Advertisment

ମୁମ୍ବାଇରେ ପୁଣି ଜଣେ କଳାକାରଙ୍କ ଆତ୍ମହତ୍ୟା

ମୁମ୍ବାଇ: ଆର୍ଟିଷ୍ଟ, ଫଟୋଗ୍ରାଫର ଗ୍ଲାସ୍‌ୱାର୍କ ପେଣ୍ଟର  ୪୧ ବର୍ଷୀୟ ରାମ ଇନ୍ଦ୍ରନିଲ କାମାଥଙ୍କର ଗତକାଲି ମୃତ୍ୟୁ ହୋଇଛି। ମୁମ୍ବାଇ ସ୍ଥିତ ବାସଭବନର ବାଥ ଟବ୍‌ରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ଘଟଣା ସ୍ଥଳରେ ଏକ ସୁଇସାଇଡାଲ୍‌ ନୋଟ୍‌ ମଧ୍ୟ ଉଦ୍ଧାର ହୋଇଛି। ଏହି ଘଟଣାରେ ଆକସ୍ମିକ ମୃତ୍ୟୁ ଓ ଆତ୍ମହତ୍ୟା ମାମଲା ରୁଜ୍ଜୁ କରି ପୁଲିସ ତଦନ୍ତ ଜାରି ରଖିଛି। ଘଟଣାରେ କାମାଥଙ୍କ ପରିବାର ଓ ନିକଟତର ବନ୍ଧୁଙ୍କୁ ପଚାରଉଚରା କରିଛି ପୁଲିସ। ଦୀର୍ଘଦିନ ହେଲା […]

ଅଦ୍ୟତନ ହୋଇଛି
ମୁମ୍ବାଇରେ ପୁଣି ଜଣେ କଳାକାରଙ୍କ ଆତ୍ମହତ୍ୟା

ram-indtanil-kamath

Advertisment

ମୁମ୍ବାଇ: ଆର୍ଟିଷ୍ଟ, ଫଟୋଗ୍ରାଫର ଗ୍ଲାସ୍‌ୱାର୍କ ପେଣ୍ଟର  ୪୧ ବର୍ଷୀୟ ରାମ ଇନ୍ଦ୍ରନିଲ କାମାଥଙ୍କର ଗତକାଲି ମୃତ୍ୟୁ ହୋଇଛି। ମୁମ୍ବାଇ ସ୍ଥିତ ବାସଭବନର ବାଥ ଟବ୍‌ରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ଘଟଣା ସ୍ଥଳରେ ଏକ ସୁଇସାଇଡାଲ୍‌ ନୋଟ୍‌ ମଧ୍ୟ ଉଦ୍ଧାର ହୋଇଛି। ଏହି ଘଟଣାରେ ଆକସ୍ମିକ ମୃତ୍ୟୁ ଓ ଆତ୍ମହତ୍ୟା ମାମଲା ରୁଜ୍ଜୁ କରି ପୁଲିସ ତଦନ୍ତ ଜାରି ରଖିଛି।

Advertisment

ଘଟଣାରେ କାମାଥଙ୍କ ପରିବାର ଓ ନିକଟତର ବନ୍ଧୁଙ୍କୁ ପଚାରଉଚରା କରିଛି ପୁଲିସ। ଦୀର୍ଘଦିନ ହେଲା ଲକ୍‌ଡାଉନ୍ ଥିବାରୁ କାମାଥ ମାନସିକ ଚାପରେ ଥିଲେ ବୋଲି ଜଣାପଡ଼ିଛି। ଏଥିପାଇଁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ତାଙ୍କ ମୃତ୍ୟୁ ପାଇଁ ସୁଇସାଇଡାଲ୍‌ ନୋଟ୍‌ରେ କାମାଥ କାହାକୁ ବି ଦାୟୀ କରିନଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ରାମ ଇନ୍ଦ୍ରିନିଲ କାମାଥ ତାଙ୍କ ମାଆଙ୍କ ସହିତ ମୁମ୍ବାଇର ଏକ ଆପାର୍ଟମେଣ୍ଟରେ ରହୁଥିଲେ। ସେ ଫଟୋଗ୍ରାଫି କରିବା ସହିତ ଜଣେ କଳାକାର ବି ଥିଲେ। ତାଙ୍କର ଗ୍ଲାସ୍‌ୱାର୍କ ପେଣ୍ଟିଂ ମୁମ୍ବାଇରେ ବେଶ୍ ଲୋକପ୍ରିୟ ହୋଇଥିଲା। ଭାରତୀୟ କ୍ୟାଲେଣ୍ଡର ଆର୍ଟ ପାଇଁ ସେ ମୁମ୍ବାଇରେ ଖୁବ୍ ଜଣାଶୁଣା ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ