/odishatv-khabar/media/post_attachments/uploadimage/library/16_9/16_9_0/bear_1626698051.jpg)
bear
ରୋମାନିଆ: ମହିଳା ଜଣଙ୍କ ଏକ ଜଙ୍ଗଲୀ ଭାଲୁ ନିକଟକୁ ଯାଇ ଫଟୋ କ୍ଲିକ୍ କରିବାକୁ ଚେଷ୍ଟା କରୁଥିଲେ। ତା’ପରେ ଭାଲୁଟି ମହିଳାଙ୍କ ଉପରକୁ ଆକ୍ରମଣ କରିଥିଲା। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି। ରିପୋର୍ଟ ଅନୁଯାୟୀ, ରୋମାନିଆରେ ଏହି ଭିଡିଓର ସୁଟିଂ କରାଯାଇଛି।
ଦେଖିବାକୁ ମିଳୁଛି ଯେ ମହିଳା ଜଣଙ୍କ ଗାଡ଼ିରୁ ଓହ୍ଲାଇ ହାତରେ କିଛି ଧରି ରାସ୍ତା କଡ଼ରେ ଛିଡା ହୋଇଥିବା ଜଙ୍ଗଲୀ ଭାଲୁ ଆଡକୁ ଯାଉଛନ୍ତି। ଭାଲୁର ପାଖକୁ ଯାଇ ଫୋନ୍ରେ ଫଟୋ କ୍ଲିକ୍ କରୁଛନ୍ତି। ଆରମ୍ଭରେ ସବୁକିଛି ସ୍ୱାଭାବିକ ଥିଲା। କିନ୍ତୁ ହଠାତ୍ ଭାଲୁ ମହିଳାଙ୍କ ଉପରକୁ ଆକ୍ରମଣ କରୁଛି। ସୌଭାଗ୍ୟବଶତଃ ମହିଳା ଜଣଙ୍କ ଜଙ୍ଗଲୀ ଭାଲୁଠୁ ନିଜକୁ ରକ୍ଷା କରିବାରେ ସକ୍ଷମ ହୁଅନ୍ତି।
ଅନ୍ୟପଟେ ଗାଡିରେ ବସିଥିବା ଲୋକମାନେ କ୍ୟାମେରାରେ ଏହି ଭୟଙ୍କର ଦୃଶ୍ୟକୁ କଏଦ କରିଥିଲେ। ଭିଡିଓକୁ ସୁଟିଂ କରିବା ସମୟରେ ଲୋକମାନେ କହୁଛନ୍ତି ଯେ ଦେଖ ମହିଳା ଜଣଙ୍କ କେମିତି ତା’ର ହାତକୁ ଧରିବେ, ମୁର୍ଖ ଝିଅ’। ସେଠାରେ ଉପସ୍ଥିତ ଥିବା ଅନ୍ୟବ୍ୟକ୍ତିମାନେ ମଧ୍ୟ କହୁଛନ୍ତି ‘ଦେଖ ଝିଅ କେତେ ବଡ ମୁର୍ଖ’। ଭାଲୁ ସହିତ ଫଟୋ ଉଠାଇବା ପାଇଁ ବିପଦକୁ ପାଖକୁ ଡାକୁଛି’।
ରୋମାନିଆର ଅଧିକାରୀମାନେ ବାରମ୍ବାର ଯାତ୍ରୀମାନଙ୍କୁ କହୁଛନ୍ତି ଯେ ଜଙ୍ଗଲୀ ଭାଲୁଙ୍କ ସହିତ ଘରୋଇ ପଶୁମାନଙ୍କ ଭଳି ବ୍ୟବହାର କରନ୍ତୁ ନାହିଁ। ପରିବେଶ ମନ୍ତ୍ରଣାଳୟର କହିବା ଅନୁଯାୟୀ ଭାଲୁ ଏକ ବଣୁଆ ଜନ୍ତୁ ଯାହାକି ଆଇନ ଦ୍ୱାରା ସୁରକ୍ଷିତ। ଜଙ୍ଗଲୀ ଭାଲୁକୁ କେବେ ବି ଘରୋଇ ପଶୁଙ୍କ ଭଳି ବ୍ୟବହାର କରନ୍ତୁ ନାହିଁ। ମୁଁ ପୁଣି ଥରେ ଦେଶର ନାଗରିକମାନଙ୍କୁ କହୁଛି ଯେ ଜଙ୍ଗଲୀ ପଶୁମାନଙ୍କ ସହିତ ଏଭଳି କାର୍ଯ୍ୟ କରନ୍ତୁ ନାହିଁ।
ଘଟଣାର ଅସଲି ଭିଡିଓ Alessandro Bacaoanuନାମକ ଏକ ୟୁଜର ଟିକ୍ଟକ୍ରେ ଏହାକୁ ଶେୟାର କରିଛନ୍ତି। କିନ୍ତୁ ପଛରେ ଏହି ଭିଡିଓକୁ ଡିଲେଟ୍ କରାଯାଇଥିଲା। ଏହି ଭିଡିଓଟି ରୋମାନିଆ ସହରର କେଉଁ ସ୍ଥାନର ବୋଲି ସ୍ପଷ୍ଟ ଜଣାପଡିନାହିଁ।
ସୂଚନାଥାଉକି, ଇଟାଲୀରେ ଗତ ମାସରେ ଏକ ଭାଲୁକୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। କାରଣ ଭାଲୁ ଦୁଇଜଣ ଲୋକଙ୍କ ଉପରେ ଆକ୍ରମଣ କରିଥିଲା। ତେବେ, ରୋମାନିଆରେ ଘଟିଥିବା ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ମଣିଷମାନଙ୍କର ମଧ୍ୟ ଭୁଲ୍ ରହୁଛି। ବଣୁଆ ଭାଲୁକୁ ଗୃହପାଳିତ ପଶୁ ଭାବି ତା ସହିତ ଫଟୋ କ୍ଲିକ୍ କରିବା କେତେ ଦୂର ଠିକ୍!
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)