/odishatv-khabar/media/post_attachments/uploadimage/library/16_9/16_9_0/camel-1_1626689983.jpg)
camel
ଅଷ୍ଟ୍ରେଲିଆ : ମରୁଡ଼ିଗ୍ରସ୍ତ ଦକ୍ଷିଣ ଅଷ୍ଟ୍ରେଲିଆରେ ୫ ହଜାର ଓଟକୁ ଗୁଳି କରି ହତ୍ୟା କରାଯାଇଛି। ସେମାନଙ୍କ ଉପରକୁ ଆକାଶ ମାର୍ଗରୁ ଗୁଳି କରାଯାଇଥିବା ଜଣାପଡ଼ିଛି । ପାଣିର ଅଭାବ ଓ ଲୋକଙ୍କ ଧନଜୀବନ ପ୍ରତି ବିପଦ ସୃଷ୍ଟି କରିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି ।
ଆଗରୁ ୧୦ ହଜାର ଓଟଙ୍କୁ ମାରିବାକୁ ଯୋଜନା କରାଯାଇଥିଲା । ଅଷ୍ଟ୍ରେଲିଆ ଜଙ୍ଗଲରେ ଓଟଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି । ଏତେ ସଂଖ୍ୟକ ଓଟ ମାତ୍ରାଧିକ ପାଣି ପିଉଥିବାରୁ ଜଙ୍ଗଲରେ ବସବାସ କରୁଥିବା ଜନଜାତି ପାଇଁ ଏହା ସମସ୍ୟା ସୃଷ୍ଟି କରୁଛି। ଜନବସତି ଆଡକୁ ମାଡିଆସି ସମ୍ପତ୍ତି ନଷ୍ଟ କରୁଛନ୍ତି । ତା ସହିତ ଏ ବର୍ଷ ମରୁ଼ଡ଼ି ହୋଇଥିବାରୁ ଓ ଜଙ୍ଗଲରେ ନିଆଁ ଲାଗିଥିବାରୁ ପାଣିର ଅଭାବ ମଧ୍ୟ ଦେଖା ଦେଇଛି । ତେଣୁ ଓଟମାନଙ୍କୁ ମରାଯାଇଥିବା କହିଛି ଅଷ୍ଟ୍ରେଲିଆ ।
https://khabar.odishatv.in/nation-and-world/in-5-days-australia-will-kill-thousands-of-camels-because-they-drink-too-much-water/147632/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)