/odishatv-khabar/media/post_attachments/uploadimage/library/16_9/16_9_0/man_1626696279.jpg)
man
ନୂଆଦିଲ୍ଲୀ: କେରଳରେ ଗର୍ଭବତୀ ଥିବା ହାତୀକୁ କିଛି ବ୍ୟକ୍ତି ବାଣଭର୍ତ୍ତି ସପୁରୀ ଖୁଆଇବାକୁ ଦେବା ପରେ ହାତୀଟିର ମୃତ୍ୟୁ ହୋଇଥିଲା। ହାତୀଟି ପାଣିରେ ଠିଆ ହୋଇଥିବା ବେଳେ ତା’ର ମୃତ୍ୟୁ ହୋଇଥିଲା। ଯେତେବେଳେ ହାତୀଟର ଏଭଳି ହୃଦୟ ବିଦାରକ ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ସେତେବେଳେ ବଲିଉଡ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ଦୁଃଖପ୍ରକାଶ କରିବା ସହ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାପାଇଁ ଦାବି କରିଥିଲେ। ଏଭଳି ଏକ ଦୁଃଖଦ ଘଟଣା ପରେ ସୋସିଆଲ ମିଡିଆରେ ପୁଣି ଏକ ପୁରୁଣା ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ପାଣି ଭିତରେ ବୁଡିଯାଉଥିବା ବ୍ୟକ୍ତିକୁ ଏକ ଛୋଟ ହାତୀ ଛୁଆଟି କିଭଳି ବଞ୍ଚାଉଛି।
This baby elephant thought he was drowning and rushed to save him ❤️
We really don't deserve them. ? pic.twitter.com/gqgIaNR8tR
— Nature & Animals ? (@AnimalsWorId) June 3, 2020
ନେଚର ଆଣ୍ଡ ଆନିମଲ୍ସ (ପ୍ରକୃତି ଏବଂ ଜୀବଜନ୍ତୁ) ନାମକ ଏକ ଟ୍ୱିଟ୍ର ପେଜ୍ରେ ଏହି ଭିଡିଓ ସେୟାର କରି ଲେଖାଯାଇଛି ଯେ ‘ହାତୀର ଛୁଆଟି ଭାବୁଛି ଯେ ବ୍ୟକ୍ତି ଜଣକ ନଦୀରେ ବୁଡି ଯାଉଛନ୍ତି। ସେ ତାଙ୍କୁ ବଞ୍ଚାଇବା ପାଇଁ ନଦୀ ଭିତରକୁ ପଶିଯାଇଥିଲା। ଆମେ ପ୍ରକୃତରେ ସେଗୁଡିକର ଯୋଗ୍ୟ ନୁହେଁ’।
କେରଳରେ ଏହି ଘଟଣା ପରେ ଏହ ଭିଡିଓକୁ ସେୟାର କରାଯାଇ କୁହାଯାଇଛି ଯେ ହାତୀମାନେ ମଣିଷକୁ କେତେ ଭଲପାଆନ୍ତି, କିନ୍ତୁ ଆମେ ମଣିଷ ସେମାନଙ୍କର ଏହି ପ୍ରେମ ପାଇବାକୁ ଯୋଗ୍ୟ ନୁହେଁ। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଉଦ୍ଧାର ପରେ ବ୍ୟକ୍ତି ଜଣକ ହାତୀକୁ ଧନ୍ୟବାଦ ଦେଉଥିବା ଶୁଣିବାକୁ ମିଳିଛି।
ଏହି ଭିଡିଓଟି ଜୁନ୍ 3 ରେ ପୁନର୍ବାର ସେୟାର କରାଯାଇଥିଲା। ଏପର୍ଯ୍ୟନ୍ତ ଏହି ଭିଡିଓକୁ ୪ଲକ୍ଷରୁ ଅଧିକ ଭ୍ୟୁଜ୍ ମଳିଥିବାବେଳେ ୩ହଜାରରୁ ଅଧିକ ଲାଇକ୍ କରିଛନ୍ତି। ହଜାରେରୁ ଅଧିକ ରି-ଟ୍ୱିଟ୍ ମଧ୍ୟ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)