Advertisment

ବିବାଦରେ ଫଶିଲେ ବିଗ୍‌ ବି

ମୁମ୍ବାଇ: ବିବାଦରେ ଫସିବାକୁ ଯାଉଛି ଲୋକପ୍ରିୟ ଟେଲି ଶୋ’ କୌନ ବନେଗା କରୋନପତି। ଏହି ଶୋ’କୁ ନେଇ  ମୁଜାଫରପୁର ଅଦାଲତରେ ଏକ ଅଭିଯୋଗ କରାଯାଇଛି। ଧର୍ମୀୟ ଭାବାନକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ସିକନ୍ଦରପୁର ନିବାସୀ ଆଚାର୍ଯ୍ୟ ଚନ୍ଦ୍ରକିଶାର ପାରାଶର ସିଜିଏମ୍‌ କୋର୍ଟରେ ଅଭିଯୋଗ କରିଛନ୍ତି। ଏଥିରେ ଅଭିନେତା ଅମିତାଭ ବଚ୍ଚନ, ଏକ ଟିଭି କ୍ୱିଜ ସୋର ନିର୍ଦ୍ଦେଶକ ଅରୁଣେଶ କୁମାର, ରାହୁଲ ବର୍ମା, ଟିଭି ଚାନେଲ ଅଧ୍ୟକ୍ଷ ମନଜିତ ସିଂହ, ସିଇଓ ଏନପି ସିଂହଙ୍କ ସମେତ ୭ […]

ଅଦ୍ୟତନ ହୋଇଛି
ବିବାଦରେ ଫଶିଲେ ବିଗ୍‌ ବି

amitav

Advertisment

ମୁମ୍ବାଇ: ବିବାଦରେ ଫସିବାକୁ ଯାଉଛି ଲୋକପ୍ରିୟ ଟେଲି ଶୋ’ କୌନ ବନେଗା କରୋନପତି। ଏହି ଶୋ’କୁ ନେଇ  ମୁଜାଫରପୁର ଅଦାଲତରେ ଏକ ଅଭିଯୋଗ କରାଯାଇଛି। ଧର୍ମୀୟ ଭାବାନକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ସିକନ୍ଦରପୁର ନିବାସୀ ଆଚାର୍ଯ୍ୟ ଚନ୍ଦ୍ରକିଶାର ପାରାଶର ସିଜିଏମ୍‌ କୋର୍ଟରେ ଅଭିଯୋଗ କରିଛନ୍ତି। ଏଥିରେ ଅଭିନେତା ଅମିତାଭ ବଚ୍ଚନ, ଏକ ଟିଭି କ୍ୱିଜ ସୋର ନିର୍ଦ୍ଦେଶକ ଅରୁଣେଶ କୁମାର, ରାହୁଲ ବର୍ମା, ଟିଭି ଚାନେଲ ଅଧ୍ୟକ୍ଷ ମନଜିତ ସିଂହ, ସିଇଓ ଏନପି ସିଂହଙ୍କ ସମେତ ୭ ଜଣଙ୍କୁ ଏଥିରେ ସଂପୃକ୍ତ କରାଯାଇଛି। ଶୁଣାଣି ପାଇଁ ୩ ଡିସେମ୍ବରକୁ ତାରିଖ ସ୍ଥିର କରାଯାଇଛି।

Advertisment

ଚନ୍ଦ୍ରକିଶୋର ପାରାଶର ଅଭିଯୋଗ ଆଣିଛନ୍ତି, ୩୦ ଅକ୍ଟୋବର ଦିନ ନିଜ ଘରେ କୌନ ବନେଗା କରୋଡପତି ସିଜିଜ-୧୨ ଦେଖୁଥିଲି। କାର୍ଯ୍ୟକ୍ରମରେ ହୋଷ୍ଟ ଥିଲେ ଅମିତାଭ ବଚ୍ଚନ। ଉତ୍ତର ଦେବାକୁ ବସିଥିଲେ ବୈଜୱାରା ବିଲ୍‌ସନ। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ସ ଖୁବ୍ ଭାବିଚିନ୍ତି ଦେଉଥାନ୍ତି। ମଝିରେ ମଝିରେ ଅମିତାଭ ବଚ୍ଚନ ବିଲ୍‌ସନଙ୍କ ସହ ଥଟ୍ଟା ମଜା ବି କରୁଥାନ୍ତି। ଏପିସୋଡ ମଝିରେ ଅମିତାଭ ୬୪ ଲକ୍ଷର ପ୍ରଶ୍ନ ପଚାରିଥିଲେ। ଏହି ପ୍ରଶ୍ନ ହିନ୍ଦୁ ଭାବନାକୁ ଆଘାତ ଦେବା ପରି ଥିଲା ବୋଲି ସେ କହିଛନ୍ତି।

ପ୍ରଶ୍ନଟି ଥିଲା ୧୯୨୭ ଡିସେମ୍ବର ୨୫ ତାରିଖ ଭୀମରାଓ ଆମ୍ବଦକରଙ୍କ ସମର୍ଥକମାନେ କେଉଁ ଧର୍ମଗ୍ରନ୍ଥର ପୃଷ୍ଠା ଜଳାଇଥିଲେ ? ଏହାର ୪ଟି ଅପ୍ସନ ଦିଆଯାଇଥିଲା। ୧-ବିଷ୍ଣୁପୁରାଣ ୨-ଭଗବତ ଗୀତ ୩-ଋଗବେଦ ଏବଂ ମନୁସ୍ମୃତି। ତେବେ ପରାଶରଙ୍କ ଅଭିଯୋଗ ଯେ, ଜାଣିଶୁଣି ହିନ୍ଦୁ ଭାବନାକୁ ଆଘାତ ଦେବା ପାଇଁ ଏପରି ପ୍ରଶ୍ନ ପଚରାଯାଇଛି। ତେବେ ଏହି ଅଭିଯୋଗକୁ ମାମଲା ଭାବେ ଗ୍ରହଣ କରାଯିବ କି ନାହିଁ ତାହା ଡିସେମ୍ବର ୩ ତାରିଖ ଜଣାପଡ଼ିବ ।

Advertisment
Nagarjuna Vesha 2020
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ