/odishatv-khabar/media/post_attachments/uploadimage/library/16_9/16_9_0/watermelon_1623587119.jpg)
watermelon
- କିଷାନଙ୍କ ଦୁଃଖ ବୁଝିଲେ ଯବାନ
- ତରଭୁଜ ବିକ୍ରି ନହେବାରୁ ମାଗଣାରେ ବାଣ୍ଟି ଦେଉଥିଲେ ଚାଷୀପୁଅ
- ବଡ଼ ହୃଦୟ ଦେଖାଇ ବଜାର ଦରରେ କିଣିଲା ସେନା
ରାମଗଡ଼ : ଚାଷୀ ପୁଅର ଦୁଃଖ ବୁଝିଲା ସେନା । ବିକ୍ରି ନହେବାରୁ ମାଗଣାରେ ତରଭୁଜ ବିକ୍ରି କରିଦେଉଥିଲେ କୃଷକ, ଉଚିତ ଦାମ ଦେଇ ସମସ୍ତ ତରଭୁଜ କିଣିନେଲେ ସେନାର ଅଧିକାରୀ । କୃଷକଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି ଲକଡାଉନ୍ । କରୋନାର ଦ୍ୱିତୀୟ ଲହରୀରେ ଚାଷୀଙ୍କ ଅବସ୍ଥା କହିଲେ ନସରେ । କେଉଁଠି ଅଭାବି ବିକ୍ରିର ଶିକାର ହେଉଛନ୍ତି, ଆଉ କେଉଁଠି ମାଗଣାରେ ପରିବା ବାଣ୍ଟିଦେଉଛନ୍ତି ପୁଣି ଆଉ କେଉଁଠି ବର୍ଷ ଜାକର ପରିଶ୍ରମ ଉଜୁଛି ଯିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ।
ରାଞ୍ଚି ବିଶ୍ୱବିଦ୍ୟାଳୟରେ ସ୍ନାତକ କରିଥିବା ୨୫ ବର୍ଷିୟ ରଞ୍ଜନ କୁମାର ୧୫ ଲକ୍ଷ ଖର୍ଚ୍ଚ କରି ୫ ଏକର ଜାଗାରେ ତରଭୁଜ ଚାଷ କରିଥିଲେ । ଲକଡାଉନର ପ୍ରଥମ ଲହରୀ ଯିବାପରେ ଅଣ୍ଟା ସଳଖି ଝିଡ଼ା ହୋଇ ତୁଣ୍ଡ ଝାଳ ମୁଣ୍ଡରେ ମାରି ବଡ଼ ବଡ଼ ତରଭୂଜ ଫଳାଇଥିଲେ । ତରଭୁଳ ବଡ଼ ବଡ଼ ହୋଇ ଅମଳକ୍ଷମ ହେବାକୁ ବସିଥିଲା । ହେଲେ ଦ୍ୱିତୀୟ ଲହରୀ ଯୋଗୁଁ ରାଜ୍ୟରେ ପୁଣି ତୁରନ୍ତ ଲକଡାଉନ୍ ଲାଗୁ ହୋଇଗଲା । କଠିନ ପରିଶ୍ରମ କରି ଫଳାଇଥିବା ତରଭୁଜ ବିକ୍ରି କରିପାରିଲେ ନାହିଁ ରଞ୍ଜନ । ତେବେ ବିକ୍ରି ନହେବାରୁ ଭାରତୀୟ ସେନାକୁ ୫ କ୍ୱିଣ୍ଟାଲ ତରଭୁଜ ମାଗଣା ଦେଇଦେବାକୁ ମନସ୍ଥ କରିଥିଲେ ରଞ୍ଜନ ।
ଏକଥା ଜାଣିବା ପରେ ରାମଗଡ଼ ସ୍ଥିତ ଶିଖ ରେଜିମେଣ୍ଟଲ୍ ସେଣ୍ଟରର କମାଣ୍ଡର ବ୍ରିଗେଡିୟର ଏମ ଶ୍ରୀକୁମାରଙ୍କ ସମେତ ଏସଆରସିର କିଛି ଅଧିକାରୀ ରଞ୍ଜନ କୁମାରଙ୍କ ଦୁଃଖ ବୁଝି ପାରିଥିଲେ । ସମସ୍ତ ସେନା ଅଧିକାରୀ ରଞ୍ଜନଙ୍କ ତରଭୂତ କ୍ଷେତରେ ପହଞ୍ଚି ବଜାର ଦରରେ ତରଭୁଜ କିଣିଥିଲେ । ତେବେ ଏନେଇ ବ୍ରିଗେଡିୟର ଏମ ଶ୍ରୀକୁମାର କହିଛନ୍ତି, ଲକଡାଉନ ପାଇଁ ରଞ୍ଜନ ଅଭାବି ବିକ୍ରିର ଶିକାର ହୋଇଛନ୍ତି । ହେଲେ ହତାଶ ନହୋଇ ସେନା ଉଦ୍ଦେଶ୍ୟରେ ସମସ୍ତ ତରଭୂଜ ମାମଣା ଦେଇଦେବା ପାଇଁ ପ୍ରସ୍ତାବ ରଖିଥିଲେ । ଏ ସମ୍ପର୍କରେ ଆମକୁ ଖବର ମିଳିବା ପରେ ଆମେ ତାଙ୍କ ଠାରୁ ସମସ୍ତ ତରଭୁଜ କଣି ଉଚିତ ଦାମ ମଧ୍ୟ ଦେଇଛୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)