡ । ରାମବିଲାସ ପାଶ୍ୱାନଙ୍କ ଦଳ LJPରେ ଫାଟ ସୃଷ୍ଟି ହୋଇଛି । ଚିରାଗ ପାଶ୍ୱାନଙ୍କ ଉପରେ ନାରାଜ ହୋଇ ଲୋକସଭା ସ୍ପିକର ଓମ ବିର୍ଲାଙ୍କୁ ଏକ ଚିଠି ଲେଖିଛନ୍ତି ଦଳର ପାଞ୍ଚ ସାଂସଦ । ଭିନ୍ନ ମାନ୍ୟତା ଦାବି ପାଇଁ ଚିଠି ଲେଖାଯାଇଛି । ବିଦ୍ରୋହ ଆରମ୍ଭ କରିଥିବା ପାଞ୍ଚ ଜଣ ସାଂସଦ ଏବେ ଜେଡିୟୁରେ ସାମିଲ ହେବେ ବୋଲି ସୂଚନା ମିଳିଛି ।
ରାମବିଲାସ ପାଶ୍ୱାନଙ୍କ ପୁଅ ଚିରାଗ ପାଶ୍ୱାନଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିବା ପାଂଚ ଜଣ ସାଂସଦ ହେଲେ ପାଶୁପତି ପାରସ ପାଶ୍ୱାନ(କକା), ପ୍ରିନ୍ସ ରାଜ(କକା ପୁଅ ଭାଇ), ଚନ୍ଦନ ସିଂ, ବୀଣା ଦେବୀ, ମହବୁବା ଅଲ୍ଲୀ କେଶର । ବିହାର ବିଧାନସଭା ନିର୍ବାଚନ କାଳରୁ ଏହି ସାଂସଦମାନେ ଚିରାଗ ପାଶ୍ୱାନଙ୍କ ଉପରେ ନାରାଜ ଥିବା ଶୁଣିବାକୁ ମିଳୁଛି । ଏପରି ସ୍ଥିତିରେ LJPରେ ଫାଟ ନେଇ ପୂର୍ବରୁ କଳ୍ପନାଜଳ୍ପନା ହେଉଥିଲା, ଆଉ ଏବେ ସ୍ପଷ୍ଟ ହୋଇଯାଇଛି । ଫଳରେ LJP ସାମ୍ନାରେ ଏବେ ବଡ଼ ରାଜନୈତିକ ସଙ୍କଟ ଦେଖାଦେଇଛି ।
ବିହାର ବିଧାନସଭା ନିର୍ବାଚନରେ LJP, ବିଜେପି-ଜେଡିୟୁ ଠାରୁ ଭିନ୍ନ ହୋଇ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲା, ଆଉ ସେବେଠାରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ତାଙ୍କ ଦଳର ଲୋକେ ଚିରାଗଙ୍କୁ ବିରୋଧ କରୁଥିଲେ । ଅନ୍ୟପଟେ ନିର୍ବାଚନ ପଳାଫଳରେ ମଧ୍ୟ ସ୍ପଷ୍ଟ ହୋଇଗଲା ଚିରାଗଙ୍କ ଦଳ ପାଇଁ ଅନେକ ସ୍ଥାନରେ ଜେଡିୟୁ ସିଟ୍ କମ ହୋଇଗଲା । ଏତେ ସବୁ ହେଲାପରେ ଏବେ LJPର ପାଞ୍ଚ ଜଣ ସାଂସଦ ଜେଡିୟୁରେ ଯୋଗଦେଲେ ଏହା ଚିରାଗଙ୍କ ପାଇଁ ବଡ଼ ଅପମାନ ହେବ ।
ଖବର ଅନୁସାରେ ପାଂଚ ଜଣ ସାଂସଦ ଏବେ ବିଦ୍ରୋହୀ ମନୋଭାବ ଗ୍ରହଣ କରି ଚିରାଗଙ୍କ ଉପରେ ଖପ୍ପା ଅଛନ୍ତି । ସୂତ୍ରରୁ ଜଣାପଡ଼ୁଛି, ଏହି ପାଞ୍ଚଜଣ ସାଂସଦ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି LJP ଠାରୁ ପୃଥକ ମାନ୍ୟତା ପାଇବାକୁ ଦାବି କରିଛନ୍ତି । ଏହି ଖବର ସତ ହେଲେ ପାଞ୍ଚଜଣ ସାଂସଦ ବର୍ତ୍ତମାନ ଏକ ଭିନ୍ନ ରାଜନୈତିକ ଦିଗକୁ ମୁହାଁଇଛନ୍ତି । ବିଦ୍ରୋହୀ ସାଂସଦଙ୍କ ସମସ୍ତ ପଦକ୍ଷେପ ଏବେ ଚିରାଗଙ୍କ ପାଇଁ ବିହାର ରାଜନୀତିରେ ହଲଚଲ୍ ସୃଷ୍ଟି କରିବ ନିଶ୍ଚୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)