pm, modi
କୋଲକାତା: ଦିଦିଙ୍କ ଗଡ଼ରେ ମୋଦିଙ୍କ ନିର୍ବାଚନୀ ରଣହୁଙ୍କାର। ଏକାଧିକ ପ୍ରସଙ୍ଗରେ ମମତାଙ୍କୁ ସିଧା ଟାର୍ଗେଟ୍ କଲେ ମୋଦି। କୋଲକାତା ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଲକ୍ଷ ଲକ୍ଷ ଲୋକଙ୍କୁ ସମ୍ବୋଧନ କରି ପୁଣି ଆସୋଲ୍ ପରିବର୍ତ୍ତନ ଓ ସୋନାର୍ ବାଂଲାର ନାରା ଦେଇଛନ୍ତି ପ୍ରଧାନମନ୍ତ୍ରୀ।
ମମତାଙ୍କୁ ଟାର୍ଗେଟ୍ କରି ମୋଦି କହିଛନ୍ତି, ନିଜ ପୁତୁରା ମୋହରେ ମମତା ବାନାର୍ଜୀ ଲକ୍ଷ ଲକ୍ଷ ପୁତୁରା ଝିଆରୀଙ୍କୁ ଅଣଦେଖା କରିଛନ୍ତି। ଲୋକତନ୍ତ୍ର ନାଁରେ ଲୁଟ୍ତନ୍ତ୍ରକୁ ପ୍ରୋତ୍ସାହନ ଦେଇଛନ୍ତି। ବିକାଶ ବଦଳରେ ବଙ୍ଗକୁ ବିଭାଜନ ଆଡ଼କୁ ଠେଲିଛନ୍ତି। ତେଣୁ ବେଙ୍ଗଲରେ ପଦ୍ମ ଫୁଟୁଛି। କୋଲକାତାରେ ମମତାଙ୍କ ସ୍କୁଟି ଚଢ଼ା ଘଟଣା ଉପେର ବ୍ୟାଙ୍ଗ କରି ମୋଦି କହିଛନ୍ତି, ଦିଦିଙ୍କ ସ୍କୁଟି ଯଦି ନନ୍ଦିଗ୍ରାମ୍ରେ ହିଁ ପଡ଼ିବାକୁ ଚାହୁଁଛି, ତ ମୁଁ କଣ କରିବି ?
[caption id="" align="alignnone" width="1000"]
କୋଲକାତା ପରେଡରେ ଗ୍ରାଉଣ୍ଡରେ ବିଜେପି ସମର୍ଥକ[/caption]
ବିଜେପିର ଆଜିର ମେଗା ରାଲିର ଅନ୍ୟତମ ଆକର୍ଷଣ ହୋଇଥିଲେ ବିଗତ ଦିନର ସୁପର୍ଷ୍ଟାର୍ ମିଥୁନ୍ ଚକ୍ରବର୍ତ୍ତୀ। ଅଭିନେତାରୁ ରାଜନେତା ବନି, ୨୦୧୪ରୁ ୧୬ ଯାଏଁ ଟିଏମ୍ସି ପକ୍ଷରୁ ରାଜ୍ୟସଭା ସାଂସଦ ଥିବା ମିଥୁନ୍, ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ପଦ୍ମ ଧରୁ ଧରୁ ନିର୍ବାଚନ ପ୍ରଚାର ପାଇଁ, ଏକ ନୂଆ ଡାଏଲଗ୍ ମାରିଛନ୍ତି ମିଥୁନ୍ ଦା। ସେ କହିଛନ୍ତି ଯେ ମୁଁ ଗୋଖର ଗୋଟିଏ ଚୋଟ ହିଁ ଯଥେଷ୍ଟ। ଅନ୍ୟପଟେ ତାଙ୍କର ବାରମ୍ବାର ପଟ ପରିବର୍ତ୍ତନକୁ ମିଥୁନ୍କୁ ଟାର୍ଗେଟ୍ କରିଥିଲେ ଟିଏମ୍ସି ନେତା ସୌଗତ ରୟ।
ସୌଗତ କହିଛନ୍ତି ଯେ ମିଥୁନ ଆଜିର ଷ୍ଟାର୍ ନୁହେଁ, ବିଗତ ଦିନରେ ଷ୍ଟାର୍ ଥିଲେ। ସେ ୪ଥର ଦଳ ପରିବର୍ତ୍ତନ କରିଛନ୍ତି। ପ୍ରଥମେ ସେ ଜଣେ ନକ୍ସଲ୍ପନ୍ଥୀ ଲୋକ ଥିଲେ ପରେ ସିପିଏମ୍ରେ ଯୋଗ ଦେଇଥିଲେ। ଏହାପରେ ସେ ପୁଣି ଟିଏମ୍ସିରେ ଆସି ମିଶିଥିଲେ, ଓ ଦଳ ତାଙ୍କୁ ରାଜ୍ୟସଭା ସାଂସଦ ମଧ୍ୟ କରିଥିଲା। କିନ୍ତୁ ବିଜେପି ମିଥୁନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଧମକ ଦେଖାଇବାରୁ ସେ ଟିଏମ୍ସି ଛାଡ଼ିଦେଇଥିଲେ। ଆଉ ଏବେ ସେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କର କୌଣସି ବିଶ୍ୱାସନୀୟତା ନାହିଁ କି କୌଣସି ସମ୍ମାନ ନାହିଁ। ଏବଂ ସେ ଲୋକମାନଙ୍କୁ ପ୍ରଭାବିତ କରିପାରିବେ ନାହିଁ ବୋଲି କହିଛନ୍ତି ସୌଗତ।
କମ୍ୟୁନିଷ୍ଟ ପାର୍ଟି ସହିତ ତାଙ୍କର ନିକଟତାକୁ ନେଇ ମିଥୁନ କହିଛନ୍ତି ମୁଁ ଉଗ୍ରବାଦୀ ରାଜନୀତି କରିଥିଲି ନିଶ୍ଚୟ କିନ୍ତୁ କୌଣସି ଦଳ ସହିତ ଜଡ଼ିତ ନଥିଲି। ସେହିପରି ଟିଏମ୍ସି ସହିତ ତାଙ୍କର ସମ୍ପର୍କ ଉପରେ ପ୍ରତିକ୍ରିୟା ରଖିଥିଲେ ଦାଦା। ସେ କହିଥିଲେ " ଟିଏମ୍ସି ମୋତେ ସାଂସଦ କରିଥିଲା। ମୁଁ ଦଳ ଛାଡ଼ି ଦେଇଛି, କିନ୍ତୁ କାହା କାହା ଉପରେ ଆଙ୍ଗୁଳି ଉଠାଉ ନାହିଁ। କାହାର ଦୋଷ ଥିଲା ବୋଲି ମୁଁ କହୁ ନାହିଁ। ତେବେ ଏହା ମୋର ଭୁଲ୍ ନିଷ୍ପତ୍ତି ଥିଲା ବୋଲି କହିବି।" ତେଣୁ ଏହି ଆଲୋଚନାକୁ ଏଇଟି ବନ୍ଦ କରିଦେବା ଉଚିତ ବୋଲି ଦାଦା କହିଥିଲେ।
ସୂଚନା ଥାଉକି, ୨୦୧୪ ଟିଏମ୍ସି ଦଳ ପକ୍ଷରୁ ରାଜ୍ୟସଭାକୁ ଯାଇଥିଲେ ମିଥୁନ। କିନ୍ତୁ ମାତ୍ର ଦୁଇ ବର୍ଷ ପରେ ୨୦୧୬ରେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ।
ସେପଟେ ମୋଦିଙ୍କୁ ଟକ୍କର ଦେଇ ସିଲିଗୁଡ଼ିରେ ବିଶାଳ ପଦଯାତ୍ରା କରିଥିଲେ ମମତା। ପେଟ୍ରୋଲ, ଡିଜେଲ୍ ଓ ରୋଷେଇ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଅଭିନେତ୍ରୀ ତଥା TMC ସାଂସଦ ମିମି ଚକ୍ରବର୍ତ୍ତୀ ଓ ନୁସରତ୍ ଜାହାନ୍ ପ୍ରମୁଖ ପଦଯାତ୍ରା କରିଥିଲେ। ଏହି ଅବସରରେ କେନ୍ଦ୍ରକୁ ଟାର୍ଗେଟ୍ କରି ମମତା କହିଛନ୍ତି, ରୋଷେଇ ଘରେ ନିଆଁ ଲଗାଇଲେ ମା ଭଉଣୀମାନେ ଛାଡ଼ିବେନି।
ମୋଦିଙ୍କ ଅସଲ ପରିବର୍ତ୍ତନ ବକ୍ତବ୍ୟକୁ ଟାର୍ଗେଟ୍ କରି ମମତା କହିଛନ୍ତି “ଖେଳ ହେବ, ଆପଣ ସମୟ ଓ ତାରିଖର ବାଛି ରଖନ୍ତୁ। ମୋଦି ମୁଁ ତୁମକୁ ସାମ୍ନା ସାମ୍ନି ତର୍କ ପାଇଁ ଚ୍ୟାଲେଞ୍ଜ କରୁଛି।” ଏଥିସହିତ ଆମେ ଲଢ଼ିବୁ ଓ ଆମେ ଜିତିବୁ। ମୋଦି ଓ ବିଜେପିକୁ ଆମେ ଭାରତରୁ ହଟାଇବୁ। ଯିଏ ଆମେ ସହ ଟକ୍କର ଦିଏ ସିଏ ଚୂନା ହୋଇଯାଛି ବୋଲି ମମତା କହିଛନ୍ତି।
[caption id="" align="aligncenter" width="770"]
ବିଜେପି ରାଲିଲେ ମିଥୁନ ଚକ୍ରବର୍ତ୍ତୀ[/caption]
ଆସନ୍ତା ୨୭ ତାରିଖରେ ପଶ୍ଚିମବଙ୍ଗରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ଏହା ପୂର୍ବରୁ ଉଠୁଛି ପଡ଼ୁଛି ପ୍ରଚାର ମୈଦାନ। କିଏ ଜିତିବ କିଏ ହାରିବ ଫଳାଫଳକୁ ଅପେକ୍ଷା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pm-modi_1627367919.jpg)