Advertisment

TMC ଅଭିଯୋଗ ପରେ କୋଭିଡ ଭାକ୍ସିନ ସାର୍ଟିଫିକେଟରୁ ହଟିବ ମୋଦିଙ୍କ ଫଟୋ

ନୂଆଦିଲ୍ଲୀ:କେତେକ ରାଜ୍ୟର କୋଭିଡ ଭାକ୍ସିନ ସାର୍ଟିଫିକେଟ ଉପରେ ଲାଗିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ହଟାଇବାକୁ ନିର୍ବାଚନ କମିଶନ ଆଦେଶ ଦେଇଛନ୍ତି। ବିଶେଷକରି ଯେଉଁ ରାଜ୍ୟ ମାନଙ୍କରେ ଆଗାମୀ କିଛି ସପ୍ତାହ ମଧ୍ୟରେ ନିର୍ବାଚନ ହେଉଛି ସେହି ରାଜ୍ୟକୁ ଏପରି  ନିର୍ଦ୍ଦେଶ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ପାଇଁ ଯେଉଁ ରାଜ୍ୟରେ ନିବାଚନ ଆଚରଣ ବିଧି ଲାଗୁ ହୋଇଛି ସେହି ସବୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଫଟୋକୁ କୋଭିଡ ଭାକ୍ସିନ ସାର୍ଟିଫିକେଟରୁ ହଟାଇବାକୁ ପଡ଼ିବ। ଏ ନେଇ ତୃଣମୂଳ […]

TMC ଅଭିଯୋଗ ପରେ କୋଭିଡ ଭାକ୍ସିନ ସାର୍ଟିଫିକେଟରୁ ହଟିବ ମୋଦିଙ୍କ ଫଟୋ

narendra modi- Mamata Banerjee

Advertisment

ନୂଆଦିଲ୍ଲୀ:କେତେକ ରାଜ୍ୟର କୋଭିଡ ଭାକ୍ସିନ ସାର୍ଟିଫିକେଟ ଉପରେ ଲାଗିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ହଟାଇବାକୁ ନିର୍ବାଚନ କମିଶନ ଆଦେଶ ଦେଇଛନ୍ତି। ବିଶେଷକରି ଯେଉଁ ରାଜ୍ୟ ମାନଙ୍କରେ ଆଗାମୀ କିଛି ସପ୍ତାହ ମଧ୍ୟରେ ନିର୍ବାଚନ ହେଉଛି ସେହି ରାଜ୍ୟକୁ ଏପରି  ନିର୍ଦ୍ଦେଶ ଦିଆଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ପାଇଁ ଯେଉଁ ରାଜ୍ୟରେ ନିବାଚନ ଆଚରଣ ବିଧି ଲାଗୁ ହୋଇଛି ସେହି ସବୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଫଟୋକୁ କୋଭିଡ ଭାକ୍ସିନ ସାର୍ଟିଫିକେଟରୁ ହଟାଇବାକୁ ପଡ଼ିବ। ଏ ନେଇ ତୃଣମୂଳ କଂଗ୍ରେସ ନିର୍ବାଚନ କମିଶନ ପାଖରେ ଅଭିଯୋଗ କରିଥିଲା। ନିର୍ବାଚନ କମିଶନ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ନିର୍ବାଚନ ଆଚରଣ ବିଧି ପାଳନ ପାଇଁ ଆଦେଶ ଦେଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ପଠାଯାଇଥିବା ଚିଠିରେ ନିର୍ବାଚନ ଆୟୋଗ ଆଚରଣ ବିଧିର କିଛି ନିୟମ ଉଲ୍ଲେଖ କରିଛନ୍ତି ଯେଉଁଥିରେ ସରକାରୀ ଖର୍ଚ୍ଚ ଉପରେ ବିଜ୍ଞାପନ ନିଷେଧ କରାଯାଇଛି। ତେବେ ନିର୍ବାଚନ ଆୟୋଗ ଏଥିରେ କୌଣସି ବ୍ୟକ୍ତି କିମ୍ବା ବ୍ୟକ୍ତିତ୍ୱର ଉଦାହରଣ ନ ଦେଇ ଆଚରଣ ବିଧି ବ୍ୟବସ୍ଥା ପାଳନ କରିବାକୁ କହିଛନ୍ତି।

Advertisment

ଆଗକୁ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ନିର୍ବାଚନ ଅଛି।  ଏହି ରାଜ୍ୟରେ କୋଭିଡ -19 ଟୀକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ମୁଦ୍ରିତ ନହେବା ପାଇଁ ବୋଧହୁଏ ବର୍ତ୍ତମାନ ଫିଲ୍ଟର ବ୍ୟବହାର କରିବାକୁ ପଡିବ। ତେବେ ସିଷ୍ଟମରେ ଏହି ଫିଲ୍ଟରକୁ ଅପଲୋଡ୍ କରିବା ପାଇଁ ସମୟ ଲାଗିବ।

ଏଠି କହିରଖିବୁ, ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମ୍‌ସି ନିର୍ବାଚନ ଆୟୋଗରେ ଦେଇଥିବା ଅଭିଯୋଗରେ ଦର୍ଶାଇଛି, ପଶ୍ଚିମ ବଙ୍ଗ ଏବଂ ଅନ୍ୟ ରାଜ୍ୟ ଯେଉଁଠି ନିର୍ବାଚନ ହେଉଛି, ସେଠାରେ କୋ-ୱିନ୍ ପ୍ଲାଟଫର୍ମ ମାଧ୍ୟମରେ ପ୍ରାପ୍ତ କୋଭିଡ -19 ଟୀକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିବାଚର୍ନ ଆଚରଣ ବିଧିର ଉଲ୍ଲଘଂନ କରୁଛି। ଏପରି କରି ପ୍ରଧାନମନ୍ତ୍ରୀ ଅଧିକାରର ଦୁରୁପଯୋଗ କରୁଥିବା ଟିଏମସି ଅଭିଯୋଗ କରିଛି। ସୂଚନାଥାଉ କି, ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଗଲାଣି।

Advertisment

ସୂଚନାଥାଉ କି,  ପଶ୍ଚିମବଙ୍ଗରେ ମମତା-ମୋଦି ସରକାର ମୁହାଁମୁହିଁ ହୋଇଛନ୍ତି। ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି ରାଜନୀତି ପାଣିପାଗ ସେତିକି ସରଗରମ ହୋଇଉଠୁଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଶୃଙ୍ଖଳିତ ନିର୍ବାଚନ ପାଇଁ  ବିଜେପି ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ନେତାଙ୍କ ଫୋର୍ସ ରାଜ୍ୟରେ ମୁତୟନ କରିଛନ୍ତି। ଏହାକୁ ମମତା ସମାଲୋଚନା କରିବା ସହ କଡ଼ା ମୁକାବିଲା କରିବାକୁ ମମତାଙ୍କ ଟିଏମସି ପ୍ରସ୍ତୁତ ବୋଲି କହିଛନ୍ତି।

ବଙ୍ଗ ଦଖଲ ପାଇଁ ବିଜେପି ଜୋରଦାର ପ୍ରୟାସ କରୁଛି। ଅନ୍ୟପକ୍ଷେ କ୍ଷମତା ହାତରୁ ନ ଛାଡ଼ିବା ପାଇଁ ଦିଦି ବି ଲଢେଇ ଜୋରଦାର କରିଛନ୍ତି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ,ମମତା ବଙ୍ଗାଳୀ ଭାଷାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। “ଖେଲ ତୋ ହୋବେ, ଦେଖା ଜରୁର ହୋବେ” ବୋଲି କହି ସିଧାସଳଖ ମୋଦିଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ବେଙ୍ଗଲ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରାୟ ୩୦ଟି ରାଲି କରିବେ ବୋଲି କହିଥିବାବେଳେ ଏହାକୁ ସମାଲୋଚନା କରି ମମତା ମୋ ସହ ୧୨୦ଟି ରାଲି କରିବାକୁ କୁହନ୍ତୁ ବୋଲି କହିଛନ୍ତି।

West Bengal Election 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ