Advertisment

କଶ୍ମୀର ପୁଣି ଅଶାନ୍ତ: ମେଜର ସହିଦ, ୩ ଆତଙ୍କୀ ନିହତ

ଶ୍ରୀନଗର: କିଛିଦିନ ପରେ ଆଜି ପୁଣିଥରେ କଶ୍ମୀରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିଛି। କିଛି ସ୍ଥାନରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ପୁଲୱାମାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଟାର୍ଗେଟ କରି ବିସ୍ଫୋରଣ କରିଛନ୍ତି। ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଲଢ଼େଇରେ ସେନାର ଜଣେ ମେଜର ସହିଦ ହୋଇଥିବା ବେଳେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିବା ସହ ଉଭୟ […]

author-image
Mihir Pattnayak
କଶ୍ମୀର ପୁଣି ଅଶାନ୍ତ: ମେଜର ସହିଦ, ୩ ଆତଙ୍କୀ ନିହତ

tn

ଶ୍ରୀନଗର: କିଛିଦିନ ପରେ ଆଜି ପୁଣିଥରେ କଶ୍ମୀରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିଛି। କିଛି ସ୍ଥାନରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ପୁଲୱାମାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଟାର୍ଗେଟ କରି ବିସ୍ଫୋରଣ କରିଛନ୍ତି।

Advertisment

ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଲଢ଼େଇରେ ସେନାର ଜଣେ ମେଜର ସହିଦ ହୋଇଥିବା ବେଳେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିବା ସହ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହେଉଥିବାର ଖବର ମିଳିଛି।

ଆଜି ଅପରାହ୍ନରେ ଆତଙ୍କବାଦୀମାନେ ୪୪ ରାଷ୍ଟ୍ରୀୟ ରାଇଫଲର ଯବାନମାନଙ୍କ କନଭୟକୁ ଟାର୍ଗେଟ କରି ପୁଲୱାମାର ଆରିହଲ ଗାଁ ନିକଟରେ ଆଇଇଡି ବିସ୍ଫୋରଣ କରିଥିଲେ। ଏଥିରେ ଗାଡ଼ିଟି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଗାଡ଼ି ମଧ୍ୟରେ ଥିବା ଯବାନଙ୍କ ମଧ୍ୟରୁ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ପରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ।

Advertisment

ସେହିପରି ସ୍ଥାନୀୟ ଲୋକମାନେ ମଧ୍ୟ ଆତଙ୍କୀଙ୍କ ସମର୍ଥନରେ ଟେକା ପଥର ମାଡ଼ କରିଥିଲେ। ତେବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦିଆଯାଇଥିଲା। ଏଠାରେ ରିପୋର୍ଟ ଲେଖା ହେବା ବେଳକୁ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରାଯାଉଛି। ସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ ରଖାଯାଇଛି। ଗତକାଲି ପାକିସ୍ତାନ ହାଇକମିଶନ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ଦେବା ପରେ ଏଭଳି ଘଟଣା ଘଟିଛି।  ଫେବୃଆରୀ ୧୪ରେ ଏହି ପୁଲୱାମାରେ ହିଁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବିସ୍ଫୋରଣ କରିଥିଲେ। ଆଜି ହୋଇଥିବା ବିସ୍ଫୋରଣ ସ୍ଥଳଟି ଉକ୍ତ ସ୍ଥାନରୁ ୨୭ କିମି ଦୂରରେ ରହିଛି।

ସେହିପରି, ଅନନ୍ତନାଗର ଆଞ୍ଚବଲରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଜଣେ ଆର୍ମି ମେଜର ସହିଦ ହୋଇଥିବା ବେଳେ ୨ ଜଣ ଯବାନ ଓ ଜଣେ ଅଫିସର ଆହତ ହୋଇଛନ୍ତି। ଆହତମାନଙ୍କୁ ଶ୍ରୀନଗରରେ ଥିବା ୯୨ ଆର୍ମି ବେସ୍‌ ହସ୍ପିଟାଲ୍‌କୁ ନିଆ ଯାଇଛି। ଆଞ୍ଚବଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା ବେଳେ ଆତଙ୍କବାଦୀମାନେ ପ୍ରଥମେ ଆକ୍ରମଣ କରିଥିଲେ। ଫଳରେ ଏଠାରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏଥିରେ ଆର୍ମି ମେଜରଙ୍କ ସମେତ ୪ ଜଣ ଆହତ ହୋଇଥିଲେ। ସମସ୍ତଙ୍କୁ ସେନା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ମେଜର ଜଣଙ୍କ ପ୍ରାଣ ହରାଇଛନ୍ତି। ଅନ୍ୟମାନଙ୍କ ଅବସ୍ଥା ଏବେ ବି ସଙ୍କାଟପନ୍ନ ରହିଛି।

ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ତା’ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ଏହି ଘଟଣା ପୂର୍ବରୁ ଆଞ୍ଚବାଲରେ ଆତଙ୍କବାଦୀ ଓ ସେନାଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ସୁରକ୍ଷାକର୍ମୀମାନେ ତିନି ଆତଙ୍କବାଦୀଙ୍କ ମରଶରୀରକୁ ଉଦ୍ଧାର କରିଛନ୍ତି। ହେଲେ ସେମାନଙ୍କ ପରିଚୟ ବାବଦରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Left Top
Advertisment
Advertisment