Abhijeet Mukherjee
ପଶ୍ଚିମବଙ୍ଗ: କଂଗ୍ରେସକୁ ଆଉ ଏକ ଝଟକା । ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଆଜି ମମତା ବାନାର୍ଜୀଙ୍କ ଟିଏମସିରେ ସାମିଲ ହୋଇଛନ୍ତି । ଆଜି ଟିଏମସିର ବରିଷ୍ଠ ନେତା ସୁଦୀପ ବନ୍ଦୋପାଧ୍ୟୟ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅଭିଜିତ ବିଧିବଦ୍ଧ ଭାବେ ଟିଏମସିରେ ଯୋଗ ଦେଇଛନ୍ତି ।
କଂଗ୍ରେସ ଟିକେଟରୁ ଅଭିଜିତ ଜଙ୍ଗିପୁରରୁ ଲୋକସଭା ଯାଇଥିବା ବେଳେ ନଲହାଟିରୁ ବିଧାନସଭାକୁ ର୍ନିବାଚିତ ହୋଇଥିଲେ । ଏବେ ସେ ଟିଏମସିରେ ମିଶିଥିବାରୁ ଦଳ ତାଙ୍କୁ ଜଙ୍ଗିପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ବେଙ୍ଗଲ ବିଧାନସଭା ର୍ନିବାଚନ ବେଳେ ଏଠାରେ ଟିଏମସି ପ୍ରାର୍ଥୀ କରିଥିବା ନେତାଙ୍କ ଦେହାନ୍ତ ପରେ ନିର୍ବାଚନ ସ୍ଥଗିତ ରହିଛି । ଅଭିଜିତଙ୍କ ବାପା ପ୍ରଣବ ମୁଖାର୍ଜୀ ମଧ୍ୟ ବେଙ୍ଗଲର ମୁର୍ଶିଦାବାଦରେ ଥିବା ଜଙ୍ଗିପୁରରୁ ଦୁଇ ଥର ଲୋକସଭା ଯାଇଥିଲେ । ଅଭିଜିତ ଏହି ଆସନରୁ ୨୦୧୨ରେ ଅନୁଷ୍ଠିତ ଉପ ର୍ନିବାଚନରେ ଜିତି ଲୋକସଭାକୁ ଯାଇଥିଲେ ।
୨୦୧୪ରେ ସେ ପୁଣି ଏହି ଆସନରୁ ଜିତିଥିଲେ । ତେବେ ୨୦୧୯ରେ ସେ ଟିଏମସି ପ୍ରାର୍ଥୀଙ୍କ ଠାରୁ ହାରି ଯାଇଥିଲେ । ବେଙ୍ଗଲ ବିଧାନସଭା ର୍ନିବାଚନ ବେଳେ ସେ କଂଗ୍ରେସର ପ୍ରଚାର କମିଟି ଦାୟିତ୍ୱରେ ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Abhijeet_Banerjee_1625491712.jpg)