/odishatv-khabar/media/post_attachments/uploadimage/library/16_9/16_9_0/Untitled-1-73_1624016902.jpg)
Untitled-1
ନୂଆଦିଲ୍ଲୀ: ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦ ଗୁରୁବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମଦ୍ୟପାନ କରିବା ପରେ ନିଦ ବଟିକା ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ କାନ୍ତା ପ୍ରସାଦ। ବାବା କା ଢାବା ମାଲିକ ଦିଲ୍ଲୀର ମାଲବିୟ ନଗର ଅଞ୍ଚଳରେ ରୁହନ୍ତି। ଡାକ୍ତରଖାନାରୁ ତାଙ୍କ ଆତ୍ମହତ୍ୟା ଉଦ୍ୟମ ସମ୍ପର୍କରେ ପୋଲିସ ସୂଚନା ପାଇଥିଲା। ଏହି ଘଟଣା ଗୁରୁବାରର। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ବାବା କାନ୍ତ ପ୍ରସାଦଙ୍କ ସ୍ଵାସ୍ଥ୍ୟ ଠିକ୍ ଥିବା ଜଣାଯାଇଛି।
/odishatv-khabar/media/post_attachments/wp-content/uploads/2021/06/1-57.jpg)
ପ୍ରାରମ୍ଭିକ ଅନୁସନ୍ଧାନରେ କରୋନାଜନିତ ଲକ୍ଡାଉନ୍ ଯୋଗୁଁ ହୋଟେଲ ବନ୍ଦ ହେବା ଏବଂ ବାବାଙ୍କ ଦ୍ୱାରା ଦାଖଲ ହୋଇଥିବା ମାମଲାକୁ ନେଇ ଆତ୍ମହତ୍ୟା ଉଦ୍ୟମ କରିବାର କାରଣ କୁହାଯାଇଛି।
ବାବା କା ଢାବା ମାଲିକ କାନ୍ତା ପ୍ରସାଦଙ୍କ ପତ୍ନୀ ବାଦାମୀ ଦେବୀ କହିଛନ୍ତି ଯେ ଆମେ ଜାଣି ନ ଥିଲୁ ସେ କ’ଣ ଖାଇଲେ ବା କଣ ନ ଖାଇଲେ। ରାତି ୪ ଟାରେ ଡାକ୍ତରଖାନାକୁ ଅଣାଯାଇଥିଲା। କ’ଣ ହେଲା ନାହିଁ କିପରି ହେଲା, ଆମକୁ କିଛି ବି ଜଣାନାହିଁ। କାନ୍ତା ପ୍ରସାଦ ବେହୋଶ ହୋଇଯାଇ ଥିଲେ କି ବୋଲି ପଚରାଯିବାରୁ ସେ ହଁ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଆମେ ବାହାରେ ଡାବାରେ ବସିଥିଲୁ। ସେ ହଠାତ ବେହୋଶ ହୋଇଯାଇଥିଲେ। ଡାକ୍ତରମାନେ ଏଯାଏ କିଛି କହି ନାହାଁନ୍ତି। ଆମକୁ ଏବେ ସୁଦ୍ଧା ଜଣା ନାହିଁ ତାଙ୍କ ମନରେ କ’ଣ ଅଛି।
/odishatv-khabar/media/post_attachments/wp-content/uploads/2021/06/2-48.jpg)
ତେବେ ସଫଦରଜଙ୍ଗ ହସ୍ପିଟାଲ ସୂତ୍ର ଅନୁଯାୟୀ, ବାବା କା ଢାବାର ମାଲିକ କାନ୍ତା ପ୍ରସାଦ ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି, କିନ୍ତୁ ତାଙ୍କ ଅବସ୍ଥା ସ୍ଥିର ରହିଛି। ସୂଚନାନୁସାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହା ମଧ୍ୟ କୁହାଯାଇଥିଲା ଯେ ଯେତେବେଳେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ସେତେବେଳେ ସେ ମଦ୍ୟପାନ କରିଥିଲେ।
/odishatv-khabar/media/post_attachments/wp-content/uploads/2021/06/3-32.jpg)
ସଫଦରଜଙ୍ଗ ହସ୍ପିଟାଲରୁ ପୋଲିସ ସୂଚନା ପାଇଛି ଯେ ୮୧ ବର୍ଷିୟ କାନ୍ତା ପ୍ରସାଦଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ପରେ ଅନୁସନ୍ଧାନକାରୀ ଅଧିକାରୀ ଡାକ୍ତରଖାନାରେ ପହଞ୍ଚି ଏମ୍ଏଲ୍ସି (ମେଡିକୋ ଲିଗାଲ୍ କେସ୍) ବିଷୟରେ ସୂଚନା ନେଇଥିଲେ ଯେଉଁଥିରେ ମଦ୍ୟପାନ ଏବଂ ନିଦ ବଟିକା ସେବନ ଯୋଗୁଁ ସେ ବେହୋଶ ହେବାର କାରଣ ବୋଲି ଦର୍ଶାଯାଇଛି। କାନ୍ତା ପ୍ରସାଦଙ୍କ ପୁଅ କରଣଙ୍କ ବୟାନ ରେକର୍ଡ କରାଯାଇଛି। ସେ କହିଛନ୍ତି ଯେ ବାପା ମଦ୍ୟପାନ ଏବଂ ନିଦ ବଟିକା ସେବନ କରିଥିଲେ। ଏବେ ଏହାର ଅନୁସନ୍ଧାନ ଚାଲିଛି।
/odishatv-khabar/media/post_attachments/wp-content/uploads/2021/06/DNA-India-1.jpg)
ପ୍ରକାଶ ଥାଉ ଯେ ନିକଟରେ କାନ୍ତା ପ୍ରସାଦଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଫୁଡ୍ ବ୍ଲଗର୍ ଗୌରବ ଭାସାନ୍ଙ୍କୁ କ୍ଷମା ମାଗୁଥିବା ଦେଖିବାକୁ ମିଳିଥିଲା। ​ ସେ କହିଥିଲେ ଯେ ବ୍ଲଗର୍ ଗୌରବ ଭାସାନ୍ ଚୋର ନୁହଁନ୍ତି ଏବଂ ଆମେ ତାଙ୍କୁ କେବେ ଚୋର ବୋଲି କହି ନାହୁଁ। ଢାବା ମାଲିକ କାନ୍ତା ପ୍ରସାଦ ବ୍ଲଗର୍ ବିରୋଧରେ ପାଣ୍ଠିର ଅପବ୍ୟବହାର ମାମଲା ଦାୟର କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)