Advertisment

ବିହାର ନିର୍ବାଚନ: ମେଣ୍ଟରୁ ଓହରିଲା ଭିଆଇପି, ଏକାକୀ ଲଢ଼ିବ ନିର୍ବାଚନ

ପାଟନା: ବିହାର ନିର୍ବାଚନକୁ ନେଇ ଏପର୍ଯ୍ୟନ୍ତ ଦଳଗୁଡ଼ିକ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଗତକାଲି ବିରୋଧୀଙ୍କ ମହାମେଣ୍ଟରେ ସାମିଲ ହୋଇଥିବା ଭିଆଇପି(ବିକାଶଶୀଳ ଇନସାନ ପାର୍ଟି) ଏକାକୀ ୨୪୩ ସିଟ୍‌ରେ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ଆର୍‌ଜେଡିର ମୁଖ୍ୟ ତେଜସ୍ୱୀ ଯାଦବଙ୍କ ନେତୃତ୍ୱକୁ ଅସ୍ୱୀକାର କରିବା ସହିତ ଏପରି ଘୋଷଣା କରିଛି ଭିଆଇପି। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଭିଆଇପି ଅଧ୍ୟକ୍ଷ ମୁକେଶ ଶାହନି ଏକଥା କହିଛନ୍ତି। ବଲିଉଡ୍‌ ସେଟ୍‌ ଡିଜାଇନର୍‌ରୁ ରାଜନେତା ସାଜିଥିବା […]

ଅଦ୍ୟତନ ହୋଇଛି
ବିହାର ନିର୍ବାଚନ: ମେଣ୍ଟରୁ ଓହରିଲା ଭିଆଇପି, ଏକାକୀ ଲଢ଼ିବ ନିର୍ବାଚନ

mukesh-shani

Advertisment

ପାଟନା: ବିହାର ନିର୍ବାଚନକୁ ନେଇ ଏପର୍ଯ୍ୟନ୍ତ ଦଳଗୁଡ଼ିକ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଗତକାଲି ବିରୋଧୀଙ୍କ ମହାମେଣ୍ଟରେ ସାମିଲ ହୋଇଥିବା ଭିଆଇପି(ବିକାଶଶୀଳ ଇନସାନ ପାର୍ଟି) ଏକାକୀ ୨୪୩ ସିଟ୍‌ରେ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ଆର୍‌ଜେଡିର ମୁଖ୍ୟ ତେଜସ୍ୱୀ ଯାଦବଙ୍କ ନେତୃତ୍ୱକୁ ଅସ୍ୱୀକାର କରିବା ସହିତ ଏପରି ଘୋଷଣା କରିଛି ଭିଆଇପି। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଭିଆଇପି ଅଧ୍ୟକ୍ଷ ମୁକେଶ ଶାହନି ଏକଥା କହିଛନ୍ତି।

Advertisment

ବଲିଉଡ୍‌ ସେଟ୍‌ ଡିଜାଇନର୍‌ରୁ ରାଜନେତା ସାଜିଥିବା ମୁକେଶ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି “ ଭିଆଇପି ବିହାରର ୨୪୩ ବିଧାନସଭା ଆସନରେ ଏକାକୀ ଲଢ଼ିବ ବୋଲି ମୁଁ ଘୋଷଣା କରୁଛି। ମୁଁ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ମୋର ୭୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବି।” ମହାମେଣ୍ଟରୁ ଓହିରଯିବା ପରେ ମୁକେଶ ଶାହନି ଏପରି ଘୋଷଣା କରିଛନ୍ତି। ମହାମେଣ୍ଟ ଉପରେ ଅସନ୍ତୋଷ ପ୍ରକାଶ କରି ମୁକେଶ କହିଛନ୍ତି “ମୁଁ କୌଣସି ଗୋଟିଏ କିମ୍ବା ଦୁଇଟି ଦଳ ସହିତ ମେଣ୍ଟ କରିପାରିବି ନାହିଁ। ପ୍ରତି ନିର୍ବାଚନ ମଣ୍ଡଳୀରେ ମୋ ଦଳର ଏକାକୀ ୨୫ ହଜାର ଭୋଟ ରହିଛି। ତେଣୁ ମୁଁ ଏକାକୀ ଲଢ଼ିବି।”

ମେଣ୍ଟରୁ ଓହିରିଯିବା ପରେ ଆର୍‌ଜେଡି ମୁଖ୍ୟ ତେଜସ୍ୱୀ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି ମୁକେଶ। ତେଜସ୍ୱୀ ଆରମ୍ଭରୁ ମୋତେ ଅନ୍ଧାରରେ ରଖିବାକୁ ଚାହୁଁଥିଲେ। ମେଣ୍ଟ ସହିତ ଚିଟିଂ କରିବାକୁ ଚାହୁଁଥିଲେ ବୋଲି ମୁକେଶ କହିଛନ୍ତି। ତେଜସ୍ୱୀ ମାଝୀଙ୍କୁ ମେଣ୍ଟରୁ ବାହାର କରିଥିବା ଅଭିଯୋଗ ଆଣିବା ସହିତ କଂଗ୍ରେସକୁ ସର୍ତ୍ତ ମୁତାବକ ୭୦ ସିଟ୍ ନ ଦେଇ ୫୮ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୁକେଶ। ସେ ଆହୁରି ମଧ୍ୟ କହିଛନ୍ତି ଯେ ତେଜସ୍ୱୀ ତାଙ୍କ ଇଚ୍ଛା ଅନୁସାରେ ରାଜନୀତି କରିବାକୁ ଚାହୁଁଛନ୍ତି। ମୁଁ ଏପରି କରିପାରିବି ନାହିଁ ବୋଲି ମୁକେଶ କହିଛନ୍ତି। ଏମିତିକି ସେ ମୋତେ କ୍ଷମା ମାଗିଲେ ବି ମୁଁ ତାଙ୍କ ସହିତ ରହିପାରିବି ନାହିଁ ବୋଲି ଭିଆଇପି ମୁଖ୍ୟ ମୁକେଶ ଶାହନି କହିଛନ୍ତି।

Advertisment

ଚିରାଗ ପାସ୍‌ୱାନ, କହ୍ନେୟା କୁମାର ଓ ମୋତେ ଭୟ କରନ୍ତି ତେଜସ୍ୱୀ। ଏମିତିକି ତାଙ୍କ ଭାଇ ତେଜ ପ୍ରତାପ ଯାଦବଙ୍କ ସହିତ ବି ତାଙ୍କର ଭଲ ପଡ଼ୁନାହିଁ ବୋଲି ମୁକେଶ କହିଛନ୍ତି। ଗତକାଲି ଆର୍‌ଜେଡି ଭିଆଇପି ସହିତ ସିଟ୍ ଶେୟାର କରିବ ବୋଲି ନିଷ୍ପତ୍ତି ହୋଇଥିଲା। ଆଜି ସିଟ୍‌ ଭାଗ ହେବାରୁ ଆର୍‌ଜେଡି ୧୪୪ ସିଟ୍, କଂଗ୍ରେସ ୭୦ ସିଟ୍ ଓ ବାମ ଦଳଙ୍କୁ ୨୯ ସିଟ୍ ମିଳିଥିଲା। ଏଥିରେ ରାଜି ହୋଇନଥିଲେ ମୁକେଶ। ସେ ୨୦ ସିଟ୍ ମାଗିବା ସହିତ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ସେ ଦାବି କରିଥିଲେ। ମେଣ୍ଟରେ ମୁକେଶଙ୍କର ଦାବି ପୂରଣ ନ ହେବାରୁ ସେ ଏଥିରୁ ଓହରି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ