/odishatv-khabar/media/post_attachments/uploadimage/library/16_9/16_9_0/dengu_1626697987.jpg)
dengu
ଲକ୍ଷ୍ନୌ: ସମଗ୍ର ଦେଶରେ କରୋନା ଭାଇରସ ହୁ ହୁ ହୋଇ ବଢ଼ିଚାଲିଛି। ତେବେ ଭାଇରସକୁ ରୋକିବା ପାଇଁ ସମସ୍ତ ସତର୍କତା ଅବଲମ୍ୱନ କରିବାକୁ ନିର୍ଦ୍ଦେଶ ଦିଆଯାଉଛି। ସେହିପରି ଲକ୍ଷ୍ନୌରେ କରୋନା ଭାଇରସ ଲୋକଙ୍କ ଚିନ୍ତା ବଢ଼ାଉଥିବାବେଳେ ଏବେ ଡେଙ୍ଗୁ ରୋଗ ମଧ୍ୟ ଚିନ୍ତା ବଢ଼ାଇବା ଆରମ୍ଭ କଲାଣି। ଏସବୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଏକ ନିଷ୍ପତ୍ତି ନେଇଛନ୍ତି। ଯଦି କୌଣସି ଜାଗାରୁ ଡେଙ୍ଗୁ ରୋଗୀ ଚିହ୍ନଟ ହେବେ, ତେବେ ସେହି ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରି ସେଠାରେ ଆଣ୍ଟି ଲାର୍ଭା ସ୍ପ୍ରେ କରାଯିବ।
ଗତ ବର୍ଷ ରାଜଧାନୀରେ ଅନେକ ଅଞ୍ଚଳରେ ଡେଙ୍ଗୁ ହଇଚଇ ସୃଷ୍ଟି କରିଥିଲା। ସ୍ୱାସ୍ଥ୍ୟ ବିଭାଗର ଆକଳନ ଅନୁଯାୟୀ ୨୪୦୦ ଲୋକ ଏହା ଦ୍ୱାରା ଆକ୍ରାନ୍ତ ହୋଇଥିଲେ। ରାଜ୍ୟରେ ମୌସୁମୀ ଶୀଘ୍ର ଆସିବା ହେତୁ ବର୍ଷା ହେଉଛି। ଯାହାଫଳରେ ମଶାମାନେ ବୃଦ୍ଧି ପାଉଛନ୍ତି। ଡେଙ୍ଗୁର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି।
ଡେପୁଟି ସିଏମ୍ଓ ଡକ୍ଟର କେ.ପି ତ୍ରିପାଠୀଙ୍କ କହିବା ଅନୁଯାୟୀ, ଯଦି କୌଣସି ସ୍ଥାନରୁ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଏ ତେବେ ସେହି ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯିବ। ସେହି ଅଞ୍ଚଳରେ ଆଣ୍ଟି-ଲାର୍ଭା ସ୍ପ୍ରେ କରାଯିବ। ଫଳରେ ଡେଙ୍ଗୁ ରୋଗ ବ୍ୟାପିବାର ମଧ୍ୟ ଭୟ ନଥିବ। ଏଥିସହିତ ସ୍ୱାସ୍ଥ୍ୟବିଭାଗ ଟିମ୍ ଲୋକଙ୍କୁ ଡେଙ୍ଗୁ ବିଷୟରେ ଅବଗତ କରାଇବ।
ଚିକିତ୍ସା ପାଇଁ ସିଭିଲ୍ ହସ୍ପିଟାଲକୁ ଆସୁଥିବା ଗୁରୁତର ରୋଗୀଙ୍କୁ କରୋନା ଯାଞ୍ଚ ରିପୋର୍ଟ ପାଇଁ ୨୪ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ ନାହଁ। ଗତକାଲି ଠାରୁ ହସ୍ପିଟାଲରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଆରମ୍ଭ ହୋଇଛି। ହସ୍ପିଟାଲର ଇନ୍ଚାର୍ଜ ଡକ୍ଟର ଅଜୟ ତ୍ରିପାଠୀ କହିଛନ୍ତି ଯେ ଆଣ୍ଟିଜେନ୍ ଟେଷ୍ଟ ଦ୍ୱାରା ରୋଗୀମାନେ ୩୦ମିନିଟ୍ ମଧ୍ୟରେ ରିପୋର୍ଟ ପାଇବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)