/odishatv-khabar/media/post_attachments/uploadimage/library/16_9/16_9_0/Bed_1626255416.jpg)
Bed
ଗାନ୍ଧୀନଗର : ଭୟଙ୍କର ହେବାରେ ଲାଗିଛି କରୋନା। ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ। ଆଉ ଏହାରି ମଧ୍ୟରେ ଗୁଜୁରାଟ୍ରେ ସ୍ଥିତି ଅଣାୟତ୍ତ ରହିଛି। ସୂଚନା ଅନୁସାରେ, କରୋନା ସଂକ୍ରମିତଙ୍କ ସଂଖ୍ୟା ଏତେ ମାତ୍ରାରେ ବଢିଯାଇଛି , ମେଡିକାଲରେ ଲୋକଙ୍କୁ ମାନଙ୍କୁ ଭର୍ତ୍ତି ବି କରାଯାଇପାରୁନାହିଁ। ଏମିତିକି ମେଡିକାଲରେ ବେଡ୍ ଅଭାବରୁ ଘଂଟା ଘଂଟା ଆମ୍ବୁଲାନ୍ସରେ ହିଁ ରୋଗୀମାନେ ରହୁଥିବା ଦେଖିବାକୁ ମିଳିଛି।
ସ୍ଥାନୀୟ ମେଡିକାଲର ଜଣେ କର୍ମଚାରୀ କହିଛନ୍ତି ଯେ, ପୂର୍ବରୁ ପ୍ରତିଦିନ ପାଖାପାଖି ୨୯୦୦ ରୁ ୩ ହଜାର ରୋଗୀ ଚିକିତ୍ସା ଲାଗି ଆସୁଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ନିତିଦିନ ୬ ରୁ ୭ ହଜାର ରୋଗୀ ଏମରଜେନ୍ସି ଚିକିତ୍ସା ଲାଗି ଆସୁଛନ୍ତି। ରୋଗୀଙ୍କ ଅନୁସାରେ ଡାକ୍ତରଖାନାରେ ସ୍ୱାସ୍ଥ୍ୟକର୍ମୀ ନାହାନ୍ତି ଯାହା ଫଳରେ ସେମାନେ ସଠିକ୍ ସମୟରେ ଚିକିତ୍ସା ସେବା ପାଉନାହାନ୍ତି। ଗୁଜୁରାଟ୍ରେ ୮୦୦ ରୁ ଅଧିକ ୧୦୮ ଆମ୍ବୁଲାନ୍ସ ଚାଲୁଛି।
ପୂର୍ବରୁ ଲୋକମାନେ ଫୋନ୍ କରିବାର ମାତ୍ର ୧୫ ମିନିଟ୍ ମଧ୍ୟରେ ସେମାନଙ୍କ ପାଖରେ ଆମ୍ବୁଲାନ୍ସ ପହଂଚିଯାଉଥିଲା। କିନ୍ତୁ ଏବେ ଆମ୍ବୁଲାନ୍ସକୁ ଫୋନ୍ କରିବା ପରେ ମଧ୍ୟ ସଠିକ୍ ସମୟରେ ଆମ୍ବୁଲାନ୍ସ ପହଂଚିପାରୁନାହାନ୍ତି। ସ୍ଥିତି ଏମିତି ହେଲାଣି ଯେ, ଆମ୍ବୁଲାନ୍ସ ଲାଗି ଲୋକମାନେ ୩ ରୁ ୪ ଘଂଟା ଧରି ଅପେକ୍ଷା କରୁଛନ୍ତି। କାରଣ ଅଧିକାଂଶ ଆମ୍ବୁଲାନ୍ସରେ କରୋନା ରୋଗୀ ହିଁ ଚିକିତ୍ସା ପାଇଁ ଅପେକ୍ଷା କରି ରହୁଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା କରୋନା ରୋଗୀଙ୍କୁ କେଉଁ ମେଡିକାଲରେ ଭର୍ତ୍ତି କରାଯିବ ତାହାର ଦାୟିତ୍ୱ ୧୦୮ ଆମ୍ବୁଲାନ୍ସର ନୁହେଁ। ତେଣୁ କେଉଁ ରୋଗୀକୁ କେଉଁ ମେଡିକାଲ ନିଆଯିବ ତାହାକୁ ନେଇ ସଂପୃକ୍ତ ଆମ୍ବୁଲାନ୍ସ କର୍ମଚାରୀମାନେ ଦ୍ୱନ୍ଦ୍ୱରେ ରହୁଛନ୍ତି। ପ୍ରଥମେ ପୌରପାଳିକା କର୍ତ୍ତୃପକ୍ଷଙ୍କୁ ରୋଗୀ ସମ୍ପର୍କରେ ସୂଚନା ଦେବାକୁ ପଡ଼ୁଛି। ତାହା ପରେ ସେମାନଙ୍କ ନିର୍ଦ୍ଦେଶ ଅନୁସାରେ ରୋଗୀଙ୍କୁ ନିଆଯାଉଛି।
ତେଣୁ ଏତିକି କାମ କରିବା ଦ୍ୱାରା ଅନେକ ସମୟ ନଷ୍ଟ ହେଉଛି। ଯଦି ସେମାନଙ୍କୁ ପୂର୍ବରୁ ସୂଚନା ଦିଆଯାଆନ୍ତା ତେବେ ହୁଏତ ରୋଗୀମାନେ ସଠିକ୍ ସମୟରେ ମେଡିକାଲରେ ପହଂଚିପାରିବା ସହ ଉପଯୁକ୍ତ ଚିକିତ୍ସା ପାଆନ୍ତେ ବୋଲି ସଂପୃକ୍ତ ଅଧିକାରୀ ଜଣକ କହିଛନ୍ତି। ସୂଚନା ଅନୁସାରେ, ଗୁଜୁରାଟ୍ ସମେତ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କରୋନା ଭୟଙ୍କର ଭାବରେ ବଢିବାରେ ଲାଗିଛି। ସ୍ଥିତି ଏମିତି ହେଲାଣି ଯେ, ଶ୍ମଶାନ ଘାଟରେ ଶବ ପୋଡ଼ିବାକୁ ମଧ୍ୟ ଜାଗା ମିଳୁନାହିଁ। ଦେଶରେ ମଧ୍ୟ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଚିନ୍ତାରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)