Advertisment

ସଶସ୍ତ୍ର ବାହିନୀ ସିଭିଲ୍ ପ୍ରଶାସନ ସହ ମିଶି କୋଭିଡ ସହ ମୁକାବିଲା କରିବ : ବିପିନ ରାୱତ

ନୂଆଦିଲ୍ଲୀ: ଦେଶରେ କରୋନାର ଆତଙ୍କ ଉଗ୍ର ହେବାରେ ଲାଗିଛି। ଭାଇରସକୁ ଦେଇ ଦେଶସାରା ହାହାକାର ଖେଳିଯାଇଛି। ବହୁ ଲୋକ ଏଥିରେ ସଂକ୍ରମିତ ହେଉଥିବା ବେଳେ ଅନେକ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଶହଦାଯ ପାଇଁ ମଧ୍ୟ ମଶାଣିରେ ଜାଗା ଅଭାବ ହେଉଛି। ଏଭଳି ପରିସ୍ଥିତିରେ ଦେଶର ସଶସ୍ତ୍ର ବାହିନୀର ଡାକ୍ତରୀ କର୍ମଚାରୀମାନେ ମଧ୍ୟ କରୋନା ଜୀବାଣୁ ସଂକ୍ରମଣର ମୁକାବିଲା ପାଇଁ ଅଣ୍ଟା ଭିଡିଲେଣି। ସୁରକ୍ଷା ବାହିନୀ ଜେନେରାଲ୍ ବିପିନ ରାୱତ (ସିଡିଏସ୍) କହିଛନ୍ତି, […]

author-image
Pramod Behera
ସଶସ୍ତ୍ର ବାହିନୀ ସିଭିଲ୍ ପ୍ରଶାସନ ସହ ମିଶି କୋଭିଡ ସହ ମୁକାବିଲା କରିବ : ବିପିନ ରାୱତ

Untitled-1

ନୂଆଦିଲ୍ଲୀ: ଦେଶରେ କରୋନାର ଆତଙ୍କ ଉଗ୍ର ହେବାରେ ଲାଗିଛି। ଭାଇରସକୁ ଦେଇ ଦେଶସାରା ହାହାକାର ଖେଳିଯାଇଛି। ବହୁ ଲୋକ ଏଥିରେ ସଂକ୍ରମିତ ହେଉଥିବା ବେଳେ ଅନେକ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଶହଦାଯ ପାଇଁ ମଧ୍ୟ ମଶାଣିରେ ଜାଗା ଅଭାବ ହେଉଛି। ଏଭଳି ପରିସ୍ଥିତିରେ ଦେଶର ସଶସ୍ତ୍ର ବାହିନୀର ଡାକ୍ତରୀ କର୍ମଚାରୀମାନେ ମଧ୍ୟ କରୋନା ଜୀବାଣୁ ସଂକ୍ରମଣର ମୁକାବିଲା ପାଇଁ ଅଣ୍ଟା ଭିଡିଲେଣି। ସୁରକ୍ଷା ବାହିନୀ ଜେନେରାଲ୍ ବିପିନ ରାୱତ (ସିଡିଏସ୍) କହିଛନ୍ତି, ବର୍ତ୍ତମାନ ସଶସ୍ତ୍ର ବାହିନୀକୁ ସିଭିଲ୍ ପ୍ରଶାସନ ସହ ମିଶି କୋଭିଡ ସହ ମୁକାବିଲା କରିବାକୁ ପଡିବ। ଉଚିତ ସମୟରେ ସଶସ୍ତ୍ର ବାହିନୀ ସିଭିଲ୍ ପ୍ରଶାସନ ସହିତ ଘନିଷ୍ଠ ଭାବରେ ମିଶି କାର୍ଯ୍ୟ କରିବ ଏବଂ କରୋନା ସହିତ ମୁକାବିଲା ପାଇଁ ସମ୍ବଳ ବିସ୍ତାର କରିବ ବୋଲି ସେ କହିଛନ୍ତି।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁନିଫର୍ମରେ ସଜ୍ଜିତ ଆମର ସୈନିକମାନଙ୍କ ପାଖରେ ଦୃଢ ଇଚ୍ଛାଶକ୍ତି ଅଛି ଯାହା ଦ୍ଵାରା ସେମାନେ ସବୁ ପ୍ରକାର ବାଧାବିଘ୍ନ ଦୂର କରିପାରିବେ। ପ୍ରତ୍ୟେକ ଥର ସେମାନେ ଏହା କରି ଦେଖାଇଛନ୍ତି ମଧ୍ୟ। ଆମେ ଏହା କରିପାରିବା ଏବଂ କରିବୁ। ଆମକୁ ଏବେ ବହୁ ଆଗକୁ ଯିବାର ଅଛି ବୋଲି ଜେନେରାଲ ରାୱତ କହିଛନ୍ତି।

ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିରକ୍ଷା ମୁଖ୍ୟ ବିପିନ ରାୱତଙ୍କ ସହ କରୋନା ଜୀବାଣୁ ମହାମାରୀର ମୁକାବିଲା ପାଇଁ ସଶସ୍ତ୍ର ବାହିନୀର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକ ପରେ ବିପିନ ରାୱତ କହିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ ସଶସ୍ତ୍ର ବାହିନୀରୁ ଅବସର ନେଇଥିବା ସମସ୍ତ ମେଡିକାଲ କର୍ମଚାରୀ ସେମାନଙ୍କ ଘର ନିକଟ କୋଭିଡ-19 କେନ୍ଦ୍ରରେ କାର୍ଯ୍ୟ କରିବେ। ଏହା ସହିତ କମାଣ୍ଡ, କର୍ପସ, ଡିଭିଜନ, ସେନା ଓ ବାୟୁସେନା ସମେତ ମୁଖ୍ୟାଳୟ ମୁତୟନ ଥିବା ସମସ୍ତ ମେଡିକାଲ ଅଫିସରଙ୍କୁ ଡାକ୍ତରଖାନାରେ ପୋଷ୍ଟ କରାଯିବ। ସେ ସୂଚନା ଦେଇଛନ୍ତି ଯେ ଡାକ୍ତରଖାନାରେ ବହୁ ସଂଖ୍ୟକ ନର୍ସିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ଏବଂ ସଶସ୍ତ୍ର ବାହିନୀର ବିଭିନ୍ନ ପ୍ରତିଷ୍ଠାନ ନିକଟରେ ଉପଲବ୍ଧ ଅମ୍ଳଜାନ ସିଲିଣ୍ଡର ଡାକ୍ତରଖାନାକୁ ଦିଆଯିବ। ଏହା ବ୍ୟତୀତ ସଶସ୍ତ୍ର ବାହିନୀ ବହୁ ସଂଖ୍ୟକ ମେଡିକାଲ ପ୍ରତିଷ୍ଠାନ ପ୍ରସ୍ତୁତ କରୁଛନ୍ତି, ଯେଉଁଠାରେ ସମ୍ଭବ ସେନାର ଚିକିତ୍ସା ସୁବିଧା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ। ରାୱତଙ୍କ ସହ ସାକ୍ଷାତ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶ ତଥା ବିଦେଶରୁ ଅମ୍ଳଜାନ ତଥା ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଭାରତୀୟ ବାୟୁସେନା ଦ୍ଵାରା ପରିବହନ ପାଇଁ ପ୍ରସ୍ତୁତି ଉପରେ ସମୀକ୍ଷା କରିଛନ୍ତି।

Advertisment
Advertisment
Advertisment