Advertisment

ଟ୍ରମ୍ପଙ୍କ ବିଜୟ କାମନା କରି ହୋମଯଜ୍ଞ କଲା ହିନ୍ଦୁ ସେନା

ନୂଆଦିଲ୍ଲୀ: ଆଉ ମାତ୍ର କିଛି ସମୟ ପରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ବିଶ୍ୱର ସବୁଠାରୁ ଶକ୍ତିଶାଳି ରାଷ୍ଟ୍ରର ଲଗାମ କା ହାତରେ ରହିବ ତାକୁ ସାରା ବିଶ୍ୱ ଅପେକ୍ଷା କରିଥିବା ବେଳେ ଟ୍ରମ୍ପ ନିର୍ବାଚନ ଜିତିବା କାମନା କରି ଦିଲ୍ଲୀରେ ହୋମ ଯଜ୍ଞ ଆରମ୍ଭ କରିଦେଇଛନ୍ତି ତାଙ୍କ ପ୍ରଶଂସକ। ମଙ୍ଗଳବାର ଦିଲ୍ଲୀର ଏକ ମନ୍ଦିରରେ ହିନ୍ଦୁ ସେନା ପକ୍ଷରୁ ଡୋନାଲ୍ଡ ଟ୍ରମ୍ପଙ୍କ ଶୁଭ ମନାସୀ ହୋମଯଜ୍ଞ କରାଯାଇଛି। ପୂର୍ବ ଦିଲ୍ଲୀର ଏକ ମନ୍ଦିରରେ […]

ଟ୍ରମ୍ପଙ୍କ ବିଜୟ କାମନା କରି ହୋମଯଜ୍ଞ କଲା ହିନ୍ଦୁ ସେନା

trump

Advertisment

ନୂଆଦିଲ୍ଲୀ: ଆଉ ମାତ୍ର କିଛି ସମୟ ପରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ବିଶ୍ୱର ସବୁଠାରୁ ଶକ୍ତିଶାଳି ରାଷ୍ଟ୍ରର ଲଗାମ କା ହାତରେ ରହିବ ତାକୁ ସାରା ବିଶ୍ୱ ଅପେକ୍ଷା କରିଥିବା ବେଳେ ଟ୍ରମ୍ପ ନିର୍ବାଚନ ଜିତିବା କାମନା କରି ଦିଲ୍ଲୀରେ ହୋମ ଯଜ୍ଞ ଆରମ୍ଭ କରିଦେଇଛନ୍ତି ତାଙ୍କ ପ୍ରଶଂସକ। ମଙ୍ଗଳବାର ଦିଲ୍ଲୀର ଏକ ମନ୍ଦିରରେ ହିନ୍ଦୁ ସେନା ପକ୍ଷରୁ ଡୋନାଲ୍ଡ ଟ୍ରମ୍ପଙ୍କ ଶୁଭ ମନାସୀ ହୋମଯଜ୍ଞ କରାଯାଇଛି।

Advertisment

ପୂର୍ବ ଦିଲ୍ଲୀର ଏକ ମନ୍ଦିରରେ ଟ୍ରମ୍ପଙ୍କ ବିଜୟ କମନା କରି ପ୍ରାୟ ୩୦ ମିନିଟ୍‌ ପର୍ଯ୍ୟନ୍ତ ହୋମଯଜ୍ଞ କରିଛି ହିନ୍ଦୁସେନା। ଟ୍ରମ୍ପ ଇସ୍ଲାମିକ କଟ୍ଟରପନ୍ଥୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି। ବର୍ତ୍ତମାନ ସାରା ବିଶ୍ୱ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କୁ ସମର୍ଥନ କରିବାର ସମୟ ବୋଲି ପୂଜକ କହିଛନ୍ତି।  ସେହିପରି ଟ୍ରମ୍ପ ନିର୍ବାଚନ ଜିତିଲେ ଏହା ଭାରତ ପାଇଁ ଉତ୍ତମ ସୂଚନା ହେବ ବୋଲି ହିନ୍ଦୁସେନାର ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା କହିଛନ୍ତି।

ସୂଚନା ଥାଉକି, ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କର ପାକିସ୍ତାନ ଓ ଚାଇନା ପ୍ରତି ଚରମ ଆଭିମୁଖ୍ୟ ରହିଆସିଛି। ଏହା ଭାରତ ପାଇଁ ଶୁଭପ୍ରଦ ବୋଲି ଭାରତୀୟମାନେ ବିଶ୍ୱାସ କରୁଛନ୍ତି। ତେଣୁ ଟ୍ରମ୍ପ ନିର୍ବାଚନ ଜିତିଲେ ଏହି ଦୁଇ ରାଷ୍ଟ୍ରପତି ଚରମ ଆଭିମୁଖ୍ୟ ଆପଣାଇବା ସହିତ ଭାରତ ପ୍ରତି ନରମ ମନୋଭାବ ପ୍ରତିପୋଷଣ କରିବା ବୋଲି ଆଶା କରାଯାଉଛି।

Advertisment

କାରଣ ଗତ କିଛି ବର୍ଷ ଧରି ଟ୍ରମ୍ପ ସରକାର ଭାରତକୁ ଅନେକ କ୍ଷତ୍ରରେ ସମର୍ଥନ ଦେଇ ଆସିଛନ୍ତି। ନ୍ୟୁକ୍ଲିୟର ସପ୍ଲାଏ ଗ୍ରୁପ୍‌ରେ ସଦସ୍ୟତା ପାଇଁ ଲବି କରିବା, କାଶ୍ମୀର ପ୍ରସଙ୍ଗରେ ଭାରତକୁ ବିରୋଧ ନ କରି ନୀରବ ରହିବା ତଥା ଲଦାଖ ଓ ସାଉଥ ଚାଇନା ସି' ପ୍ରସଙ୍ଗରେ ଭାରତକୁ ଆମେରିକାର ଖୋଲାଖୋଲି ସମର୍ଥନ କରି ଆସିଛି। ତେବେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌ ସପ୍ଲାଏକୁ ନେଇ ଟ୍ରମ୍ପ ଦେଇଥିବା ମତକୁ ଦେଖିଲେ ଆମେରିକା କେତେବେଳେ ଯେ ଓଲଟି ପଡ଼ିବ ସେ ନେଇ କିଛି କହି ହେବ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ