Advertisment

କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବ ଭାରତୀୟ ସେନା, ୩ରେ ଦେଶବ୍ୟାପୀ ବିରାଟ ଆୟୋଜନ

ନୂଆଦିଲ୍ଲୀ: ଦେଶର  କରୋନା ଯୋଦ୍ଧାଙ୍କୁ ନୈତିକ ସମର୍ଥନ ଲାଗି ସମ୍ମାନ ପ୍ରଦର୍ଶନ କରିବାକୁ ତିନି ସେନା ବାହିନୀ ପକ୍ଷରୁ କରାଯିବ ଭବ୍ୟ ଆୟୋଜନ। ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଆଜି ଏହି ସୂଚନା ଦେଇଛନ୍ତି। ଆସନ୍ତା ୩ ତାରିଖରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ବିଭିନ୍ନ ପ୍ରକାରର ପ୍ରଦର୍ଶନ କରାଯିବ। ଉତ୍ତରରେ ଶ୍ରୀନଗରରୁ ଦକ୍ଷିଣର ତିରୁଅନନ୍ତପୁରମ, ପୂର୍ବରେ ଦିବ୍ରୁଗଡରୁ ପଶ୍ଚିମରେ ଗୁଜରାଟର କଚ୍ଚ ଯାଏଁ ଭାରତୀୟ ବାୟୁ ସେନା ପକ୍ଷରୁ ଆକାଶ ମାର୍ଗରେ ଏକ […]

କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବ ଭାରତୀୟ ସେନା, ୩ରେ ଦେଶବ୍ୟାପୀ ବିରାଟ ଆୟୋଜନ

bipin-rawat

Advertisment

ନୂଆଦିଲ୍ଲୀ: ଦେଶର  କରୋନା ଯୋଦ୍ଧାଙ୍କୁ ନୈତିକ ସମର୍ଥନ ଲାଗି ସମ୍ମାନ ପ୍ରଦର୍ଶନ କରିବାକୁ ତିନି ସେନା ବାହିନୀ ପକ୍ଷରୁ କରାଯିବ ଭବ୍ୟ ଆୟୋଜନ। ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଆଜି ଏହି ସୂଚନା ଦେଇଛନ୍ତି। ଆସନ୍ତା ୩ ତାରିଖରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ବିଭିନ୍ନ ପ୍ରକାରର ପ୍ରଦର୍ଶନ କରାଯିବ।

Advertisment

ଉତ୍ତରରେ ଶ୍ରୀନଗରରୁ ଦକ୍ଷିଣର ତିରୁଅନନ୍ତପୁରମ, ପୂର୍ବରେ ଦିବ୍ରୁଗଡରୁ ପଶ୍ଚିମରେ ଗୁଜରାଟର କଚ୍ଚ ଯାଏଁ ଭାରତୀୟ ବାୟୁ ସେନା ପକ୍ଷରୁ ଆକାଶ ମାର୍ଗରେ ଏକ ଫ୍ଲାଏ ପାଷ୍ଟ କରାଯିବ। ଏଥିରେ ଫାଇଟର ପ୍ଲେନ ସହିତ ଅନ୍ୟ ବିମାନ ସାମିଲ ହେବେ। ସେହିପରି ଦେଶର ବିଭିନ୍ନ କୋଭିଡ ୧୯ ଚିକିତ୍ସା କରୁଥିବା ବିଭିନ୍ନ ହସ୍ପିଟାଲରେ ହେଲିକପ୍ଟରରୁ ପୁଷ୍ପ ବୃଷ୍ଟି କରାଯିବ।

ସେହିପରି କରୋନା ଯୋଦ୍ଧାଙ୍କ  ପ୍ରତି ସମ୍ମାନ ଜଣାଇ ନୌସେନା ପକ୍ଷରୁ ମଧ୍ୟ ସମୂଦ୍ର ଉପକୂଳରେ ବିଭିନ୍ନ ଫର୍ମେସନ କରାଯିବ। ଏଥି ସହିତ ନୌସେନାର ଯାହାଜମାନଙ୍କରେ ଆଲୋକ ସଜ୍ଜା କରି ପ୍ରଦର୍ଶନ କରାଯିବ।

Advertisment

ସେହିପରି ସ୍ଥଳ ସେନା ପକ୍ଷରୁ ମଧ୍ୟ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ବ୍ୟାଣ୍ଡ ପରିବେଷଣ କରାଯିବ। କରୋନା ମୁକାବିଲା ସମୟରେ ପୋଲିସ ପ୍ରତି ସମ୍ମାନ ଜଣାଇ ବିଭିନ୍ନ ପୋଲିସ ସ୍ମାରକୀରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ