Advertisment

ଏହି ରାଜ୍ୟରେ ପୁଣି ବଢ଼ିଲା ଲକଡାଉନ୍

ପାଟନା: ସାରା ଦେଶରେ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଭଳି ସ୍ଥିତିରେ ବିଭିନ୍ନ ରାଜ୍ୟ କିଛି କଡ଼ା ପଦକ୍ଷେପ ଉଠାଇଛନ୍ତି। ଏହିକ୍ରମରେ ବିହାରରେ ମଧ୍ୟ କରୋନା ମାମଲା ଲଗାତର ବଢ଼ିଚାଲିଛି। ବିହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିସାରିଥିବା ବେଳେ ଏହାକୁ ଆଖି ଆଗରେ ରଖି ଆସନ୍ତା ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ଅବଧି ବଢ଼ାଯାଇଛି। ଏହା ପୂର୍ବରୁ ରାଜ୍ୟକୁ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ କରାଯାଇଥିଲା। ବିହାରରେ କରୋନାରେ […]

author-image
Ranjeet Kumar Jena
ଏହି ରାଜ୍ୟରେ ପୁଣି ବଢ଼ିଲା ଲକଡାଉନ୍

bihar

ପାଟନା: ସାରା ଦେଶରେ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଭଳି ସ୍ଥିତିରେ ବିଭିନ୍ନ ରାଜ୍ୟ କିଛି କଡ଼ା ପଦକ୍ଷେପ ଉଠାଇଛନ୍ତି। ଏହିକ୍ରମରେ ବିହାରରେ ମଧ୍ୟ କରୋନା ମାମଲା ଲଗାତର ବଢ଼ିଚାଲିଛି। ବିହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିସାରିଥିବା ବେଳେ ଏହାକୁ ଆଖି ଆଗରେ ରଖି ଆସନ୍ତା ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ଅବଧି ବଢ଼ାଯାଇଛି। ଏହା ପୂର୍ବରୁ ରାଜ୍ୟକୁ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ କରାଯାଇଥିଲା।

Advertisment

ବିହାରରେ କରୋନାରେ ୪୬୧ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ୭୨ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ବେଳେ ୩୧ହଜାରରୁ ଅଧିକ ଆକ୍ଟିସ୍ କେସ୍ ରହିଛି। ତେବେ କରୋନା ମାମଲା ବଢ଼ୁଥିବାର ଦେଖି ରାଜ୍ୟ ସରକାର ଲକଡାଉନ୍ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଲଡକାଉନରେ ସାମାନ୍ୟ କୋହଳ କରାଯାଇଛି।

ନୀତୀଶ ସରକାର କରୋନା ମହାମାରୀକୁ ଆଖି ଆଗରେ ରଖି କିଛି କଟକଣା ଜାରି ରଖିଛନ୍ତି। ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ। ସେହିପରି ଦେକାନ ଓ ବଜାରକୁ ସମୟ ଏବଂ ବାକି ନିୟମ ଅନୁଯାୟୀ ଆବଶ୍ୟକ ପ୍ରତିବନ୍ଧକ ସହ ପରିଚାଳନା କରିବାକୁ ଅନୁମତି ଦିଆଯିବ। ରାଜ୍ୟରେ ଶପିଙ୍ଗ୍ ମଲ୍, ଧର୍ମାନୁଷ୍ଠାନ ଆଦିକୁ ଖୋଲିବାକୁ ଅନୁମତି ମିଳିନାହିଁ।

Advertisment
Advertisment
Advertisment