/odishatv-khabar/media/post_attachments/uploadimage/library/16_9/16_9_0/jay-panda_1626685086.jpg)
jay panda
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବଟ୍ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ। ନୂଆଦିଲ୍ଲୀ ସ୍ଥିତ ବୈଜୟନ୍ତଙ୍କ ବାସଭବନରେ ଟୋନି ଆବଟ ଏକ ଭାରତୀୟ-ଅଷ୍ଟ୍ରେଲୀୟ ପ୍ରତିନିଧି ଦଳ ସହ ସାକ୍ଷାତ ଆଲୋଚନା କରିଥିଲେ।
Advertisment
ଏହି ଅବସରରେ ଦ୍ୱିପାକ୍ଷିକ ସଂପର୍କ, ଭାରତ ସରକାରଙ୍କ ବୈଦେଶିକ ନୀତି ତଥା ଏଦିଗରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ସଂପର୍କକୁ ଆହୁରି ସୁଦୃଢ କରିବା ତଥା ସୁରକ୍ଷା ଜନିତ ପ୍ରସଙ୍ଗରେ ସହଯୋଗ କରିବା ଲାଗି ପଦକ୍ଷେପ ନିଆଯାଉଛି ବୋଲି ଟୋନି ଆବଟ କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)