Advertisment

ସର୍ବସାଧାରଣରେ ଟ୍ରାଇ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ତଥ୍ୟ

ନୂଆଦିଲ୍ଲୀ : ବୁମେରାଂ ହେଲା ଅାଧାର ଚାଲେଞ୍ଜ। ଟ୍ରାଇର ଅଧ୍ୟକ୍ଷ ଆର୍‌ଏସ୍‌ ଶର୍ମାଙ୍କୁ ମହଙ୍ଗା ପଡ଼ିଛି ତାଙ୍କର ଚ୍ୟାଲେଞ୍ଜ। ନିଜ ଅାଧାର ନମ୍ବର ସର୍ବସାଧାରଣରେ ସେ ପ୍ରକାଶ କରି ଚ୍ୟାଲେଞ୍ଜ ଦେଇଥିଲେ, କିଏ ଯଦି ଅାଧାର ତଥ୍ୟ ହ୍ୟାକ୍ କରି ପାରୁଛି କରୁ ଦେଖାଯିବ, ତାଙ୍କର କଣ କ୍ଷତି ହେଉଛି। ଏହାର କିଛି ଘଣ୍ଟା ପରେ ହିଁ ତାଙ୍କର ଅନେକ ବ୍ୟକ୍ତିଗତ ତଥ୍ୟ ପଦାକୁ ଅାସିଛି। ଫ୍ରାନ୍ସର ଜଣେ ସାଇବର୍ ସିକ୍ୟୁରିଟି ଏକ୍ସପର୍ଟ ଆର୍‌ଏସ୍‌ ଶର୍ମାଙ୍କ ଏହି […]

author-image
Otv Khabar Bureau
ସର୍ବସାଧାରଣରେ ଟ୍ରାଇ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ତଥ୍ୟ

rs sharma

ନୂଆଦିଲ୍ଲୀ : ବୁମେରାଂ ହେଲା ଅାଧାର ଚାଲେଞ୍ଜ। ଟ୍ରାଇର ଅଧ୍ୟକ୍ଷ ଆର୍‌ଏସ୍‌ ଶର୍ମାଙ୍କୁ ମହଙ୍ଗା ପଡ଼ିଛି ତାଙ୍କର ଚ୍ୟାଲେଞ୍ଜ। ନିଜ ଅାଧାର ନମ୍ବର ସର୍ବସାଧାରଣରେ ସେ ପ୍ରକାଶ କରି ଚ୍ୟାଲେଞ୍ଜ ଦେଇଥିଲେ, କିଏ ଯଦି ଅାଧାର ତଥ୍ୟ ହ୍ୟାକ୍ କରି ପାରୁଛି କରୁ ଦେଖାଯିବ, ତାଙ୍କର କଣ କ୍ଷତି ହେଉଛି। ଏହାର କିଛି ଘଣ୍ଟା ପରେ ହିଁ ତାଙ୍କର ଅନେକ ବ୍ୟକ୍ତିଗତ ତଥ୍ୟ ପଦାକୁ ଅାସିଛି।

Advertisment

ଫ୍ରାନ୍ସର ଜଣେ ସାଇବର୍ ସିକ୍ୟୁରିଟି ଏକ୍ସପର୍ଟ ଆର୍‌ଏସ୍‌ ଶର୍ମାଙ୍କ ଏହି ସବୁ ତଥ୍ୟ ସର୍ବସାଧାରଣରେ ରଖିଛନ୍ତି। ଅାର୍ ଏସ୍ ଶର୍ମାଙ୍କ ପାନ୍ ନମ୍ବର, ଫଟୋ, ମୋବାଇଲ ନମ୍ବର, ଜନ୍ମ ତାରିଖ, ଠିକଣା ଏପରିକି ଚାଟିଂ ମଧ୍ୟ ସର୍ବସମ୍ମୁଖକୁ ଅାସିଛି। ଏହା ପରେ ଆର୍‌ଏସ୍‌ ଶର୍ମା ପ୍ରତିକ୍ରିୟା ଦେଇ କହିଛନ୍ତି, ଅାଉ କିଛି ସମୟ ଚ୍ୟାଲେଞ୍ଜ ଜାରି ରହୁ।

ତେବେ ପ୍ରକୃତରେ ପ୍ରକାଶ ପାଇଥିବା ତଥ୍ୟଗୁଡ଼ିକ ଠିକ୍ କି ନୁହେଁ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

Advertisment
Advertisment
Advertisment