Advertisment

ଲକ୍‌ଡାଉନ୍‌ ନିୟମ ନମାନିବାରୁ ବରକୁ ଉଠାଇନେଲା ପୋଲିସ

ମୁମ୍ୱାଇ: ଲକ୍‌ଡାଉନ୍‌ ନିୟମ ନମାନି ବାହାହେବା ପାଇଁ ବ୍ୟାଣ୍ଡ ବାଜାସହିତ ଯାଉଥିବାରୁ ବର ସମେତ ୯ଜଣଙ୍କୁ ଗିରଫ କରିଛି ପୋଲିସ । ପୋଲିସ ସେମାନଙ୍କ ନାଁରେ ଏକ ମାମଲା ରୁଜୁ କରିଛି। ଘଟଣାଟି ମାଲଭାନି ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ଖବର ଅନୁଯାୟୀ, ଜୁନ୍‌ ୧୨ରେ ଏକ ପରିବାର ବ୍ୟାଣ୍ଡ ବାଜା ସହିତ ବାହାରିଥିଲେ। ସେହି ପରିବାର ଲୋକେ ପୋଲିସର ବିନା ଅନୁମତିରେ ବାହାଘର କରିଥିବା ଜଣାପଡିଛି। ମାଲଭାନି ଗେଟ୍‌ ନମ୍ୱର ୮ରୁ ଏହି ବ୍ୟାଣ୍ଡବାଜା ବରଯାତ୍ରୀ […]

author-image
Mahasweta Baral
ଲକ୍‌ଡାଉନ୍‌ ନିୟମ ନମାନିବାରୁ ବରକୁ ଉଠାଇନେଲା ପୋଲିସ

marraige

ମୁମ୍ୱାଇ: ଲକ୍‌ଡାଉନ୍‌ ନିୟମ ନମାନି ବାହାହେବା ପାଇଁ ବ୍ୟାଣ୍ଡ ବାଜାସହିତ ଯାଉଥିବାରୁ ବର ସମେତ ୯ଜଣଙ୍କୁ ଗିରଫ କରିଛି ପୋଲିସ । ପୋଲିସ ସେମାନଙ୍କ ନାଁରେ ଏକ ମାମଲା ରୁଜୁ କରିଛି। ଘଟଣାଟି ମାଲଭାନି ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି।

Advertisment

ଖବର ଅନୁଯାୟୀ, ଜୁନ୍‌ ୧୨ରେ ଏକ ପରିବାର ବ୍ୟାଣ୍ଡ ବାଜା ସହିତ ବାହାରିଥିଲେ। ସେହି ପରିବାର ଲୋକେ ପୋଲିସର ବିନା ଅନୁମତିରେ ବାହାଘର କରିଥିବା ଜଣାପଡିଛି। ମାଲଭାନି ଗେଟ୍‌ ନମ୍ୱର ୮ରୁ ଏହି ବ୍ୟାଣ୍ଡବାଜା ବରଯାତ୍ରୀ ବାହାରିଥିଲା। କିନ୍ତୁ ବରଯାତ୍ରୀମାନେ ସାମାଜିକ ଦୂରତା ନମାନିବା ସହିତ ମୁହଁରେ ମାସ୍କ ମଧ୍ୟ ପିନ୍ଧିନଥିଲେ। ସୋସିଆଲ ମିଡିଆରେ ଏହି ବରଯାତ୍ରୀଙ୍କ ଭିଡିଓ ଭାଇରାଲ ହେବାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ପୋଲିସର ସୂଚନା ଅନୁଯାୟୀ, ବର ସମେତ ୯ଜଣଙ୍କୁ ଗିରଫ କରାଯାଇଛି। ଏହାସହିତ ବାହାଘରରେ ବ୍ୟବହାର ହୋଇଥିବା ଫର୍ଚୁନର୍ କାର୍ ଓ ବ୍ୟାଣ୍ଡ ବାଜା ପାର୍ଟି ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭିଡିଓରେ ଦେଖିବାକୁ ମିଳିଥିଲା ଯେ ବରଯାତ୍ରୀମାନେ ସାମାଜିକ ଦୂରତାକୁ ନମାନିବା ସହିତ ମୁହଁରେ ମାସ୍କ ମଧ୍ୟ ପିନ୍ଧିନଥିଲେ।

Advertisment

ମହାରାଷ୍ଟ୍ରରେ କରୋନା ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। କେବଳ ମହାରାଷ୍ଟ୍ରରେ ଏକ ଲକ୍ଷରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

Advertisment
Advertisment