Advertisment

ବିଶ୍ୱପ୍ରସିଦ୍ଧ ଅମରନାଥ ଯାତ୍ରା ବାତିଲ୍

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ଯୋଗୁ ବିଶ୍ୱପ୍ରସିଦ୍ଧ ଅମରନାଥ ଯାତ୍ରା-୨୦୨୦କୁ ବାତିଲ୍ କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଶ୍ରୀ ଅମରନାଥଜୀ ଧାର୍ମିକ ବୋର୍ଡର ୩୯ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ଅମରନାଥ ଯାତ୍ର ଜୁନ୍ ୨୩ ଏବଂ ଏହା ପରେ ଜୁଲାଇ ୨୧ରୁ ଆରମ୍ଭ ହେବା ନେଇ କୁହାଯାଇଥିଲା, କିନ୍ତୁ ଏବେ ଏହି ଯାତ୍ରାକୁ ବନ୍ଦ କରିବା ପାଇଁ ଆନୁଷ୍ଠାନିକ ଘୋଷଣା ହୋଇସାରିଛି। ଏହା ପୂର୍ବରୁ ଯାତ୍ରା ଉପରେ ରୋକ୍ ଲଗାଇବା ପାଇଁ […]

author-image
Ranjeet Kumar Jena
ବିଶ୍ୱପ୍ରସିଦ୍ଧ ଅମରନାଥ ଯାତ୍ରା ବାତିଲ୍

amaranath

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ଯୋଗୁ ବିଶ୍ୱପ୍ରସିଦ୍ଧ ଅମରନାଥ ଯାତ୍ରା-୨୦୨୦କୁ ବାତିଲ୍ କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଶ୍ରୀ ଅମରନାଥଜୀ ଧାର୍ମିକ ବୋର୍ଡର ୩୯ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Advertisment

ଏହା ପୂର୍ବରୁ ଅମରନାଥ ଯାତ୍ର ଜୁନ୍ ୨୩ ଏବଂ ଏହା ପରେ ଜୁଲାଇ ୨୧ରୁ ଆରମ୍ଭ ହେବା ନେଇ କୁହାଯାଇଥିଲା, କିନ୍ତୁ ଏବେ ଏହି ଯାତ୍ରାକୁ ବନ୍ଦ କରିବା ପାଇଁ ଆନୁଷ୍ଠାନିକ ଘୋଷଣା ହୋଇସାରିଛି। ଏହା ପୂର୍ବରୁ ଯାତ୍ରା ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମ୍ କୋର୍ଟରେ ଏକ ଯାଚିକା ଦାୟର କରାଯାଇଥିଲା।

ଶ୍ରୀ ଅମରନାଥଜୀ ଧାର୍ମିକ ବୋର୍ଡର ଅଧ୍ୟକ୍ଷ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ୩୯ତମ ବୈଠକର ଅଧ୍ୟକ୍ଷତା କରିଥିଲୋ। ବୋର୍ଡର ସଦସ୍ୟମାନେ ଯାତ୍ରାର ପରିଚାଳନା ଉପରେ ଚର୍ଚ୍ଚା କରିବା ପାଇଁ ଭିଡିଓ କନଫରେନ୍ସି ଜରିଆରେ ଭାଗ ନେଇଥିଲେ।

Advertisment

ବୋର୍ଡ ପକ୍ଷରୁ କୁହାଯାଇଛି, ଆମେ ଭକ୍ତଙ୍କ ଭାବନାକୁ ଭଲଭାବେ ଜାଣିଛୁ ଏବଂ ସେମାନଙ୍କୁ ସମ୍ମାନ ମଧ୍ୟ କରୁଛୁ। ବୋର୍ଡ ସକାଳେ ଓ ସନ୍ଧ୍ୟାର ଆଳତୀର ଲାଇ ଟେଲିକାଷ୍ଟ ଜାରି ରଖିବ। ଏହାବ୍ୟତୀତ ପାରମ୍ପରିକ ରୀତିନୀତି ମଧ୍ୟ ପୂର୍ବପରି ଜାରି ରହିବ।

Advertisment
Advertisment