Advertisment

ଟିକ୍‌ଟକ୍‌ କୁଇନ୍‌ ସିୟାଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ କିଛି ଦିନ ତଳେ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ବିୟୋଗକୁ ପ୍ରଶଂସକମାନ ସହଜରେ ଗ୍ରହଣ କରିପାରୁନଥିବା ବେଳେ ପୁଣି ଏବେ ଆଉ ଏକ ଆତ୍ମହତ୍ୟାର ମାମଲା ସାମ୍ନାକୁ ଆସିଛି। ସୋସିଆଲ ମିଡିଆର ଟିକ୍‌ଟକ୍‌ କୁଇନ୍ ସିୟା କକ୍କର(୧୬) ଆତ୍ମହତ୍ୟା କରିଛନ୍ତି। ସିୟା ଟିକ୍‌ଟକ୍‌ର ଜଣେ ଲୋକପ୍ରିୟ ସେଲିବ୍ରିଟି ଥିଲେ। ଏ ଖବର ଶୁଣି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। View this […]

author-image
Mahasweta Baral
ଟିକ୍‌ଟକ୍‌ କୁଇନ୍‌ ସିୟାଙ୍କ ଆତ୍ମହତ୍ୟା

siya kakkar death

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ କିଛି ଦିନ ତଳେ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ବିୟୋଗକୁ ପ୍ରଶଂସକମାନ ସହଜରେ ଗ୍ରହଣ କରିପାରୁନଥିବା ବେଳେ ପୁଣି ଏବେ ଆଉ ଏକ ଆତ୍ମହତ୍ୟାର ମାମଲା ସାମ୍ନାକୁ ଆସିଛି। ସୋସିଆଲ ମିଡିଆର ଟିକ୍‌ଟକ୍‌ କୁଇନ୍ ସିୟା କକ୍କର(୧୬) ଆତ୍ମହତ୍ୟା କରିଛନ୍ତି। ସିୟା ଟିକ୍‌ଟକ୍‌ର ଜଣେ ଲୋକପ୍ରିୟ ସେଲିବ୍ରିଟି ଥିଲେ। ଏ ଖବର ଶୁଣି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
https://www.instagram.com/p/CBnKWPnpBe3/?utm_source=ig_web_copy_link

Advertisment

ସୂଚନାନୁସାରେ, ସିୟା ତାଙ୍କ ମ୍ୟାନେଜର ଅର୍ଜୁନ ସରିନଙ୍କ ସହ ଗତକାଲି ରାତିରେ ଏକ ଗୀତ ବିଷୟରେ କଥା ହୋଇଥିଲେ। ସିୟାଙ୍କ ଆତ୍ମହତ୍ୟା ଖବର ଶୁଣି ଅର୍ଜୁନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅର୍ଜୁନ କହିଛନ୍ତି ଯେ ସିୟା ଗତକାଲି ଠିକ୍‌ ଥିଲେ। ସେ ବିବ୍ରତ ମଧ୍ୟ ନଥିଲେ। ମୁଁ ବୁଝିପାରୁନାହିଁ ସିୟା କ’ଣ ପାଇଁ ଏଭଳି ପଦକ୍ଷେପ ନେଲେ।
https://twitter.com/i/status/1276089351059853314
ସିୟା ଗତ କିଛି ଦିନ ପୂର୍ବରୁ ନିଜ ଇନଷ୍ଟାଗ୍ରାମରେ ନିଜର ଏକ ଡ୍ୟାନ୍ସ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ପଞ୍ଜାବୀ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ। ସିୟାଙ୍କର ଏହା ଶେଷ ଭିଡିଓ ଥିଲା। ଇନଷ୍ଟାଗ୍ରାମରେ ସିୟାଙ୍କର ବହୁତ ଫଲୋଅର୍ସ ଥିଲେ।
https://twitter.com/i/status/1276094520782815232

ସିୟା ଆତ୍ମହତ୍ୟା କରିବା ପରଠାରୁ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଅଛି, ସିୟା କାହିଁକି ଆତ୍ମହତ୍ୟା କଲେ? ଇନଷ୍ଟାଗ୍ରାମରେ ସମସ୍ତେ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି।

Advertisment
Siya Kakkar Siya Kakkar Latest News Siya Kakkar Suicide Tiktok Queen Siya Kakkar
Advertisment
Advertisment