/odishatv-khabar/media/post_attachments/uploadimage/library/16_9/16_9_0/bank_1626176341.jpg)
bank
ନୂଆଦିଲ୍ଲୀ : ବ୍ୟାଙ୍କ ସମ୍ବନ୍ଧୀୟ କିଛି ଜରୁରୀ କାମ ଥିଲେ, ଆଜି ଭିତରେ କାମ ଶେଷ କରିନିଅନ୍ତୁ । ଆଗାମୀ ୬ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ, ତେଣୁ ଜରୁରୀ କାମ କରିବାକୁ ସପ୍ତାହେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିପାରେ । ଏପ୍ରିଲ ମାସରେ ବ୍ୟାଙ୍କ ଗୁଡ଼ିକର ଲମ୍ବା ଛୁଟି ରହିଛି । ଏଥିସହିତ ବ୍ୟାଙ୍କ କର୍ମଚାରୀ ସଂଘ ମଧ୍ୟ ବ୍ୟାଙ୍କ ଧର୍ମଘଟକୁ ଧମକ ଦେଇଛନ୍ତି। ଯଦି ACE ରେ ଧର୍ମଘଟ ହୁଏ, ତେବେ ବ୍ୟାଙ୍କିଂ ବ୍ୟବସ୍ଥାରେ ବଡ କ୍ଷତି ସହିବାକୁ ପଡ଼ିବ । ଏପ୍ରିଲ ମାସରେ ମୋଟ ୯ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହାସହ ଚଳିତ ସପ୍ତାହରେ ୬ ଦିନ ବ୍ୟାଙ୍କ ବନ୍ଦ ରହିବ। ସେଥିପାଇଁ ବ୍ୟାଙ୍କ ଯିବା ପୂର୍ବରୁ ବ୍ୟାଙ୍କ ଛୁଟି ଲିଷ୍ଟ ଚେକ କରିଦିଅନ୍ତୁ . . . .
ଆରବିଆଇ ଦ୍ୱାରା ସାରା ଦେଶରେ ବ୍ୟାଙ୍କ ଛୁଟିର ତାଲିକା ପୂର୍ବରୁ ଜାରି କରି ଦିଆଯାଇଛି । ବିଭିନ୍ନ ରାଜ୍ୟରେ ପାଳନ ହେଉଥିବା ପର୍ବପର୍ବାଣୀ ଓ ଜାତୀୟ ପର୍ବ ପାଇଁ ବ୍ୟାଙ୍କ ଗୁଡ଼ିକୁ ଛୁଟି କରାଯାଉଛି । ତେବେ ସବୁ ରାଜ୍ୟରେ ଲଗାତାର ୬ ଦିନ ବ୍ୟାଙ୍କ ଛୁଟି ରହିବନି । କାରଣ କିଛି ପର୍ବପର୍ବାଣୀ ଦେଶରେ ସବୁ ରାଜ୍ୟରେ ପାଳନ କରାଯାଏନାହିଁ । ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କ ଛୁଟିର ଅଲଗା ନିୟମ ରହିଛି । ଆରବିଆଇର ୱେବସାଇଟରେ ଉପଲବ୍ଧ ସୂଚନା ଅନୁସାରେ ଏପ୍ରିଲ ମାସର ବାକି ଥିବା ୨୦ ଦିନରେ ମୋଟ୍ ୯ ଦିନ ବ୍ୟାଙ୍କ ବନ୍ଦ ରହୁଥିବା ବେଳେ ଆଗାମୀ ସପ୍ତାହରେ ହିଁ ୬ ଦିନ ବ୍ୟାଙ୍କ ଖଲିବ ନାହିଁ ।
ଏପ୍ରିଲ ୧୩ ତାରିଖ, ମଙ୍ଗଳବାର – ଉଗାଡି, ତେଲୁଗୁ ନବବର୍ଷ, ବୋହାଗ ବିହୁ, ଗୁଡି ପଡୱା, ବୈଶାଖୀ, ବିଜୁ ଫେଷ୍ଟିଭାଲ୍ । କର୍ଣ୍ଣାଟକ, ତାମିଲନାଡୁ, ବାଲାପୁର, ହାଇଦ୍ରାବାଦ, ଇମ୍ଫାଲ, ଜାମ୍ମୁ ଆଦି ସ୍ଥାନରେ ଏହି ଦିନରେ ବ୍ୟାଙ୍କ ବନ୍ଦ ରହିବ ।
୧୪ ତାରିଖ, ବୁଧବାର – ଡ.ଆମ୍ବେଦକର ଜୟନ୍ତୀ, ଅଶୋକ ଦି ଗ୍ରେଟଙ୍କ ଜନ୍ମଦିନ, ତାମିଲ ନବବର୍ଷ, ମହାବିଷୁବ ସଂକ୍ରାନ୍ତି, ବୋହାଗ ବିହୁ ଆଦି ପର୍ବ ପଡ଼ୁଥିବାରୁ ଅନେକ ରାଜ୍ୟରେ ବ୍ୟାଙ୍କ ଖୋଲା ହେବ ନାହିଁ ।
୧୫ ତାରିଖ, ଗୁରୁବାର – ହିମାଚଳ ଦିବସ, ବିଶୁ, ବଙ୍ଗାଳି ନବ ବର୍ଷ, ସରହୁଲ ପାଇଁ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।
୧୬ ତାରିଖ, ଶୁକ୍ରବାର – ବୋହାଗା ବିହୁ ପାଇଁ ବ୍ୟାଙ୍କ ବନ୍ଦ ହେବ ।
୧୮ ତାରିଖ, ରବିବାର – ରବିବାର ପଡ଼ୁଥିବାରୁ ଏହି ଦିନ ସାରା ଦେଶରେ ବ୍ୟାଙ୍କ ଛୁଟି ।
୨୧ ତାରିଖ, ମଙ୍ଗଳବାର – ରାମ ନବମୀ, ଗରୀୟା ପୂଜା କାରଣରୁ ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ ।
୨୪ ତାରିଖ, ଶନିବାର – ଚତୁର୍ଥ ଶନିବାର ।
୨୫ ତାରିଖ, ରବିବାର – ମହାବୀର ଜୟନ୍ତୀ ସହ ରବିବାର ପାଇଁ ବ୍ୟାଙ୍କ ବନ୍ଦ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)