Advertisment

ବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ଆଜି ସରିବ ପ୍ରଚାର

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ଆଜି ପ୍ରଚାର ଶେଷ     ପଶ୍ଚିମବଙ୍ଗରେ ଏପ୍ରିଲ ୧ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ    ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରଚାର ସରୁଛି     ପ୍ରଚାର ଶେଷ ଦିନରେ ନନ୍ଦିଗ୍ରାମରେ ହାଇ ଭୋଲଟେଜ୍ କ୍ୟାମ୍ପେନ     ସେପଟେ ବିଜେପି ପାଇଁ ପ୍ରଚାର କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ     ଗତକାଲି ଶୋଭାଯାତ୍ରା କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ   କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏପ୍ରିଲ ୧ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେଉଥିବାବେଳେ ଆଜି ଏହାର ପ୍ରଚାର […]

author-image
Prangyan Parimita
ବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ଆଜି ସରିବ ପ୍ରଚାର

amit shah

  • ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ଆଜି ପ୍ରଚାର ଶେଷ    
  • ପଶ୍ଚିମବଙ୍ଗରେ ଏପ୍ରିଲ ୧ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ   
  • ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରଚାର ସରୁଛି    
  • ପ୍ରଚାର ଶେଷ ଦିନରେ ନନ୍ଦିଗ୍ରାମରେ ହାଇ ଭୋଲଟେଜ୍ କ୍ୟାମ୍ପେନ    
  • ସେପଟେ ବିଜେପି ପାଇଁ ପ୍ରଚାର କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ    
  • ଗତକାଲି ଶୋଭାଯାତ୍ରା କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
Advertisment

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏପ୍ରିଲ ୧ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେଉଥିବାବେଳେ ଆଜି ଏହାର ପ୍ରଚାର ସରୁଛି । ଦ୍ୱିତୀୟ ଦିନରେ ୩୦ଟି ଆସନରେ ଭୋଟ୍ ଗ୍ରହଣ କରାଯିବ । ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ନନ୍ଦିଗ୍ରାମ ଆସି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଅମିତ ଶାହ ଆଜି ଏକ ରୋଡ୍ ସୋ କରିବା ପରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ ।

ଦ୍ୱିତୀୟ ପଯର୍ୟାୟରେ ଭୋଟ୍ ନିଆଯିବାକୁ ଥିବା ୩୦ ଆସନ ମଧ୍ୟରୁ ନନ୍ଦିଗ୍ରାମରେ ରାଜନୈତିକ ଉଷ୍ଣତା ଅଧିକ ରହିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କର ପୂର୍ବତନ ଖାସ୍ ସହଯୋଗୀ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଲଢ଼େଇ ହେଉଛି । ରବିବାର ଠାରୁ ନନ୍ଦିଗ୍ରାମରେ କ୍ୟାମ୍ପ କରି ରହିଥିବା ମମତା ଗତକାଲି ପଦଯାତ୍ରା କରିଥିଲେ । ଆଜି ମଧ୍ୟ କେତେକ ସ୍ଥାନରେ ମମତା ସଭା କରିବେ ଉଭୟ ମମତା ଓ ଶୁଭେନ୍ଦୁଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ସମସ୍ତଙ୍କ ଫୋକସରେ ନନ୍ଦିଗ୍ରାମ ରହିଛି ।

Advertisment

ଅମିତ ଶାହଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସି ନନ୍ଦିଗ୍ରାମରେ ପ୍ରଚାର କରିଛନ୍ତି । ସେହିପରି ଆଜି ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ଶୁଭେନ୍ଦୁଙ୍କ ପାଇଁ ପ୍ରଚାର କରିପାରନ୍ତି ବୋଲି ସୂଚନା ମିଳିଛି । ଶୁଭେନ୍ଦୁ ଏବେ ନନ୍ଦିଗ୍ରାମର ବିଧାୟକ ଥିବାବେଳେ ଗତ ବିଧାନସଭାରେ ୬୭.୨୦ ପ୍ରତିଶତ ଭୋଟ୍ ପାଇଥିଲେ ଏଥର ତାଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି ନିଜେ ମମତା ।

ସେପଟେ ପ୍ରଧାନମନ୍ତ୍ରୀ ମୋଦି ଆଜି ପୁଡୁଚେରୀରେ ପ୍ରଚାର କରିବେ । ଆସନ୍ତାମାସ ୬ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ମୋଦି ପ୍ରଚାର କରିବା ସହ ଏନଡ଼ିଏ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ । ଫେବ୍ରୁଆରି ୨୫ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ପରେ ଦ୍ୱିତୀୟ ଥର ପାଇଁ ମୋଦି ଆଜି ପୁଡୁଚେରୀ ଆସୁଛନ୍ତି । ତିଡ଼ାଲରେ ନିର୍ବାଚନୀ ସଭାରେ ଯୋଗଦେବେ ମୋଦି ମୋଟ୍ ୩୦ଟି ଆସନ ବିଶିଷ୍ଟ ପୁଡୁଚେରୀ ବିଧାନସଭାରେ ଏନଡିଏର ନେତୃତ୍ୱ ନେଉଥିବା ଏଆଇଏନଆରସି ୧୬ଟିରେ ଲଢୁଥିବାବେଳେ ବିଜେପି ୯ଟିରେ ଲଢୁଛି । ଅନ୍ୟତମ ସହଯୋଗୀ ଦଳ ଏଆଇଏଡିଏମକେ ମାତ୍ର ୫ଟିରେ ପ୍ରାର୍ଥୀ ଦେଇଛି । ବିଜେପି ସଂକଳ୍ପ ପତ୍ର ପ୍ରକାଶ ସହ ୨.୫ ଲକ୍ଷ ନିଯୁକ୍ତି ସୃଷ୍ଟି ଲାଗି ପ୍ରତିଶ୍ରୁତି ଦେଇଛି । ଏହାସହ ମତ୍ସ୍ୟଜୀବୀଙ୍କୁ ବାର୍ଷିକ ୬ ହଜାର ଟଙ୍କା, କଲେଜ ପଢୁଆ ଝିଅଙ୍କୁ ସ୍କୁଟି ଦେବାକୁ ଘୋଷଣା କରିଛି ।

West Bengal Election 2021
Advertisment
Advertisment