Advertisment

କ୍ୱାରେଣ୍ଟିନ୍‌ ସେଣ୍ଟରରେ ଉତ୍ପାତ‌ ହେଲେ ଲାଗିବ ହତ୍ୟା ଉଦ୍ୟମ ଦଫା

ଗୁଆହାଟି: କରୋନା ଭାଇରସକୁ ଦୃଷ୍ଟିରେ ରଖି ଦେଶରେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ର ନିୟମଗୁଡକୁ କିଛି କୋହଳ କରାଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକ ଘରକୁ ଫେରୁଛନ୍ତି। କିନ୍ତୁ ସରକାରୀ ନିୟମ ଅନୁଯାୟୀ ପ୍ରବାସୀମାନେ ପ୍ରଥମେ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିଥାନ୍ତି। ସେମାନଙ୍କ ମଧ୍ୟରୁ କିଛି ଅମାନିଆ ନିୟମ ମାନୁନଥିବା ଜଣାପଡିଛି। ଏନେଇ ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ସରମା କହିଛନ୍ତି ଯେ, କ୍ୱାରେଣ୍ଟିନ୍‌ ସେଣ୍ଟରରେ କୌଣସି ପ୍ରକାରର ଉତ୍ତେଜନା, ହିଂସା କିମ୍ୱା ବିଶୃଙ୍ଖଳା ଯେଉଁମାନେ କରିବେ, […]

କ୍ୱାରେଣ୍ଟିନ୍‌ ସେଣ୍ଟରରେ ଉତ୍ପାତ‌ ହେଲେ ଲାଗିବ ହତ୍ୟା ଉଦ୍ୟମ ଦଫା

asam

Advertisment

ଗୁଆହାଟି: କରୋନା ଭାଇରସକୁ ଦୃଷ୍ଟିରେ ରଖି ଦେଶରେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ର ନିୟମଗୁଡକୁ କିଛି କୋହଳ କରାଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକ ଘରକୁ ଫେରୁଛନ୍ତି। କିନ୍ତୁ ସରକାରୀ ନିୟମ ଅନୁଯାୟୀ ପ୍ରବାସୀମାନେ ପ୍ରଥମେ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିଥାନ୍ତି। ସେମାନଙ୍କ ମଧ୍ୟରୁ କିଛି ଅମାନିଆ ନିୟମ ମାନୁନଥିବା ଜଣାପଡିଛି।

Advertisment

ଏନେଇ ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ସରମା କହିଛନ୍ତି ଯେ, କ୍ୱାରେଣ୍ଟିନ୍‌ ସେଣ୍ଟରରେ କୌଣସି ପ୍ରକାରର ଉତ୍ତେଜନା, ହିଂସା କିମ୍ୱା ବିଶୃଙ୍ଖଳା ଯେଉଁମାନେ କରିବେ, ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲଗାଯିବ। ଗତ କିଛି ଦିନ ପୂର୍ବେ ବଙ୍ଗାଇଗାଁଓ ଓ ଚିରଙ୍ଗ ଜିଲ୍ଲାର କ୍ୱାରେଣ୍ଟିନ୍‌ ସେଣ୍ଟରରେ ଉତ୍ତେଜନା ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ‘ଯେଉଁମାନେ ସ୍ୱାସ୍ଥ୍ୟକର୍ମୀଙ୍କୁ ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି, ସେମାନଙ୍କୁ ସିଧାସଳଖ ଗିରଫ କରାଯିବା ସହିତ ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ଜାମିନହୀନ ମାମଲା ରୁଜୁ ହେବ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ କ୍ୱାରେଣ୍ଟିନ୍‌ କେନ୍ଦ୍ରରେ କୌଣସି ଅସୁବିଧା ହେଲେ ରୋଗୀମାନେ ସିଧାସଳଖ ତାଙ୍କ ସହ ଯୋଗାଯୋଗ କରିପାରିବେ।

Advertisment

ଖବର ଅନୁଯାୟୀ,ବଙ୍ଗାଇଗାଓଁର କ୍ୱାରେଣ୍ଟିନ୍‌ ସେଣ୍ଟରରେ  ରହୁଥିବା କିଛି ପ୍ରବାସୀ ନିମ୍ନମାନର ଖାଦ୍ୟ ଖାଇବାକୁ ଦିଆଯାଉଥିବା କହି  ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ  ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।

ଅନ୍ୟପଟେ ଚିରଙ୍ଗର କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହୁଥିବା କିଛି ବ୍ୟକ୍ତି ସେଠାରୁ ପଳାଇ ଯାଇଥିଲେ । ପରେ ଧରାପଡିବା ପରେ ସେମାନେ ମଧ୍ୟ ଆମକୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା କହି ପାଟିତୁଣ୍ଡ କରିଥିଲେ।

Advertisment

ଆସାମର ଅନ୍ୟାନ୍ୟ କ୍ୱାରେଣ୍ଟିନ୍‌ କେନ୍ଦ୍ରରେ ମଧ୍ୟ କିଛି ପ୍ରବାସୀ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅସଦାଚରଣ କରିଥିଲେ। ମନା କରିବା ସତ୍ତ୍ୱେ କିଛି ଅମାନିଆ କ୍ୱାରେଣ୍ଟିନ୍‌ କେନ୍ଦ୍ରରେ ଛେପ ପକାଇଥିଲେ। ଏନେଇ ଆସାମରେ ଆଇପିସିର ଧାରା ୨୬୯ ଓ ୨୭୦ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଉଭୟ ଧାରାରେ ଅଭିଯୁକ୍ତଙ୍କ ଜାମିନ୍‌ ପାଇପାରିବେ।  ଯଦି ଦୋଷୀ ବୋଲି ପ୍ରମାଣିତ ହେବେ, ତେବେ ୬ମାସର ଦଣ୍ଡ ବ୍ୟବସ୍ଥା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ