Advertisment

ସୁପ୍ରିମକୋର୍ଟ ବିଚାରପତିଙ୍କ ବିରୋଧରେ ସିଜେଆଇଙ୍କୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଚିଠି

ହାଇଦ୍ରାବାଦ: ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବିଚାରପତିଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡ୍ଡୀ। ଏନେଇ ସେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏସ୍ଏ‌ ବୋବ୍‌ଡେଙ୍କ ପାଖକୁ ଚିଠି ଲେଖି ଅଭିଯୋଗ କରିଛନ୍ତି। ଚିଠିରେ ବରିଷ୍ଠ ବିଚାରପତିଙ୍କ ବିରୋଧରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିବା ସହିତ ରାଜ୍ୟରେ ନ୍ୟାୟପାଳିକାର ନିରପେକ୍ଷତା ସୁନିଶ୍ଚିତ କରିବାକୁ ସେ ଦାବି କରିଛନ୍ତି। ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ କାର୍ଯ୍ୟରେ ସୁପ୍ରିମକୋର୍ଟଙ୍କ ଦ୍ୱିତୀୟ ମୁଖ୍ୟ ବିଚାରପତି ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି ଜଗନମୋହନ। ଜଗନ […]

ଅଦ୍ୟତନ ହୋଇଛି
ସୁପ୍ରିମକୋର୍ଟ ବିଚାରପତିଙ୍କ ବିରୋଧରେ ସିଜେଆଇଙ୍କୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଚିଠି

jaganmoghan reddy

Advertisment

ହାଇଦ୍ରାବାଦ: ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବିଚାରପତିଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡ୍ଡୀ। ଏନେଇ ସେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏସ୍ଏ‌ ବୋବ୍‌ଡେଙ୍କ ପାଖକୁ ଚିଠି ଲେଖି ଅଭିଯୋଗ କରିଛନ୍ତି। ଚିଠିରେ ବରିଷ୍ଠ ବିଚାରପତିଙ୍କ ବିରୋଧରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିବା ସହିତ ରାଜ୍ୟରେ ନ୍ୟାୟପାଳିକାର ନିରପେକ୍ଷତା ସୁନିଶ୍ଚିତ କରିବାକୁ ସେ ଦାବି କରିଛନ୍ତି। ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ କାର୍ଯ୍ୟରେ ସୁପ୍ରିମକୋର୍ଟଙ୍କ ଦ୍ୱିତୀୟ ମୁଖ୍ୟ ବିଚାରପତି ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି ଜଗନମୋହନ।

Advertisment

ଜଗନ ରେଡ୍ଡୀ ଚିଠିରେ ଦର୍ଶାଇଛନ୍ତି ଯେ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଏନ୍‌ ଭି ରମନାଙ୍କର ତେଲଗୁ ଦେଶମ ପାର୍ଟି ସହିତ ଭଲ ସମ୍ପର୍କ ରହିଛି। ଏଣୁ ଟିଡିପିର ଭ୍ରଷ୍ଟାଚାର ବିରୋଧରେ ରାଜ୍ୟ ହାଇକୋର୍ଟରେ ଆସୁଥିବା ମାମଲାକୁ ରମନା ପ୍ରଭାବିତ କରୁଛନ୍ତି। ତାଙ୍କ ପ୍ରଭାବରୁ ହାଇକୋର୍ଟରେ ମାମଲାଗୁଡ଼ିକ କେବଳ ବଛାବଛା ବିଚାରପତିଙ୍କ ଶୁଣାଣି ପାଇଁ ଦିଆଯାଉଛି ବୋଲି ଜଗନମୋହନ ଅଭିଯୋଗ କରିଛନ୍ତି।

ଟିଡିପି ସହିତ ରମନାଙ୍କ ସମ୍ପର୍କରେ ଜଗନ କହିଛନ୍ତି, ଜଷ୍ଟିସ ରମନା ଓ ଚନ୍ଦ୍ରବାବୁ ନାଇଡୁ ଓ ଟିଡିପି ଦଳ ସହିତ ଘନିଷ୍ଠତା ରହିଛି। ଟିଡିପି ସରକାର ସମୟରେ ରମନା ଆଇନ ପରାମର୍ଶଦାତା ଓ ଆଡିଶନାଲ ଏଡ୍‌ଭୋକେଟ୍‌ ଜେନେରାଲ୍‌ ଭାବରେ ଦାୟିତ୍ୱ ତୁଲାଇ ଥିଲେ। ସିଜେଆଇଙ୍କୁ ଲେଖିଥିବା ଚିଠିରେ ଭ୍ରଷ୍ଟାଚାର ବିଷୟରେ ସୂଚନା ଦେଇ ଟିଡିପି ସମୟରେ ହୋଇଥିବା ଜମିଜାଲିଆତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଜଗନମୋହନ।
ବର୍ତ୍ତମାନର ସରକାରଙ୍କ ତଦନ୍ତ ପରେ କୃଷକଙ୍କ ଜମିହଡ଼ପ ଘଟଣା ସମ୍ନାକୁ ଆସିଥିଲା। ଏଥିରେ ବହୁ ବଡ଼ ବଡ଼ ଲୋକଙ୍କ ନାଁ ଆସିଥିଲା। ଏହାର ସୂଚନା କେନ୍ଦ୍ର ସରକାରଙ୍କୁ ଦିଆଯାଇ ସାରିଛି। କିନ୍ତୁ ଚନ୍ଦ୍ରବାବୁ ନାଇଡୁଙ୍କ ନିକଟତର ପୂର୍ବ ଆଡ୍‌ଭୋକେଟ୍ ଜେନେରାଲ୍ ଦମ୍ମଲାପତି ଶ୍ରୀନିବାସ ହାଇକୋର୍ଟର ଦ୍ୱାରସ୍ଥ ହେବା ପରେ ହାଇକୋର୍ଟ ଏହାର ତଦନ୍ତ ଉପରେ ରୋକ୍ ଲଗାଇ ଦେଇଛନ୍ତି। ଏମିତିକି ମିଡିଆରେ ଖବର ପରିବେଷଣ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇ ଦିଆଗଲା ବୋଲି ଜଗନମୋହନ କହିଛନ୍ତି।

Advertisment

ତେଣୁ ସିଜେଆଇ ନିଜେ ଏହି ମାମଲାରେ ହସ୍ତକ୍ଷେପ କରି ନ୍ୟାୟପାଳକ ହିତରେ ଉଚିତ ପଦକ୍ଷେପ ନିଅନ୍ତୁ ଓ ହାଇକୋର୍ଟ ଯେପରି ରାଜ୍ୟରେ ନିରପେକ୍ଷ ହୋଇ କାର୍ଯ୍ୟ କରିବା ତାହା ସୁନିଶ୍ଚିତ କରନ୍ତୁ ବୋଲି ସିଜେଆଇଙ୍କୁ ଚିଠିରେ ଜଣାଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ