covid1911
ବେଙ୍ଗାଳୁରୁ: କୋଭିଡରୁ ସୁସ୍ଥ ହେବା ପରେ ପୁଣି କୋଭିଡ ସଂକ୍ରମଣର ଶୀକାର। ବେଙ୍ଗାଳୁରୁର ଜଣେ ମହିଳା ଦ୍ୱିତୀୟ ଥର ପାଇଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ବେଙ୍ଗାଲୁରୁର ଫୋର୍ଟିସ ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଜୁଲାଇ ମାସରେ ମହିଳାଜଣକ କରୋନା ଆକ୍ରାନ୍ତ ହୋଇଥିଲେ।
ଚିକିତ୍ସା ପରେ ସୁସ୍ଥ ହୋଇ କରୋନା ମୁକ୍ତ ହୋଇଥିଲେ। ମହିଳାଙ୍କ ନେଗେଟିଭ୍ ରିପୋର୍ଟ ଆସିବା ପରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ ମାସକ ପରେ ଅଗଷ୍ଟ ଶେଷ ସପ୍ତାହରେ ତାଙ୍କଠାରେ ପୁଣି କରୋନା ଲକ୍ଷଣ ଦେଖା ଦେଇଥିଲା। ପରୀକ୍ଷାରୁ ସେ କୋରନା ପଜିଟିଭ୍ ଜଣାପଡିଥିଲା।
ଦକ୍ଷିଣ ଭାରତର ପ୍ରଥମ ମହିଳା ଭାବେ ସେ ଦ୍ୱିତୀୟ ଥର ପାଇଁ ଏଭଳି କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କିଛି ଦିନ ତଳେ ମୁମ୍ବାଇର ଜଣେ ଡାକ୍ତର ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଥିଲେ। କରୋନାରେ ଥରେ ସଂକ୍ରମିତ ହେବା ପରେ ଦ୍ୱିତୀୟ ଥର ହେଉନଥିବା କୁହାଯାଉଥିଲେ ବି ଏଭଳି ଦୃଷ୍ଟାନ୍ତ ଏବେ ଚିନ୍ତା ବଢାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/covid1911_1625352108.jpg)