Advertisment

ବାବ୍ରୀ ମସ୍‌ଜିଦ୍ ରାୟ ଶୁଣିବା ପରେ କ'ଣ କହିଲା କଂଗ୍ରେସ ?

ନୂଆଦିଲ୍ଲୀ: ଦୀର୍ଘ ୨୮ ବର୍ଷ ଧରି ଚାଲିଥିବା ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ଆଜି ରାୟ ଶୁଣାଇ ସ୍ୱତନ୍ତ୍ର ସିବିଆଇ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟଙ୍କର ଏହି ରାୟ ପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ। କଂଗ୍ରେସ ମୁଖାପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ବାବରୀ ମସ୍‌ଜିଦ୍ ଭଙ୍ଗା ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀମୁକ୍ତ କରିବା ସ୍ପେଶାଲ୍‌ କୋର୍ଟଙ୍କର ଏହି ନିର୍ଦ୍ଦେଶ ଦେଶର ସମ୍ବିଧାନ ଓ ସୁପ୍ରିମକୋର୍ଟଙ୍କ ରାୟର ପ୍ରତିକୁଳ ନିଷ୍ପତ୍ତି। ୨୦୧୯ ଉଚ୍ଚ ନ୍ୟାୟାଳୟର […]

ବାବ୍ରୀ ମସ୍‌ଜିଦ୍ ରାୟ ଶୁଣିବା ପରେ କ'ଣ କହିଲା କଂଗ୍ରେସ ?

surjye-wala

Advertisment

ନୂଆଦିଲ୍ଲୀ: ଦୀର୍ଘ ୨୮ ବର୍ଷ ଧରି ଚାଲିଥିବା ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ଆଜି ରାୟ ଶୁଣାଇ ସ୍ୱତନ୍ତ୍ର ସିବିଆଇ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟଙ୍କର ଏହି ରାୟ ପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ। କଂଗ୍ରେସ ମୁଖାପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ବାବରୀ ମସ୍‌ଜିଦ୍ ଭଙ୍ଗା ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀମୁକ୍ତ କରିବା ସ୍ପେଶାଲ୍‌ କୋର୍ଟଙ୍କର ଏହି ନିର୍ଦ୍ଦେଶ ଦେଶର ସମ୍ବିଧାନ ଓ ସୁପ୍ରିମକୋର୍ଟଙ୍କ ରାୟର ପ୍ରତିକୁଳ ନିଷ୍ପତ୍ତି। ୨୦୧୯ ଉଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ଅନୁସାରେ ବାବ୍ରି ମସ୍‌ଜିଦ୍‌ ଭଙ୍ଗାଯିବ ବେଆଇନ୍‌ ଅପରାଧ ଥିଲା। କିନ୍ତୁ ସ୍ୱତନ୍ତ୍ର ଅଦାଲତ ସମସ୍ତଙ୍କୁ ଦୋଷମୁକ୍ତ କରିଦେଲେ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ ସମ୍ବିଧାନ, ସାମାଜିକ ସୌହାର୍ଦ୍ଦ୍ୟ ଓ ଭାଇଚାରା କଥା କହୁଥିବା ଲୋକ ନିଶ୍ଚୟ ଚାହିଁବ ଯେ ଏହି ନ୍ୟାୟ ବିରୋଧରେ ସ୍ଥାନୀୟ ସରକାର ଓ କେନ୍ଦ୍ର ସରକାର ଆବେଦନ କରିବା ଉଚିତ।

ଏଥିସହିତ ବିଜେପି ଉପରେ ଟାର୍ଗେଟ କରି ସୂର୍ଯ୍ୟେବାଲା କହିଛନ୍ତି, ସମଗ୍ର ଦେଶ ଦେଖିଛି ଯେ ବିଜେପି-ଆରଏସଏସ କେଉଁଭଳି ଭାବେ ରାଜନୀତିକ ଷଡ଼ଯନ୍ତ୍ର କରି ଦେଶର ସାଂପ୍ରଦାୟିକ ଏକତାକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ସେମାନେ କ୍ଷମତାକୁ ବ୍ୟବହାର କରି ଭାଇଚାରାକୁ ନଷ୍ଟ କରିଥିଲେ। ଯେଉଁ ଭାରତୀୟମାନେ ସମ୍ବିଧାନ ଉପରେ ଆସ୍ଥା ରଖିଛନ୍ତି (କେବଳ କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କୁ ଛାଡ଼ି) ସେମାନେ ସ୍ୱତନ୍ତ୍ର ସିବିଆଇ ଅଦଲାତ ଦେଇଥିବା ରାୟ ବିରୋଧରେ ଆବେଦନ କରିବେ।

Advertisment

ବାବ୍ରୀ ମସଜିଦ ଭଙ୍ଗା ବେଳେ ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପି ସରକାର ଷଡ଼ଯନ୍ତ୍ର କରି ସମ୍ବିଧାନର ମୂଲ୍ୟବୋଧକୁ ନଷ୍ଟ କରିଦେଇଥିଲେ। ସୁପ୍ରିମକୋର୍ଟ ବାବ୍ରୀ ମସଜିଦ ଭାଙ୍ଗିବା ଘଟଣାକୁ ଆଇନ ବିରୋଧୀ ବୋଲି କହିଥିଲେ। ୨୦୧୯ ନଭେମ୍ବର ୯ରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ସବୁ ତଥ୍ୟକୁ ତର୍ଜମା କରି ଏଭଳି କଥା କହିଥିଲେ। କିନ୍ତୁ ଆଜି ସ୍ୱତନ୍ତ୍ର ସିବିଆଇ ଅଦାଲତ କେଉଁ ରାୟ ଦେଲେ ସେକଥା ସମସ୍ତେ ଦେଖିଲେ ବୋଲି ସେ କହିଛନ୍ତି।

ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ସିବିଆଇ ବିଜେପିର ବରିଷ୍ଠ ନେତା ଏଲକେ ଆଡଭାନୀ, ମୁରଲୀ ମନୋହର ଯୋଶୀ ଓ ଉମା ଭାରତୀଙ୍କ ଭଳି ହେଭିୱେଟଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା। ହେଲେ କୋର୍ଟ ବାବ୍ରୀ ମସଜିଦ ଭାଙ୍ଗିବା ପଛରେ ଅପରାଧିକ ଷଡ଼ଯନ୍ତ୍ର ଥିବା କୌଣସି ପ୍ରମାଣ ମିଳିନାହିଁ ବୋଲି କୋର୍ଟ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ