Advertisment

ଜଙ୍ଗଲରେ କ୍ୱାରେଣ୍ଟିନ୍‌ ସେଣ୍ଟର କରି ରହିଲେ ପ୍ରବାସୀ

ପାଟନା: ଲକ୍‌ଡାଉନ୍‌ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରୁଛନ୍ତି। ବଡ଼ ସହର ଛାଡି ନିଜ ଗାଁକୁ ଫେରିଥିବା ଶ୍ରମିକମାନଙ୍କ ପାଇଁ ଜୀବନ ଅଧିକ କଷ୍ଟସାଧ୍ୟ ହୋଇପଡିଛି। କିନ୍ତୁ କରୋନା ଭୟରେ ସେମାନେ ଘରକୁ ନଯାଇ ସରକାରଙ୍କ ନିୟମମାନି ବାହାରେ ଥିବା କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିଥାନ୍ତି। ତଥାପି କେତେକ ସ୍ଥାନରେ ପ୍ରବାସୀ ଶ୍ରମିକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ବିହାରର ବୈଶାଳୀରେ ମଧ୍ୟ ସେମିତି କିଛି ଘଟଣା ଦେଖିବାକୁ ମିଳୁଛି। […]

author-image
Mahasweta Baral
ଜଙ୍ଗଲରେ କ୍ୱାରେଣ୍ଟିନ୍‌ ସେଣ୍ଟର କରି ରହିଲେ ପ୍ରବାସୀ

jangle

ପାଟନା: ଲକ୍‌ଡାଉନ୍‌ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରୁଛନ୍ତି। ବଡ଼ ସହର ଛାଡି ନିଜ ଗାଁକୁ ଫେରିଥିବା ଶ୍ରମିକମାନଙ୍କ ପାଇଁ ଜୀବନ ଅଧିକ କଷ୍ଟସାଧ୍ୟ ହୋଇପଡିଛି। କିନ୍ତୁ କରୋନା ଭୟରେ ସେମାନେ ଘରକୁ ନଯାଇ ସରକାରଙ୍କ ନିୟମମାନି ବାହାରେ ଥିବା କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିଥାନ୍ତି। ତଥାପି କେତେକ ସ୍ଥାନରେ ପ୍ରବାସୀ ଶ୍ରମିକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ବିହାରର ବୈଶାଳୀରେ ମଧ୍ୟ ସେମିତି କିଛି ଘଟଣା ଦେଖିବାକୁ ମିଳୁଛି।

Advertisment

ବାହାରୁ କିଛି ଶ୍ରମିକ ଘରକୁ ଫେରିଛନ୍ତି। କିନ୍ତୁ ଏହି ଶ୍ରମିକମାନଙ୍କର ଏତେ ବଡ ଘର ନାହିଁ ଯେ ସେମାନେ ପରିବାର ସହିତ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିପାରିବେ। ଏଭଳି ପରିସ୍ଥିତିରେ ସେମାନେ ଜଙ୍ଗଲକୁ ଯାଇ ସେଠାରେ ଏକ ଅସ୍ଥାୟୀ  ତମ୍ୱୁ କୁଡିଆ ତିଆରି କରି ରହୁଛନ୍ତି।

ଖବର ଅନୁଯାୟୀ, ପ୍ରବାସୀ ଶ୍ରମିକମାନେ ସମସ୍ତେ ଗୁଜୁରାଟରେ କାମ କରୁଥିଲେ। କିନ୍ତୁ ଲକ୍‌ଡାଉନ୍‌ କାରଣରୁ କାମ ବନ୍ଦ ହେବାରୁ ସେମାନେ ନିଜ ଗାଁ ଲୋଡିପୁରକୁ ଫେରଆସିଥିଲେ। ପରେ ପ୍ରବାସୀମାନେ ହୋମ୍‌ କ୍ୱାରେଣ୍ଟିନ୍‌ରେ ନରହି, ସମସ୍ତେ ପାଖ ଜଙ୍ଗଲକୁ ଯାଇ ଏକ ଅସ୍ଥାୟୀ ତମ୍ୱୁ କୁଡିଆ ତିଆରି କରି ରହୁଛନ୍ତି। କାରଣ ଘରର ସୁବିଧା ନାହିଁ।

Advertisment

ଘରେ ରହିବା ଦ୍ୱାରା ଅନ୍ୟ ପରିବାର ସଦସ୍ୟଙ୍କୁ କୌଣସି ଅସୁବିଧା ହୋଇପାରେ ବୋଲି ସେମାନେ ଏପରି କରିଥିବା କହିଛନ୍ତି। ଦିନ ବେଳା ପ୍ରଚଣ୍ଡ ଖରା ଓ ରାତିରେ ଜୀବଜନ୍ତୁ , ମଶାଙ୍କ ଭୟରେ ଡରି ଡରି ରହୁଥିବାର କହିଛନ୍ତି ପ୍ରବାସୀ।

ପ୍ରବାସୀ ଶ୍ରମିକମାନେ ଆହୁରି ମଧ୍ୟ କହିଛନ୍ତି, ଏତେ କଷ୍ଟରେ ରହିଲେ ବି, ଆମ କଥା ବୁଝିବାକୁ ସ୍ଥାନୀୟ ମୁଖିଆ ନା ପ୍ରଶାସନ କାହାର ଦେଖାନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ବିହାରରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୩୮୦୬କୁ ବୃଦ୍ଧି ପାଇଛି। ୭.୯୪ ଲକ୍ଷ ଲୋକ ୧୪ ଦିନ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହି ଘରକୁ ଫେରିଛନ୍ତି।

Advertisment
Advertisment