Advertisment

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ନୂଆଦିଲ୍ଲୀ: ଭାଙ୍ଗିଲା ପୁରୁଣା ସମ୍ପର୍କ। ବିଜେପି ସହ ସମ୍ପର୍କ ଛିନ୍ନ କଲା ସିରୋମଣି ଅକାଳି ଦଳ। କୃଷି ବିଲ୍‌ ୨୦୨୦କୁ ବିରୋଧ କରି ଦଳର ନେତ୍ରୀ ହରସିମ୍ରନ କୌର ମନ୍ତ୍ରୀ ପଦରୁ ଇସ୍ତଫା ଦେବା, ସାଂସଦମାନେ ସଂସଦ ପରିତ୍ୟାଗ କରିବା ପରେ ଏବେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ବାଏ ବାଏ କହିଛି ପୁରୁଣା ବନ୍ଧୁ ସିରୋମଣି ଅକାଳି ଦଳ। ଏହି ବଲିକୁ କୃଷକ ବିରୋଧୀ କହି ଏନ୍‌ଡିଏ ଛାଡ଼ିଲା ଦଳ। ଅକାଳୀ ଦଳ ବିଜେପିର ବହୁ ପୁରୁଣା […]

ଅଦ୍ୟତନ ହୋଇଛି
ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

nda

Advertisment

ନୂଆଦିଲ୍ଲୀ: ଭାଙ୍ଗିଲା ପୁରୁଣା ସମ୍ପର୍କ। ବିଜେପି ସହ ସମ୍ପର୍କ ଛିନ୍ନ କଲା ସିରୋମଣି ଅକାଳି ଦଳ। କୃଷି ବିଲ୍‌ ୨୦୨୦କୁ ବିରୋଧ କରି ଦଳର ନେତ୍ରୀ ହରସିମ୍ରନ କୌର ମନ୍ତ୍ରୀ ପଦରୁ ଇସ୍ତଫା ଦେବା, ସାଂସଦମାନେ ସଂସଦ ପରିତ୍ୟାଗ କରିବା ପରେ ଏବେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ବାଏ ବାଏ କହିଛି ପୁରୁଣା ବନ୍ଧୁ ସିରୋମଣି ଅକାଳି ଦଳ। ଏହି ବଲିକୁ କୃଷକ ବିରୋଧୀ କହି ଏନ୍‌ଡିଏ ଛାଡ଼ିଲା ଦଳ।

Advertisment

ଅକାଳୀ ଦଳ ବିଜେପିର ବହୁ ପୁରୁଣା ବନ୍ଧୁ। ଉଭୟ ଦଳ ମିଶି ରାଜ୍ୟରେ ଓ କେନ୍ଦ୍ରରେ ସରକାର ଚଳାଇଛନ୍ତି। କିନ୍ତୁ କୃଷି ବିଲ୍‌କୁ ବାରମ୍ବାର ବିରୋଧ କରି ଆସୁଛି ଅକାଳି ଦଳ। ଏନେଇ ସେପ୍ଟେମ୍ବର ୧୭ ତାରିଖରେ ଦଳର ସାଂସଦ ଓ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ  ନେତ୍ରୀ ହରସିମ୍ରନ କୌର ମୋଦି ସରକାରରୁ ଇସ୍ତଫା ଦେଇଥିଲେ। ଏବେ ଏନ୍‌ଡିଏ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଛି ଦଳ। ସିରୋମଣି ଅକାଳି ଦଳର ଅଧ୍ୟକ୍ଷ ସୁଖବୀର ସିଂହ ବାଦଲଙ୍କ ନେତୃତ୍ୱରେ ଏନେଇ ଆଜି ଏକ ବୈଠକ ବସିଥିଲା। ବୈଠକରେ ଏନ୍‌ଡିଏ ଛାଡ଼ିବା ନେଇ  ନିଷ୍ପତ୍ତି ହୋଇଛି।

ସିରୋମଣି ଅକାଳି ଦଳ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ଛାଡ଼ିବାକ ନିଷ୍ପତ୍ତି ନେଇଛି। କାରଣ ଏମ୍‌ଏସ୍‌ପି ଉପରେ ସରକାର କୃଷକଙ୍କୁ କୌଣସି ପ୍ରକାର ଆଇନଗତ ଗ୍ୟାରେଣ୍ଟି  ଦେଉନାହିଁଁ ବୋଲି ଦଳ କହିଛି। ପଞ୍ଜାବ ଓ ଶିଖମାନଙ୍କ ସମସ୍ୟାକୁ ନେଇ ମୋଦି ସରକାର ଅସମ୍ବେଦନଶୀଳ ବୋଲି ଅଭିଯୋଗ ଆଣିଛି ଦଳ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ