/odishatv-khabar/media/post_attachments/uploadimage/library/16_9/16_9_0/coronaa-1_1625501327.jpg)
coronaa
ଭୋପାଳ: ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପରେ କ୍ୟାବିନେଟର ଆଉ ଜଣେ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ କଲ୍ୟାଣ ବିଭାଗର ସାଂସଦ ରାମଖେଲୱାନ୍ ପଟେଲଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।
ସେହିପରି ଗତକାଲି ରାତିରେ ଜଳ ସମ୍ପଦ ମନ୍ତ୍ରୀ ତୁଲସୀ ସିଲାବତଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା। ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ବ୍ୟତୀତ ତାଙ୍କ କ୍ୟାବିନେଟର ତିନିଜଣ ମନ୍ତ୍ରୀ ଏପର୍ଯ୍ୟନ୍ତ କରୋନାରେ ଆକ୍ରାନ୍ତ ହୋଇ ସାରିଛନ୍ତି।
କରୋନାରେ ପଜିଟିଭ ଥିବା ରାମଖେଲୱାନ୍ ପଟେଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିବରାଜ ସିଂ ଚୌହାନଙ୍କ ପୂର୍ବରୁ ସମବାୟ ମନ୍ତ୍ରୀ ଅରବିନ୍ଦ ଭଦୋରିଆ କରୋନାରେ ଆକ୍ରାନ୍ତ ଥିଲେ।
ମଧ୍ୟପ୍ରଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପ୍ରତି ସପ୍ତାହର ରବିବାର ଦିନ ଲକ୍ଡାଉନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ରାଜଧାନୀ ଭୋପାଳରେ ୧୦ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରାଯାଇଛି।
ମଧ୍ୟପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨୮ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯,୨୧୭ କୁ ବୃଦ୍ଧି ପାଇଛି। ଏଥି ସହିତ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୮୩୦କୁ ବୃଦ୍ଧି ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)