amit-shah
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଆଜି ସକାଳ ୭ଟାରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିବା ଦିଲ୍ଲୀ ଏମ୍ସ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି। ଅମିତ ଶାହା ଅସୁସ୍ଥତା ଅନୁଭବ କରିବାରୁ ଗତ ଅଗଷ୍ଟ ୧୮ରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା।
ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆଙ୍କ ନେତୃତ୍ୱରେ ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କୁ ଓଲ୍ଡ ପ୍ରାଇଭେଟ୍ ୱାର୍ଡରେ ରଖାଯାଇଥିଲା। ସେ କ୍ଲାନ୍ତ ଓ ଶରୀରରେ ସାମାନ୍ୟ ସମସ୍ୟା ଅନୁଭୂତ କରୁଥିଲେ।
ତେବେ ଏହା ପୂର୍ବରୁ ୫୫ ବର୍ଷୀୟ ଅମିତ୍ ଶାହ ଅଗଷ୍ଟ ୨ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିବା ଟ୍ୱିଟର୍ ଜରିଆରେ ଦେଶବାସୀଙ୍କୁ ଜଣାଇଥିଲେ। ଏହା ପରେ ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କରୋନା ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/amit-shah-1_1625373738.jpg)