anil-devgan
ମୁମ୍ବାଇ: ୨୦୨୦ରେ ବର୍ଷରେ ବିଭିନ୍ନ କ୍ଷେତ୍ରରେ ଅନେକ ମହାନ ବ୍ୟକ୍ତିଙ୍କର ଦେହାନ୍ତ ହୋଇଛି। ବଲିଉଡ୍ ବି ହରାଇଛି ବଡ଼ ବଡ଼ ଫିଲ୍ମ ଷ୍ଟାର୍ ଓ ଟିଭି ଷ୍ଟାର୍। ଏବେ ପୁଣି ଜଣେ ବଲିଉଡ୍ ନିର୍ଦ୍ଦେଶକଙ୍କର ଦେହାନ୍ତ ହୋଇଛି। ସେ ହେଲେ ଅଭିନେତା ଅଜୟ ଦେବଗନଙ୍କ ଭାଇ ତଥା ଫିଲ୍ମ ନିର୍ଦ୍ଦେଶକ ଅନିଲ ଦେବଗନ। ହୃଦ୍ଘାତରେ ଅନିଲ୍ଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଭାଇ ଅଜୟ ଦେବଗନ ।/odishatv-khabar/media/post_attachments/2020/10/ajay-anil-759.jpg)
ସେ ଟ୍ୱିଟ୍ରେ ଲେଖିଛନ୍ତି “ ଗତ ରାତିରେ ମୋ ଭାଇ ଅନିଲ ଦେବଗନଙ୍କୁ ହରାଇଲି। ଅସମୟରେ ତାଙ୍କ ବିୟୋଗରେ ଆମ ପରିବାର ଭାଙ୍ଗିପଡ଼ିଛି। ସେ ସବୁବେଳେ ମୋର ମନେପଡ଼ିବେ। ମହାମାରୀ କାରଣରୁ କୌଣସି ଶୋକସଭାର ଆୟୋଜନ କରିପାରୁ ନାହୁଁ।” ମାତ୍ର ୫୨ ବର୍ଷ ବୟସରେ ଦେବଗନ ପରିବାରକୁ ଏକା କରି ଚାଲିଯାଇଛନ୍ତି ଅନିଲ ଦେବଗନ।
ସୂଚନା ଥାଉକି, ଅନିଲ ଦେବନଗନ ଅଜୟଙ୍କର କକା ପୁଅ ଭାଇ ଥିଲେ। ସେ କିଛି ବଲିଉଡ୍ର ଫିଲ୍ମରେ ନିର୍ଦ୍ଦେଶନା ଦେବା ସହିତ ସହନିର୍ଦ୍ଦେଶକ ଭାବେ କାମ କରିଛନ୍ତି। ରାଜୁ ଚାଚା, ବ୍ଲାକ୍ ମେଲ୍ ଓ ହାଲ୍-ଏ- ଦୀଲ୍ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ସନ ଅଫ୍ ସରଦାର ଫିଲ୍ମରେ କ୍ରିଏଟିଭ୍ ଡାଇରେକ୍ଟର ଭାବେ କାମ କରିଥିଲେ। ତା’ ସହିତ ଜୀତ, ଜାନ, ଇତିହାସ, ପ୍ୟାର ତୋ ହୋନା ହି ଥା ଓ ହିନ୍ଦୁସ୍ତାନ କି କସମ ଭଳି ଫିଲ୍ମରେ ସହନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/anil-devgan_1625261178.jpg)