/odishatv-khabar/media/post_attachments/uploadimage/library/16_9/16_9_0/cyclone_1621326017.jpg)
cyclone
ନୂଆଦିଲ୍ଲୀ: ଆସନ୍ତା ମେ’ ୨୩ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରାଯାଇଛି।
/odishatv-khabar/media/post_attachments/wp-content/uploads/2021/05/Capture-୧୧.jpg)
ପୂର୍ବରୁ କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ମାଧବନ ରାଜୀବନ୍ ମଧ୍ୟ ଆଜି ଟ୍ୱିଟ୍ କରି ଚଳିତ ସପ୍ତାହ ଶେଷ ବେଳକୁ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହେବାର ପ୍ରାକ୍ ସଙ୍କେତ ମିଳୁଥିବା ଉଲ୍ଲେଖ କରିଥିଲେ। ଆସନ୍ତା ମେ ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ଭଳି ଏକ ସିଷ୍ଟମ୍ର ପ୍ରାକ୍ ସଙ୍କେତ ମିଳୁଥିବା ନେଇ ସେ ଟ୍ୱିଟ୍ କରିଛନ୍ତି।
ଏଥିସହ ଆରବସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ତାଉତେର ସଠିକ୍ ପୂର୍ବାନୁମାନ, ଟ୍ରାକ୍ ଓ ଲ୍ୟାଣ୍ଡ୍ଫଲ୍ ସ୍ଥାନ ପାଇଁ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗକୁ ମାଧବନ ରାଜୀବନ୍ ଧନ୍ୟବାଦ ଜଣାଇଛନ୍ତି। ଏଥିପାଇଁ IMDକୁ ସହଯୋଗ କରିଥିବା ଅନ୍ୟ ୩ଟି ସଂସ୍ଥା ପାଇଁ ଗର୍ବିତ ଥିବା ସେ କହିଛନ୍ତି।
Hearty Congrats to @Indiametdept for a perfect forecast of Tauktae, its track & landfall location, time & intensity
Very proud of @Indiametdept ably supported by @iitmpune@ncmrwfmoes & @ESSO_INCOIS
Early indication of another system over Bay of Bengal around 23 May! Watch. pic.twitter.com/Hoo8n1f5JR
— Madhavan Rajeevan (@rajeevan61) May 18, 2021
ସେପଟେ ଆଇଏମ୍ଡିର ସାଇକ୍ଲୋନ୍ ଓ୍ୱାର୍ଣ୍ଣିଂ ସେଣ୍ଟରର ଇନ୍ଚାର୍ଜ ରାଜେନ୍ଦ୍ର କୁମାର ଜେନାମଣି ମଧ୍ୟ ବଙ୍ଗୋପସାଗରରେ ଏକ ସିଷ୍ଟମ ସୃଷ୍ଟି ହେବା ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ୨୪ କିମ୍ବା ୨୫ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସିଷ୍ଟମ ସୃଷ୍ଟି ହେବାନେଇ ପ୍ରାକ୍ ସଙ୍କେତ ମିଳୁଛି। ତେବେ ଏ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। କିନ୍ତୁ ସିଷ୍ଟମ ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ତେବେ ଆସନ୍ତାକାଲି ସୁଦ୍ଧା ଏ ନେଇ ସ୍ଥିତି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।
ଗୁଜରାଟରେ ଲ୍ୟାଣ୍ଡ୍ଫଲ୍ ପରେ କ୍ରମଶ ଦୁର୍ବଳ ହୋଇଛି ବାତ୍ୟା ‘ତାଉତେ’। ଏକ୍ସିଟ୍ରିମଲି ସିଭିୟର ସାଇକ୍ଲୋନରୁ ଦୁର୍ବଳ ହୋଇ ଭେରି ସିଭିୟର ସାଇକ୍ଲୋନରେ ପରିଣତ ହୋଇଛି ତାଉତେ। ଗତକାଲି ରାତି ୮ଟା ୩୦ରେ ତାଉତେ ଲ୍ୟାଣ୍ଡଫଲ୍ କଲାବେଳେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ଥିଲା। ଏପରିକି କିଛି କ୍ଷଣ ପାଇଁ ପବନର ବେଗ ୧୯୦ କିଲୋମିଟର ମଧ୍ୟ ଛୁଇଁଥିଲା ବୋଲି IMD କହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)