Sikhar Dhawan
ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତରେ ଥିବା ଟିମ୍ ଇଣ୍ଡିଆ କଲମ୍ବୋରେ ଆଜିଠାରୁ ଆଭ୍ୟାସ ଆରମ୍ଭ କରିଛି । କ୍ୱାରେଣ୍ଟାଇନ୍ ସମୟ ଶେଷ ହେବା ପରେ ପ୍ରଥମ ଥର ପାଇଁ ଅଭ୍ୟାସ କରିଛନ୍ତି ଶିଖର ଧଓ୍ୱନ ନେତୃତ୍ୱାଧୀନ ଭାରତୀୟ ଦଳ । ଓ୍ୱାନ୍ଡେ ଓ ଟି-ଟ୍ୱେଣ୍ଟି ସିରିଜ୍ ଖେଳିବା ପାଇଁ ଶ୍ରୀଲଙ୍କା ଯାଇଛି ଟିମ୍ ଇଣ୍ଡିଆ । ଗତ ୨୯ ତାରିଖରେ କଲମ୍ବୋରେ ପହଞ୍ଚିବା ପରେ ୩ ଦିନିଆ ହାର୍ଡ କ୍ୱାରେଣ୍ଟାଇନ୍ରେ ରହିଥିଲା ଦଳ । କ୍ୱାରେଣ୍ଟାଇନ୍ ପିରିୟଡ ସରିବା ପରେ ଦଳ ଆଜିଠାରୁ ଅଭ୍ୟାସ ଆରମ୍ଭ କରିଛି ।
ଆସନ୍ତା ୧୩ ତାରିଖରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ । ସେହିପରି ଆସନ୍ତା ୨୧, ୨୩ ଓ ୨୫ ତାରିଖରେ ଦୁଇ ଦେଶ ମଧ୍ୟରେ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଟେଷ୍ଟ ସିରିଜ୍ ଖେଳିବା ପାଇଁ ଇଂଲଣ୍ଡରେ ଥିବା ବେଳେ ବିସିସିଆଇ ଧାଓ୍ୱନଙ୍କ ନେତୃତ୍ୱରେ ଆଉ ଏକ ଟିମ୍କୁ ଶ୍ରୀଲଙ୍କା ପଠାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture-2_1625237204.jpg)