/odishatv-khabar/media/post_attachments/uploadimage/library/16_9/16_9_0/AIIMS_1626346592.jpg)
AIIMS
ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଘଟିଲା ଅଘଟଣ। ଅନୁରାଗ କୁମାର ନାମକ ଜଣେ ୨୫ ବର୍ଷୀୟ ଜୁନିୟର ଡାକ୍ତର ହସ୍ପିଟାଲର ୧୦ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବର୍ତ୍ତମାନ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି।
https://twitter.com/ANI/status/1281576522294235138?s=20
ବର୍ତ୍ତମାନ ଜୁନିୟର ଡାକ୍ତରଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଏହି ଘଟଣା ଅପରାହ୍ଣ ୫ଟା ବେଳେ ଘଟିଥିବା ପୁଲିସ୍ ପକ୍ଷରୁ କୁହାଯାଇଛି। ତେବେ ଏହି ଯୁବ ଡାକ୍ତର ଜଣକ କାହିଁକି ଏଭଳି ପଦକ୍ଷେପ ଉଠାଇଲେ, ତାହା ଜଣାପଡ଼ିନାହିଁ। କିନ୍ତୁ ସୂତ୍ର ଅନୁଯାୟୀ, ଅନୁରାଗ ଡିପ୍ରେସନରେ ଥିଲେ, ଯେଉଁକାରଣରୁ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ଏହା ପୂର୍ବରୁ ଗତ ୬ ତାରିଖରେ ଦିଲ୍ଲୀସ୍ଥିତ ଏମ୍ସ ଟ୍ରମା ସେଣ୍ଟରରେ ଜଣେ କରୋନା ସଂକ୍ରମିତ ସାମ୍ବାଦିକ ଚାରି ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିଥିବା ସାମ୍ବାଦିକ କରୋନାରେ ସଂକ୍ରମିତ ଥିଲେ। ଏମ୍ସର କୋଭିଡ୍ ବିଭାଗରେ ତାଙ୍କର ଚିକିତ୍ସା ଚାଲିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)