lewis-gluck
ନୂଆଦିଲ୍ଲୀ: ଔଷଧ, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପ୍ରାଇଜ୍ ଘୋଷଣା ପରେ ଆଜି ସାହିତ୍ୟ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ଆମେରିକୀୟ କବୟତ୍ରୀ ଲୁଇସ ଗ୍ଲକ୍ ଏଥର ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବେ। ସ୍ୱେଡିଶ ଆକାଡେମୀର ସ୍ଥାୟୀ ସଚିବ ମାଟ୍ସ ମାଲ୍ମ ଷ୍ଟକ୍ହୋମ୍ ଠାରେ ଏହି ପୁରସ୍କାର ଘୋଷଣା କରିଛନ୍ତି।
କିଛି ବର୍ଷ ପରେ ପୁଣିଥରେ ସାହିତ୍ୟ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ସ୍ୱେଡିଶ୍ ଆକାଡେମୀର ବିରୋଧରେ ଆସିଥିବା ଯୌନ କେଳଙ୍କାରୀ ଅଭିଯୋଗ ପରେ ୨୦୧୮ ଏହି ପୁରସ୍କାରକୁ ଘୁଞ୍ଚାଇ ଦିଆଯାଇଥିଲା।
ପୁରସ୍କାର ବିଜୟିନୀଙ୍କ ବିଷୟରେ..
ଆମେରିକୀୟ କବୟତ୍ରୀ ଲୁଇସ ଗ୍ଲକ ୧୯୪୩ ମସିହାରେ ନ୍ୟୁ ୟୋର୍କରେ ଜନ୍ମଗ୍ରହଣ କରିଥିଲେ। କେମ୍ବ୍ରିଜ୍ ଓ ମାସାଚୁସେଟ୍ରେ ସେ ରହୁଥିଲେ। ଲେଖାଲେଖିକୁ ଛାଡ଼ି ଦେଲେ ସେ ୟାଲେ ୟୁନିଭର୍ସିଟି ଓ ନ୍ୟୁ ହେଭେନ୍ ଓ କନେକ୍ଟିକଟ୍ ଶିକ୍ଷା ସଂସ୍ଥାନରେ ଇଂରାଜୀ ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି।
୧୯୬୮ ମସିହାରେ ତାଙ୍କର ପ୍ରଥମ ପୁସ୍ତକ ‘ଫାଷ୍ଟବର୍ଣ୍ଣ’ ପ୍ରକାଶିତ ହୋଇଥିଲା। ଏହାପରେ ସେ ଆମେରିକାର ଜଣେ ପ୍ରଖ୍ୟାତ କବୟିତ୍ରୀ ଭାବେ ନିଜର ପରିଚୟ ଗଢ଼ି ପାରିଥିଲେ। ଲୁଇସ୍ ତାଙ୍କର କୃତି ଅନେକ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି। ସେଥିମଧ୍ୟରୁ ୧୯୯୩ରେ ପୁଲିତ୍ଜର ପୁରସ୍କାର ଓ ୨୦୧୪ରେ ନ୍ୟାସ୍ନାଲ୍ ବୁକ୍ ଆୱାର୍ଡ ମିଳି ସାରିଛି। ଲୁଇସଙ୍କର ୧୨ ଟି କବିତା ସଂକଳନ ପ୍ରକାଶ ପାଇଥିବା ବେଳେ ସେ ଅନେକ ପ୍ରବନ୍ଧ ମଧ୍ୟ ଲେଖିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/lewis-gluck_1625252927.jpg)