Advertisment

ବନ୍ୟାରେ ଅସମ୍ଭାଳ ଆସାମ, ୭୦ଲକ୍ଷ ଲୋକ ପ୍ରଭାବିତ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତରେ ବନ୍ୟା ବିଭୀଷିକା। ଆସାମ, ବିହାର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ତାଣ୍ଡବ ରଚିଛି ପ୍ରକୃତି। ତେବେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆସାମ। ସେହିପରି ଉତ୍ତରାଖଣ୍ଡରେ ମଧ୍ୟ ଚିନ୍ତା ବଢାଉଛି ବାଦଲଫଟା ବର୍ଷା। ବିହାର ଓ ହିମାଚଳ ପ୍ରଦେଶରେ ମଧ୍ୟ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି। ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି ଆସାମ, ଯେଉଁଠାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଯୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି। ବନ୍ୟା ପାଇଁ ସବୁଠି ହାହାକାର […]

author-image
Ranjeet Kumar Jena
ବନ୍ୟାରେ ଅସମ୍ଭାଳ ଆସାମ, ୭୦ଲକ୍ଷ ଲୋକ ପ୍ରଭାବିତ

assam

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତରେ ବନ୍ୟା ବିଭୀଷିକା। ଆସାମ, ବିହାର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ତାଣ୍ଡବ ରଚିଛି ପ୍ରକୃତି। ତେବେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆସାମ। ସେହିପରି ଉତ୍ତରାଖଣ୍ଡରେ ମଧ୍ୟ ଚିନ୍ତା ବଢାଉଛି ବାଦଲଫଟା ବର୍ଷା। ବିହାର ଓ ହିମାଚଳ ପ୍ରଦେଶରେ ମଧ୍ୟ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି।

Advertisment

ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି ଆସାମ, ଯେଉଁଠାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଯୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି। ବନ୍ୟା ପାଇଁ ସବୁଠି ହାହାକାର ସ୍ଥିତି। ଘରଦ୍ୱାର, ଚାଷ ଜମି ଓ ରାସ୍ତା ଘାଟ ସବୁଠି ପ୍ରକୃତିର ବିଭୀଷିକା। ରାସ୍ତାରେ ୩/୪ ଫୁଟ୍ ଉଚ୍ଚରେ ଲହଡି ଭାଙ୍ଗୁଛି ବନ୍ୟାଜଳ। ବ୍ରହ୍ମପୁତ୍ର ସମେତ ଅନ୍ୟ ନଦୀରେ ଜଳସ୍ତର ବଢି ଦିନକୁ ଦିନ ଜଟିଳ ପରିସ୍ଥିତି ହେଉଛି।

publive-imageରାଜ୍ୟର ବିଶେଷ ଭାବେ ୨୪ ଟି ଜିଲ୍ଲାରେ ୭୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। କେବଳ ଯେ, ମଣିଷ ନୁହେଁ ପଶୁ ପକ୍ଷୀ ବି ନିଜର ବାସସ୍ଥାନ ହରାଇଛନ୍ତି। ବନ୍ୟା ପରେ ଖାଦ୍ୟ ଅଭାବରୁ ପ୍ରାଣ ହରାଉଛନ୍ତି ଶହ ଶହ ଜୀବଜନ୍ତୁ। କାଜିରଙ୍ଗା ଜାତୀୟ ଉଦ୍ୟାନର ୮୦ ପ୍ରତିଶତ ଅଞ୍ଚଳ ଏବେ ବି ପାଣିରେ ବୁଡ଼ି ରହିଛି।

Advertisment

ସେପଟେ ବନ୍ୟାସ୍ଥିତି ପ୍ରଭାବିତ ଜିଲ୍ଲାରେ ଏନଡିଆରଏଫ୍, ଏସଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନୀତ କରିଛନ୍ତି। ମୁଖ୍ୟତଃ ଶୁଖିଲା ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ସହ ଦୟନୀୟ ଅବସ୍ଥାରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି। ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସନୋୱାଲ। ମୁଖ୍ୟମନ୍ତ୍ରୀ ବୋଟରେ ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି।

publive-imageସେହିପରି ବିହାର ଓ ଉତ୍ତରାଖଣ୍ଡରେ ମଧ୍ୟ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁଁ ବିହାର ୮ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କୋସି ନଦୀ ଓ ତିଲଯୁଗାର ଜଳସ୍ତର ବଢିବା ଯୋଗୁଁ ଏବେ ଜଳବନ୍ଦି ଅବସ୍ଥାରେ ଅଛନ୍ତି ଲକ୍ଷାଧିକ ଲୋକ। ତେବେ ରାଜଧାନୀ ପାଟନାରେ ସ୍ଥିତି ଭୟଙ୍କର ହୋଇଛି। ପ୍ରବଳ ବର୍ଷାରେ ରାଜଧାନୀରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଲୋକଙ୍କ ଘରେ ବର୍ଷା ଜଳ ପଶି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

publive-imageସେପଟେ ଉତ୍ତରାଖଣ୍ଡରେ ଦାଉ ସାଧିଛି ବାଦଲଫଟା ବର୍ଷା। ଉତ୍ତରାଖଣ୍ଡ ଛୋରିବଗର ମୁନସାୟରି ଅଞ୍ଚଳରେ ବାଦଲଫଟା ବର୍ଷାରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୮ ଜଣ ନିଖୋଜ ଅଛନ୍ତି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ସେହିପରି ପ୍ରବଳ ବର୍ଷା ଯୋଗୁଁ ଗୋରି ନଦୀରେ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି ହୋଇଛି।

ହିମାଚଳପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ଭଟ୍ଟକୁଫେର ଅଞ୍ଚଳରେ ଭୂସ୍ଖଳନ ହୋଇଛି। ମାଟି ଅତଡ଼ା ଖସି ଜଣଙ୍କର ଜୀବନ ଯାଇଥିବା ବେଳେ ୮ଜଣ ଫସି ରହିଛନ୍ତି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ପ୍ରତିକୂଳ ପାଗ ଏଥିରେ ବାଧକ ସାଜିଛି।

publive-imageଅନ୍ୟପକ୍ଷରେ ଲଗାଣ ବର୍ଷାରେ ରାଜଧାନୀ ଦିଲ୍ଲୀରେ ମଧ୍ୟ ସ୍ଥିତି ବେହାଲ। କିଛି ସ୍ଥାନରେ ବନ୍ୟା ଜଳ ଜମି ରହିବାରୁ ରାସ୍ତା ଘାଟ ବନ୍ଦ ରହିଛି। ଦିଲ୍ଲୀ ଓ ଏନସିଆରର ଅଞ୍ଚଳରେ ବର୍ଷା ଲାଗି ରହିଥିବାରୁ ମହାନଗରୀରେ ଯାନବାହନ ଚଳାଚଳ ଓ ଯାତାୟତ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ରାଜଧାନୀର ସ୍ଥାନେ ସ୍ଥାନେ ରାସ୍ତା ଉପରେ ଶହ ଶହ ଗାଡି ଅଟକି ଅସମ୍ଭାଳ ଟ୍ରାଫିକ୍ ଜାମ ଦେଖିବାକୁ ମିଳିଛି।

Advertisment
Advertisment