Advertisment

ପିଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ପପୁ ଯାଦବ

ପାଟନା: ବିହାର ନିର୍ବାଚନରେ ପିଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇଛି। ପପୁ ଯାଦବ ପିଡିଏ(ପ୍ରୋଗ୍ରେସିଭ୍‌ ଡେମୋକ୍ରାଟିକ୍ ଆଲିଆନ୍ସ)ରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି ଆଜାଦ ସମାଜ ପାର୍ଟି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ। ସେହିପରି ଏନ୍‌ଡିଏରେ ନୀତୀଶ କୁମାର, ଆର୍‌ଡେଜିର ତେଜସ୍ୱୀ ଯାଦବ ଓ ଉପେନ୍ଦ୍ର କୁଶୱାହ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଘୋଷଣା ହୋଇଛି। ଏବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାଲିକାରେ ପପୁ ଯାଦବଙ୍କ ନାଁ ବି ସାମିଲ ହୋଇଛି। ବିହାର ବିଧାନସଭା ନିର୍ବାଚନରେ […]

ଅଦ୍ୟତନ ହୋଇଛି
ପିଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ପପୁ ଯାଦବ

papu-yadav

Advertisment

ପାଟନା: ବିହାର ନିର୍ବାଚନରେ ପିଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇଛି। ପପୁ ଯାଦବ ପିଡିଏ(ପ୍ରୋଗ୍ରେସିଭ୍‌ ଡେମୋକ୍ରାଟିକ୍ ଆଲିଆନ୍ସ)ରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି ଆଜାଦ ସମାଜ ପାର୍ଟି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ। ସେହିପରି ଏନ୍‌ଡିଏରେ ନୀତୀଶ କୁମାର, ଆର୍‌ଡେଜିର ତେଜସ୍ୱୀ ଯାଦବ ଓ ଉପେନ୍ଦ୍ର କୁଶୱାହ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଘୋଷଣା ହୋଇଛି। ଏବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାଲିକାରେ ପପୁ ଯାଦବଙ୍କ ନାଁ ବି ସାମିଲ ହୋଇଛି। ବିହାର ବିଧାନସଭା ନିର୍ବାଚନରେ ପପୁ ନିଜ ଗଡ଼ ମଧେପୁରାରୁ ନିର୍ବାଚନ ଲଢ଼ିବେ।

Advertisment

ପିଡିଏ ମେଣ୍ଟରେ ପପୁ ଯାଦବଙ୍କ ଦଳ ଜନ ଅଧିକାର ପାର୍ଟ-ଲୋକତାନ୍ତ୍ରିକ, ଚନ୍ଦ୍ରଶେଖର ଆଜାଦ ରାବଣଙ୍କ ଦଳ ଆଜାଦ୍‌ ସମାଜ ପାର୍ଟି, ଦି ବହୁଜନ ମୁକ୍ତିପାର୍ଟି ଏବଂ ସୋସିଆଲ୍‌ ଡେମୋକ୍ରାଟିକ୍‌ ପାର୍ଟି ଅଫ୍‌ ଇଣ୍ଡିଆ ଦଳ ସାମିଲ ଅଛନ୍ତି। ଏହି ମେଣ୍ଟ ଏଥର ନିର୍ବାଚନରେ ଏନ୍‌ଡିଏ ସହିତ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛି।

ଆଜାଦ ସମାଜ ପାର୍ଟି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ ପପୁ ଯାଦବଙ୍କୁ ପିଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ପପୁ ଯାଦବଙ୍କ କାର୍ଯ୍ୟଶୈଳୀ ଲୋକ କୈନ୍ଦ୍ରିକ। ଯେଉଁମାନେ ବିହାରକୁ ଭଲପାଉଥିବେ, ବିହାରକୁ ଅନୁଭବ କରୁଥିବେ ସେମାନେ ଆମ ମେଣ୍ଟକୁ ଥରୁଟେ ପାଇଁ ନିଶ୍ଚୟ ସୁଯୋଗ ଦେବେ ବୋଲି ଚନ୍ଦ୍ର ଶେଖର ଆଜାଦ କହିଛନ୍ତି।

Advertisment

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ନୀତୀଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି ପପୁ। ବିହାରରେ ବିକାଶ ନେଇ ନୀତୀଶକୁ ସମାଲୋଚନା କରିଥିଲେ ପପୁ ଯାଦବ।

ସୂଚନା ଥାଉକି, ଅକ୍ଟୋବର ୨୮ରୁ ୩ଟି ପର୍ଯ୍ୟାୟରେ ଭୋଟିଂ ଆରମ୍ଭ ହେବ। ଅକ୍ଟୋବର୨୮, ନଭେମ୍ବର ୩ ଓ ୭ରେ ଭୋଟିଂ ଶେଷ ହେବା ପରେ ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ